India Test Team
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜୁନ୍ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବ ଏବଂ ସେଠାରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଖାଲି ସେତିକି ନୁହେଁ ଏହା ପୂର୍ବରୁ ଜୁନ୍ ୧୮ରେ ସେଠାରେ ନ୍ୟୁଜ୍ଲ୍ୟାଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ ମଧ୍ୟ ଖେଳିବ । ପ୍ରକୃତରେ ଦେଖିବାକୁ ଗଲେ ଏଥର ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଲିଟମସ୍ ପରୀକ୍ଷା ହେବାକୁ ଯାଉଛି ।
ତେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଇଂଲଣ୍ଡରେ ଭଲ ବ୍ୟାଟିଂ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । କାରଣ ଇତିହାସକୁ ଦେଖିଲେ ଭାରତୀୟ ଉପମହାଦ୍ୱୀପ ଗୁଡ଼ିକର ମଇଦାନରେ ଯେଉଁ ବ୍ୟାଟ୍ସମ୍ୟାନ୍ ଧୁଆଁଧାର ବ୍ୟାଟିଂ କରିବାରେ ରେକର୍ଡ ଅଜର୍ନ କରିଛନ୍ତି, ସେହି ବ୍ୟାଟ୍ସମ୍ୟାନ୍ ମାନେ ମଧ୍ୟ ଇଂଲଣ୍ଡ ମଇଦାନରେ ଫ୍ଲପ୍ ହୋଇଥିବା ଦେଖାଯାଇଛି । ତେବେ ସେ ବିରାଟ କୋହଲି ହୁଅନ୍ତୁ କିମ୍ବା ଭାରତୀୟ ଦଳର ଓ୍ୱାଲ କୁହାଯାଉଥିବା ଚେତେଶ୍ୱର ପୁଜାରା, ସମସ୍ତେ ଏହି ଇଂଲଣ୍ଡ ମଇଦାନରେ ଫ୍ଲପ୍ ପ୍ରଦର୍ଶନ କରିଛନ୍ତି ।
ବର୍ତ୍ତମାନ ସମୟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବ୍ୟାଟ୍ ମଧ୍ୟ ଇଂଲଣ୍ଡ ମଇଦାନରେ ନୀରବ ରହିଛି । ୨୦୧୦ରୁ ଏବେ ମଧ୍ୟରେ କୋହଲି ହିଁ ଏକ ମାତ୍ର ଭାରତୀୟ ଖେଳାଳି ଯିଏ କି ଇଂଲଣ୍ଡ ମଇଦାନରେ ସର୍ବାଧିକ ସ୍କୋର କରିଛନ୍ତି । ହେଲେ ତାଙ୍କ ହାର ମାତ୍ର ୩୬ ରହିଛି । କୋହଲି ଇଂଲଣ୍ଡରେ ୨୦ଟି ଇନିଂସରେ ୭୨୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଦୁଇଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସାମିଲ ରହିଛି ।
ରାହାଣେ-ପୂଜାରା ମଧ୍ୟ ଫ୍ଲପ୍
ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ବିଦେଶ ମମାଟିରେ ଭଲ ସ୍କୋର କରିବାରେ ମାହିର ବୋଲି କୁହାଯାଏ । କିନ୍ତୁ ଇଂଲଣ୍ଡରେ ରାହାଣେଙ୍କ ବ୍ୟାଟ୍ରୁ ମଧ୍ୟ ରନ୍ ବାହାରିପାରୁ ନାହିଁ । ଅଜିଙ୍କ୍ୟ ରାହାଣେ ଇଂଲଣ୍ଡରେ ୨୯ ହାରରେ ମୋଟ ୫୫୬ ରନ୍ ସଂଗ୍ରହ କରିଛନ୍ତି । ଯେକୌଣସି ପିଚ୍ରେ କାନ୍ଥ ଭଳି ଠିଆ ହେଉଥିବା ଚେତେଶ୍ୱର ପୂଜାରାଙ୍କ ପାଦ ମଧ୍ୟ ଇଂଲଣ୍ଡ ପିଚ୍ରେ ଖସିବାର ଦେଖାଯାଇଛି । ଇଂଲଣ୍ଡରେ ପୂଜାରାଙ୍କ ହାର ୩୦ରୁ କମ୍ ରହିଥିବା ବେଳେ ସେ ମୋଟ ୫୦୦ ରନ୍ କରିବାରେ ସଫଳ ହୋଇଛନ୍ତି । କେଏଲ ରାହୁଲ ମଧ୍ୟ ଏଥର ଇଂଲଣ୍ଡ ଗସ୍ତରେ ଯାଉଛନ୍ତି । ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ଭାରତର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ୍ ଭାବରେ ଗଣତି କରାଯାଏ । କିନ୍ତୁ ସେ ମଧ୍ୟ ଇଂଲଣ୍ଡ ମଇଦାନରେ ଫ୍ଲପ୍ । ୩୦ ହାରେ ସେ ମୋଟ ୨୯୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।
ରୋହିତ ଶର୍ମା-ଋିଷଭ ପନ୍ତଙ୍କର ଅଭିଜ୍ଞତା ନାହିଁ
ରୋହିତ ଶର୍ମା ଇଂଲଣ୍ଡରେ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି ଏବଂ ତାଙ୍କ ବ୍ୟାଟରୁ ମୋଟ ୧୭ ରନ୍ ସେ ସଂଗ୍ରହ କରିଛନ୍ତି । ଗତ ଇଂଲଣ୍ଡ ଗସ୍ତରେ ଋିଷଭ ପନ୍ତ ଗୋଟିଏ ଶତକ ହାସଲ କରିଥିଲେ କିନ୍ତୁ ସେ ଟେଷ୍ଟରେ ୨୭ ହାରରେ ମୋଟ ୧୬୨ ରନ୍ କରିପାରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଇଂଲଣ୍ଡର ପାଣିପାଗ ଏବଂ ପିଚ୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ । ଯଦି ଭାରତୀୟ ଦଳକୁ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଟେଷ୍ଟ ସିରିଜ୍ ଜିତିବାକୁ ଅଛି, ତେବେ ଏହାର ବ୍ୟାଟ୍ସମ୍ୟାନ୍ମାନଙ୍କୁ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-9_1620925547.jpg)