Advertisment

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଦୁବାଇ: ଆଜି IPL ମହାସମର। ଦୁଇ ଶକ୍ତିଶାଳୀ ଟିମ୍‌ ମୁହାଁମୁହିଁ ହେବେ। କିଏ ହାତେଇବ ଟାଇଟଲ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଚେତାବନୀ ଦେଇଛନ୍ତି। ରିକି ପଣ୍ଟିଂ ମୁମ୍ବାଇକୁ କଡ଼ା ଚେତାବନୀ ଦେଇ କହିଛନ୍ତି,  ଆଜି ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ହାଲ୍‌କା ଭାବେ ନ ନିଅନ୍ତୁ। କାରଣ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆହୁରି […]

ଅଦ୍ୟତନ ହୋଇଛି
IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

IPL

Advertisment

ଦୁବାଇ: ଆଜି IPL ମହାସମର। ଦୁଇ ଶକ୍ତିଶାଳୀ ଟିମ୍‌ ମୁହାଁମୁହିଁ ହେବେ। କିଏ ହାତେଇବ ଟାଇଟଲ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଚେତାବନୀ ଦେଇଛନ୍ତି।

Advertisment

ରିକି ପଣ୍ଟିଂ ମୁମ୍ବାଇକୁ କଡ଼ା ଚେତାବନୀ ଦେଇ କହିଛନ୍ତି,  ଆଜି ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ହାଲ୍‌କା ଭାବେ ନ ନିଅନ୍ତୁ। କାରଣ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆହୁରି ବାକି ଅଛି। ଚାରି ଚାରି ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ସାମ୍ନା କରିବ। ଯିଏକି ପ୍ରଥମ ଥର ପାଇଁ ଆଜି ଆଇପିଏଲ ଫାଇନାଲ ଖେଳିବ। ତଥାପି ଟାଇଟଲ ହାତେଇବା ପାଇଁ ଦୁଇ ଦଳକୁ ବେଶ୍‌ ସଂଘର୍ଷ କରିବାକୁ ପଡ଼ିବ।

ନିଜ ଟିମ୍‌ ଉପରେ ଭରସା ରଖିଥିବା ପଣ୍ଟିଂ କହିଛନ୍ତି, ପୂର୍ବ ମ୍ୟାଚ୍‌ରେ ଟିମ୍‌ର ପ୍ରଦର୍ଶନରେ ଆମେ ଖୁସି। ତେବେ ଆମେ ଆଇପିଏଲ ଜିତିବା ପାଇଁ ଆସିଛୁ ଏବଂ ଆମେ ଆପଣଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବୁ।

Advertisment

ସେ ଆହୁରି କହିଛନ୍ତି, ଆମର ଆରମ୍ଭ ଖୁବ ଭଲ ହୋଇଥିଲା। ଶେଷ ଭାଗରେ କିଛିମାତ୍ରାରେ ଅସଫଳ ହୋଇଥିଲୁ। ତେବେ ଦଳ ତିନୋଟିରୁ ୨ଟି ମ୍ୟାଚ ବହୁତ ଭଲ ଖେଳିଥିଲେ। ଆଶା ରଖିଛୁ, ଫାଇନାଲ୍‌ରେ ସର୍ବଶ୍ରଷ୍ଠ ଖେଳ ପ୍ରଦର୍ଶନ କରିବୁ।

ଅନ୍ୟପକ୍ଷେ ଫାଇନାଲ ମ୍ୟାଚ ନେଇ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍‌ଟେନ ରୋହିତ ଶର୍ମା କହିଛନ୍ତି, କିଛିଟା ମନୋବୈଜ୍ଞାନିକ ଲାଭ ମିଳିବ। ତେବେ ଆମେ ଆଇପିଏଲରେ ଦେଖିଛୁ, ପ୍ରତ୍ୟେକ ଦିନ ନୂଆ ଦିନ ହୋଇଥାଏ, ପ୍ରତି ଦିନ ନୂଆ ଚାପ ରହିଥାଏ ଏବଂ ପ୍ରତି ମ୍ୟାଚ୍‌ ନୂଆ ମ୍ୟାଚ୍‌ ହୋଇଥାଏ। ତେଣୁ ଅତୀତରେ ଯାହା ହେଇଛି ତାକୁ ନେଇ ବେଶି କିଛି ଆକଳନ କରି ହୁଏନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ