Advertisment

IPL 2021: ଦିଲ୍ଲୀ କ୍ୟାପିଟାଲ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ, ଯାଇପାରେ ଋଷଭଙ୍କ ପଦ..

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ…

IPL 2021: ଦିଲ୍ଲୀ କ୍ୟାପିଟାଲ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ, ଯାଇପାରେ ଋଷଭଙ୍କ ପଦ..

RISHABH PANT

Advertisment

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବରରୁ ଏହି ଲିଗ୍ ଆରମ୍ଭ ହେବ । ତେବେ ଏବେ ସୁଦ୍ଧା ତାରିଖ ସ୍ଥର ହୋଇନଥିବା ବେଳେ ସେପ୍ଟେମ୍ବର ୧୯ କିମ୍ବା ୨୦ରେ ଆଇପିଏଲ ଆରମ୍ଭ ହେବ ବୋଲି ସୂଚନା ରହିଛି ।

Advertisment

ତେବେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ଦିଲ୍ଲୀ କ୍ୟାପିଟଂଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ସେହି ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀକୁ ପଏଣ୍ଟ ଟେବୁଲର ଶୀର୍ଷକୁ ନେଇଥିବା ଋଷଭ ପନ୍ତଙ୍କଠାରୁ ଅଧିନାୟକତ୍ୱ ଛଡ଼ାଇ ନିଆଯିବାର ସମ୍ଭାବନା ରହିଛି ।

ସ୍ପୋର୍ଟସ୍ ଟୁଡେ ଖବର ଅନୁଯାୟୀ, ଯଦି ଶ୍ରେୟସ୍ ଆୟର ୟୁଏଇରେ ଆଇପିଏଲ୍ ୨୦୨୧ ଖେଳିବାକୁ ଫିଟ୍ ହେଉଛନ୍ତି, ତେବେ ସେ ଦିଲ୍ଲୀର ଅଧିନାୟକ ଭାର ସମ୍ଭାଳିବେ । ସୂଚନାଯୋଗ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇଥିଲେ । ଫିଲ୍ଡିଂ କରିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା ।

Advertisment

ପଏଣ୍ଟ ଟେବୁଲ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଆୟରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ତେଣୁ ଏବେ ନିଜର ସମ୍ପୂର୍ଣ୍ଣ ଫିଟନେସ୍ ଫେରି ପାଇବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଋଷଭ ପନ୍ତ ଅଧିନାୟକ ଭାବେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ଆଘାତ ପାଇ ଆୟର ଆଇପିଏଲର ଏହି ସିଜିନରୁ ବାଦ ପଡ଼ିଥିଲେ। ଏହାପରେ ଋଷଭ ପନ୍ଥଙ୍କୁ ଅଧିନାୟକ ହେବାର ସୁଯୋଗ ମିଳିଥିଲା। ଆଉ ସବୁଠାରୁ ବଡ଼ କଥା ହେଲା ଋଷଭ ନିଜ ଦାୟିତ୍ୱକୁ ସୂଚାର ରୂପେ ତୁଲାଇବା ସହ ନିଜକୁ ଜଣେ ଉତ୍ତମ ଅଧିନାୟକ ଭାବେ ପ୍ରମାଣିତ କରିଛନ୍ତି ।

ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀକୁ ୮ଟି ମ୍ୟାଚ ମଧ୍ୟରୁ ୬ଟିରେ ବିଜୟ ହାସଲ ହୋଇଛି। ଏହାସହ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଦିଲ୍ଲୀ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ଆଇପିଏଲର ଚଳିତ ସିଜନରେ କଡ଼ା ବାୟୋ ବବୁଲ ସତ୍ତ୍ୱେ ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିଲେ । ତେଣୁ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ୪ମେ’ରେ ସ୍ଥଗିତ ରଖିଥିଲା। କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦର କିଛି ଖେଳାଳି ଏହି କରୋନା ସଂକ୍ରମିତ ହୋଇଥିଲେ।

Advertisment
IPL 2021 Cricket IPL UAE Rishav Panth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ