ipl-1
ନୂଆଦିଲ୍ଲୀ: IPL 2020ର ୨୭ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ମୁମ୍ବାଇକୁ ୧୬୩ ରନ୍ର ଟାର୍ଗେଟ ଦେଇଥିଲା। ରୋହିତ ଶର୍ମା ସେନା ୫ ୱିକେଟ ବିନିମୟରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ ୨ଟି ବଲ ପୂର୍ବରୁ ଏହି ସଫଳତା ହାସଲ କରି ସାରିଥିଲା। ଶେଷ ଓଭରରେ ମୁମ୍ବାଇକୁ ୭ ରନ୍ର ଆବଶ୍ୟକ ଥିବାବେଳେ ପୋଲାର୍ଡ-କ୍ରୁଣାଳ ପାଣ୍ଡ୍ୟାଙ୍କ ଯୋଡି ଅତି ସହଜରେ ଟିମ୍କୁ ଜିତେଇଥିଲେ।
ମୁମ୍ବାଇର ଏହି ବିଜୟରେ ଡିକାକ ଏବଂ ସୂର୍ଯ୍ୟକୁମାର ଯାତବ ଶାନଦାର ଅର୍ଦ୍ଧଶତକ ଖେଳିଥିଲେ। ଉଭୟେ ୫୩-୫୩ ରନ୍ କରିଥିଲେ। ଚଳିତ ଆଇପିଏଲରେ ୭ଟି ମ୍ୟାଚ ଖେଳିଥିବା ମୁମ୍ବାଇର ଏଡା ୫ମ ବିଜୟ। ସେହିପରି ଦିଲ୍ଲୀ ଏହି ମ୍ୟାଚ ପରେ ୨ ପରାଜୟକୁ ବରଣ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଦ୍ଧା ତାଲିକାର ଉପରେ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଗତକାଲି କିଛି ଭଲ ନ ଥିଲା। କ୍ୟାପ୍ଟେନ ରୋହିତ ଶର୍ମା ମାତ୍ର ୫ ରନ୍ କରି ଆଉଟ ହୋଇ ଯାଇଥିଲେ। ହେଲେ ଡିକାକ-ସୂର୍ଯ୍ୟକୁମାର ଯୋଡି ମୁମ୍ବାଇ ଉପରେ ଥିବା ଚାପକୁ ହାଲ୍କା କରି ଦେଇଥିଲେ। ଡିକାକ ଅର୍ଦ୍ଧଶତକ କରିଥିବାବେଳେ ସୂର୍ଯ୍ୟକୁମାର ୱିକେଟ ସମ୍ଭାଳିଥିଲେ। ସେହିପରି ସୂର୍ଯ୍ୟକୁମାର ୩୧ ବଲରେ ଅର୍ଦ୍ଧଶତକ କରିଥିଲେ। ଏହା ପରେ ୫୩ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଶୂନ୍ୟ ରନ୍ରେ ଫେରି ଯାଇଥିଲେ। ତେବେ ମ୍ୟାଚ୍ରେ ଜିତିବା ପାଇଁ ମୁମ୍ବାଇକୁ ବିଶେଷ ସଂଘର୍ଷ କରିବାକୁ ପଡ଼ି ନ ଥିଲା।
ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଶିଖର ଧବନ ୬୯ ରନ୍ କରିଥିଲେ। କ୍ୟାପ୍ଟେନ ଶ୍ରେୟସ୍ ଅୟରଙ୍କ ସହ ତୃତୀୟ ୱିକେଟ୍ରେ ୮୫ ରନ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୨ ରନ୍ର ଟାର୍ଗେଟ ରଖିଥିଲେ। ଆରମ୍ଭରୁ ଦିଲ୍ଲୀର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେବେ ଅୟର-ଧବନ ଯୋଡି ଦଳକୁ ମଜବୁତ କରିଥିଲେ। ଉଭୟେ ୧/୨ ରନ୍ ସଂଗ୍ରହ କରିବା ସହ ମଝିରେ ମଝିରେ ଭଲ ସଟ୍ ଖେଳୁଥିଲେ। ୧୦ ଓଭରରେ ଟିମ୍ର ସ୍କୋର ୮୦ରେ ପହଞ୍ଚିଥିଲା। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ରୋହିତ ଶର୍ମାଙ୍କ ପାଇଁ ଏକ ଚାଲେଞ୍ଜ ଥିଲା। ତେବେ କୃନାଲ ପାଣ୍ଡ୍ୟା ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ୧୫ ଓଭରରେ ୧୦୯ ରନ କରିବା ପରେ ଟିମ୍ ତୃତୀୟ ୱିକେଟ ହରାଇଥିଲା।
ଏହାପରେ ମାର୍କସ ଷ୍ଟୋଇନିସ୍ ଆସିବା ପରେ ଯେମିତି ରନ୍ ଗୋଟାଇ ଚାଲିଥିଲେ। ସେ ୩୯ ବଲରେ ୪ଟି ଚୌକା ଏବଂ ଗୋଟିଏ ଛକା ମାରି ଅର୍ଦ୍ଧଶତକ ପାର କରିଥିଲେ। ତେବେ ଦିଲ୍ଲୀ ଟିମ୍ ଶେଷ ୪ ଓଭରରେ ଭଲ ରନ୍ ସଂଗ୍ରହ କରିପାରି ନ ଥିଲେ। ଏହି ୪ ଓଭରରେ ମାତ୍ର ୩୫ ରନ କରିପାରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ipl-1-2_1625239398.jpg)