kevin petersen
ନୂଆଦିଲ୍ଲୀ: ବାୟୋ-ବବୁଲ ଭଳି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ଖେଳାଳିମାନେ ଯେତେବେଳେ କରୋନା ସଂକ୍ରମିତ ହେଲେ, ସେତେବେଳେ ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍କୁ ଅଚାନକ ବନ୍ଦ କରିବାକୁ ପଡ଼ିଥିଲା । ଗତ ସପ୍ତାହରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ଥିବା ସବୁ ବିଦେଶୀ ଖେଳାଳି ଏବଂ କୋଚ୍ଙ୍କୁ ନିଜ ଦେଶକୁ ପଠାଇବା ପାଇଁ ବିସିସିଆଇ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲା । କାରଣ କରୋନା ସମୟରେ ଯାତ୍ରା ଉପରେ ବିଭିନ୍ନ ଦେଶର ସରକାରମାନେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କମେଣ୍ଟେଟର କେଭିନ ପିଟରସନ୍ ନିଜ ଘରେ ସୁରକ୍ଷିତ ପହଞ୍ଚି ସାରିଛନ୍ତି । ତେବେ ସେ ସୁରକ୍ଷିତ ପହଞ୍ଚିସାରିଥିଲେ ମଧ୍ୟ ଭାରତ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/Ra777d3abb70c759befa6d6bc3eca41fd.jpg)
ଗତ ସପ୍ତାହରେ ସନରାଇଜର୍ସ ହାଇଦ୍ରାବାଦ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ଅମିତ ମିଶ୍ରା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର କିଛି ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇପିଏଲରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ସହ ଅନ୍ୟାନ୍ୟ ଦେଶର ଖେଳାଳିମାନେ ଆଇପିଏଲରେ ସାମିଲ ହୋଇଥାନ୍ତି । ଏହା ସହିତ ବିଦେଶୀ କୋଚିଂ ଷ୍ଟାଫ୍ ଏବଂ କମେଣ୍ଟେଟର ମଧ୍ୟ ସାମିଲ ହୁଅନ୍ତି । ଯେଉଁମାନଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ସ୍ଥାନାନ୍ତର କରାଯାଇଛି ।
ତେବେ ସେମାନଙ୍କ ମଧ୍ୟରେ କେଭିନ ପିଟରସନ୍ ଭାରତ ଛାଡିବା ବେଳକୁ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତକୁ ଏଭଳି ସ୍ଥିତିରେ ଦେଖିବା ମୋ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ । କାରଣ ମୁଁ ଏହି ଦେଶକୁ ବହୁତ ଭଲ ପାଏ । ଭାରତ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି କିନ୍ତୁ ସେ ଖୁବ୍ଶୀଘ୍ର ଏଥିରୁ ବାହାରି ଆସିବ । ଭାରତ ପୂର୍ଣ୍ଣ ଶକ୍ତି ସହ ପୁଣି ଫେରିବ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ଭାରତର ଭଲପାଇବା ଏବଂ ସ୍ନେହ ବୃଥା ଯିବ ନାହିଁ । ଇଂଲଣ୍ଡରେ ପହଞ୍ଚିବା ପରେ ମଧ୍ୟ ପିଟରସନଙ୍କୁ ଭାରତର ଚିନ୍ତା ଘରିଛି ।
/odishatv-khabar/media/post_attachments/wp-content/uploads/2021/05/ା.png)
ସେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ଭାରତ ପାଇଁ ହିନ୍ଦୀରେ ଏକ ଟୁଇଟ୍ କରିଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ, ମୁଁ ଭାରତ ଛାଡ଼ି ଦେଇଛି ସତ ହେଲେ ଏବେ ବି ମୁଁ ଭାରତ କଥା ହିଁ ଚିନ୍ତା କରୁଛି । ଯିଏ ମତେ ଅନେକ ସ୍ନେହ ଶ୍ରଦ୍ଧା ଦେଇଛି । ଦୟାକରି ଲୋକମାନେ ସୁରକ୍ଷିତ ରୁହନ୍ତୁ । ଏହି ସମୟ ଚାଲିଯିବ କିନ୍ତୁ ଆପଣଙ୍କୁ ସୁରକ୍ଷିତ ରହିବାକୁ ହେବ ।
ସୂଚନାଯୋଗ୍ୟ, କେଭିନ ପିଟରସେନ ଚାହୁଁଛନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗର ଅବଶିଷ୍ଟ ମ୍ୟାଚ୍ ଚଳିତ ସେପ୍ଟେମ୍ବରରେ ୟୁଏଇ ବଦଳରେ ଇଂଲଣ୍ଡରେ ଆୟୋଜନ କରାଯାଉ । ପିଟରସନଙ୍କ ଅନୁଯାୟୀ ଆଇପିଏଲକୁ ବ୍ରିଟେନ ସ୍ଥାନାନ୍ତର କରିବାର ନିଷ୍ପତ୍ତି ସବୁଠୁ ଉଚିତ ହେବ । କାରଣ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଆସି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଥିବା ବେଳେ ତାହା ସେପ୍ଟେମ୍ବର ୧୪ ସୁଦ୍ଧା ଶେଷ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-5_1620746555.jpg)