Advertisment

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ଦୁବାଇ:ଚେନ୍ନାଇ ସୁପରକିଙ୍ଗସ୍‌ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚଳିତ ଆଇପିଏଲ-୨୦୨୦ରେ ୭ମ ଥର ପାଇଁ ପରାଜୟକୁ  ସାମ୍ନା କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି,  ତାଙ୍କର ଟିମ୍‌ ପରିଣାମ ନୁହେଁ, ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ୍‌। ଆଉ ଏଥିପାଇଁ ତାଙ୍କୁ ଆଗକୁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ। ଚେନ୍ନାଇ ଟିମ୍‌ ରାଜସ୍ଥାନ ରୟାଲ୍ସ ବିରୋଧରେ ୫ ୱିକେଟରେ ୧୨୫ ରନ କରିପାରି ଥିଲା। ୭ ୱିକେଟରେ ମ୍ୟାଚ ହାରି ଯାଇଥିଲା। ଚେନ୍ନାଇ […]

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

dhoni

Advertisment

ଦୁବାଇ:ଚେନ୍ନାଇ ସୁପରକିଙ୍ଗସ୍‌ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚଳିତ ଆଇପିଏଲ-୨୦୨୦ରେ ୭ମ ଥର ପାଇଁ ପରାଜୟକୁ  ସାମ୍ନା କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି,  ତାଙ୍କର ଟିମ୍‌ ପରିଣାମ ନୁହେଁ, ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ୍‌। ଆଉ ଏଥିପାଇଁ ତାଙ୍କୁ ଆଗକୁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ।

Advertisment

ଚେନ୍ନାଇ ଟିମ୍‌ ରାଜସ୍ଥାନ ରୟାଲ୍ସ ବିରୋଧରେ ୫ ୱିକେଟରେ ୧୨୫ ରନ କରିପାରି ଥିଲା। ୭ ୱିକେଟରେ ମ୍ୟାଚ ହାରି ଯାଇଥିଲା। ଚେନ୍ନାଇ ୧୦ଟି ମ୍ୟାଚ୍ ଖେଳି ତିନୋଟି ମ୍ୟାଚ୍‌ରେ ଜିତିଥିବାବେଳେ ପଏଣ୍ଟ ଟେବୁଲର ସବୁଠାରୁ ତଳକୁ ଖସି ଯାଇଛି।

ମ୍ୟାଚ ପରେ ଧୋନି  ଟିମ୍‌ରେ କମ୍‌ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ଯୁବକଙ୍କୁ ସୁଯୋଗ ଦେବା ଉପରେ ନିଜର ରାୟ ରଖିଛନ୍ତି। ଧୋନୀ ଲଗାତାର ପରାଜୟ ହେବା ପରେ ମଧ୍ୟ ଟିମ୍‌ରେ ବହୁତ ବେଶୀ ପରିବର୍ତ୍ତନ ଆଣି ନାହାନ୍ତି। ଏ ନେଇ ସେ କହନ୍ତି, ମୁଁ ଟିମ୍‌ରେ ଅସୁରକ୍ଷା ଭାବ ରଖିବାକୁ ଚାହେଁନି। ପରିଣାମ ସବୁବେଳେ ଆପଣଙ୍କ ସପକ୍ଷରେ ଯାଏ ନାହିଁ। କିନ୍ତୁ ଆମକୁ ଦେଖିବାକୁ ହେବ, ଆମର ପ୍ରକ୍ରିୟାରେ କ’ଣ ତ୍ରୁଟି ରହିଛି ? କାରଣ ପ୍ରକ୍ରିୟାର ଫଳ ହେଉଛି ପରିଣାମ।

Advertisment

ଯାହା ବି ହେଉ, ଚେନ୍ନାଇ ଟିମର ଏପରି ସ୍ଥିତି ଦେଖିବା ପରେ ଟ୍ୱିଟରରେ ଧୋନିଙ୍କ କ୍ୟାପ୍ଟେନସିପ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ। ଟ୍ୱିଟରରେ ଚେନ୍ନାଇ ସୁପର କିଙ୍ଗସ୍‌ (CSK) ଲୋକେ ଖୁବ୍ ଟ୍ରୋଲ କରିଛନ୍ତି। ଆଇଏଏସ ଅଫିସର ଅବନୀଶ ଶରଣ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅବନୀଶ ମ୍ୟାଚ୍‌ ପରେ ଟ୍ୱିଟ୍‌ କରି କହିଛନ୍ତି, ‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’  ସେ ଆଉ ଏକ ଟ୍ୱିଟ କରି ଲେଖିଛନ୍ତି- ‘ଏଥର ଆଇପିଏଲରେ CSK ପାଖରେ ଧୋନିଙ୍କ ଇଂରାଜୀକୁ ବାଦ୍‌ ଦେଲେ ଦେଖାଇବା ପାଇଁ ଆଉ କିଛି ଭଲ ନାହିଁ।’

Advertisment

ସୂଚନାଥାଉ କି, ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟରେ ୧୨୫ ରନ୍‌ କରିପାରିଥିଲା। ରବୀନ୍ଦ୍ର ଜାଡେଜା ୩୦ ବଲ୍‌ରେ ୩୫ ରନ୍‌, ଧୋନି ୨୮ ବଲ୍‌ରେ ୨୮ ରନ କରିଥିଲେ। ଅନ୍ୟପକ୍ଷେ ରାଜସ୍ଥାନ ରୟାଲ୍ସ୧୭.୩ ଓଭରରେ ତିନି ୱିକେଟରେ ୧୨୬ ରନ୍‌ କରି ମ୍ୟାଚ ଜିତି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ