Advertisment

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ, ଭାରତୀୟ ଦଳ ପିନ୍ଧିବ ୯୦ ଦଶକର ଜର୍ସି..!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିବ ନୂଆ ଜର୍ସି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେୟାର କରିଛନ୍ତି ।…

ଅଦ୍ୟତନ ହୋଇଛି
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ, ଭାରତୀୟ ଦଳ ପିନ୍ଧିବ ୯୦ ଦଶକର ଜର୍ସି..!

Ravindra jadeja

Advertisment

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିବ ନୂଆ ଜର୍ସି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେୟାର କରିଛନ୍ତି । ୯୦ ଦଶକରେ ବ୍ୟବହୃତ ଜର୍ସି ଭଳି ଦେଖାଯାଉଛି ଏହି ନୂଆ ଜର୍ସି । ଜାଡେଜା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଭାରତୀୟ ଦଳର ନୂଆ ଜର୍ସିର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ, ସେ ଏକ ମଜାଳିଆ କ୍ୟାପସନ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି୯୦ ଦଶକର କଥା ମନେପଡ଼ିଲା । ମୋତେ ଏହି ଜର୍ସି ବହୁତ ପସନ୍ଦ ଆସୁଛି।’

Advertisment

ଆସନ୍ତା ମାସରେ ଅର୍ଥାତ ୧୮ ରୁ ୨୨ ଜୁନ୍ ମଧ୍ୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।ଏହି ମୁକାବିଲା ପାଇଁ ଭାରତୀୟ ଦଳ ଜୁନ୍ ୨ରୁ ଗସ୍ତ କରିବ। ବର୍ତ୍ତମାନ ଏହି ମ୍ୟାଚ୍ ପାଇଁ ବଛାଯାଇଥିବା ଖେଳାଳିମାନେ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ସେଠାରେ ଆଭ୍ୟାସ କରୁଛନ୍ତି କରୁଛନ୍ତି । ଜାଡେଜା ମଧ୍ୟ ଏଥିରେ ସାମିଲ ଅଛନ୍ତି । ତାଙ୍କ ପାଇଁ IPL ୨୦୨୧ ବହୁତ ଭଲ ରହିଥିଲା । ସେ ଭଉୟ ବ୍ୟାଟିଂ ଓ ବଲିଂରେ ଭଲ ପ୍ରଦର୍ଶନ କରିଥିଲେ ।

Advertisment

ଆଇପିଏଲ ବାତିଲ ହେବା ପୂର୍ବରୁ ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୨୮ ବଲରୁ ୬୨ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚ୍‌ରେ ସେ ଆରସିବିର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ୬ଟି ବଲରେ ପାଞ୍ଚଟି ଛକା ମାରିଥିଲେ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍

ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହାର ପ୍ରଥମ ମ୍ୟାଚ୍ ନଟିଂହାମ୍ ଗ୍ରାଉଣ୍ଡରେ ୪ରୁ୮ ଅଗଷ୍ଟ ଯାଏଁ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ଲର୍ଡସରେ ୧୨ରୁ ୧୬ ଅଗଷ୍ଟ ଯାଏଁ ଖେଳାଯିବ। ସେହିଭଳି ତୃତୀୟ ମ୍ୟାଚ୍ ଲିଡସରେ ୨୫ରୁ ୨୯ ଅଗଷ୍ଟ, ଚତୁର୍ଥ ମ୍ୟାଚ୍ ଓଭାଲରେ ୨ରୁ ୬ ସେପ୍ଟେମ୍ବର ଯାଏଁ ଖେଳାଯିବ ଏବଂ ୧୦ରୁ ୧୪ ସେପ୍ଟେମ୍ବର ଯାଏଁ ପଞ୍ଚମ ଟେଷ୍ଟ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯିବ ।

Advertisment

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା, ଶୁଭମାନ ଗିଲ, ମାୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଋଷଭ ପନ୍ତ ( ୱିକେଟ୍ କିପର), ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା, କେ.ଏସ୍ ଭରତ।

Cricket IPL World Cup Ravindra Jadeja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ