cricket
ନୂଆଦିଲ୍ଲୀ:ବିସିସିଆଇ (BCCI) ପକ୍ଷରୁ ଅଷ୍ଟ୍ରେଲିଆ ସିରିଜ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଏଡିଲେଡ୍ରେ ଡେ-ନାଇଟ୍ ମ୍ୟାଚ ଖେଳିବ। ଏହି ଅବସରରେ ୪ଟି ଟେଷ୍ଟ, ତିନି ୱାନ ଡେ, ତିନୋଟି ଟି-୨୦ ଖେଳିବ। ୱାନ୍-ଡେ ମୁକାବିଲାରୁ ଖେଳ ଆରମ୍ଭ ହେବ। ୨୭,୨୯ ନଭେମ୍ବର ଏବଂ ୨ ଡିସେମ୍ବରରେ ୱାନ୍ଡେ ଖେଳିବ। ସେହିପରି ଡିସେମ୍ବର ୪, ୬ ଏବଂ ୮ରେ ତିନୋଟି ଟ-୨୦ ଖେଳିବ। ଡିସେମ୍ବର ୧୭ ତାରିଖ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ।
ସିଡ୍ୟୁଲ ଜାରି ପରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ କହିଛନ୍ତି, ତିନି ଫର୍ମାଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡା ମୁକାବିଲା ହେବ। ଆମେ ବିରାଟ କୋହଲି ଏବଂ ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଆସୁଥିବାରୁ ସ୍ୱାଗତ କରୁଛୁ। ଏହି ଯାତ୍ରାକୁ ସଫଳ କରିବା ପାଇଁ ଆମେ ବିସିସିଆଇ ସହ ମିଶି ଅନେକ କିଛି କରିଛୁ। ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆଉ ସେଥିପାଇଁ ସରକାରଙ୍କ ସହ ମିଶି ଆମେ କାମ କରୁଛୁ। ପ୍ରୋଟୋକଲ ଏବଂ ନିୟମ ଅନୁସାରେ ସିଡ୍ୟୁଲ ଜାରି ହୋଇଛି।
ଟେଷ୍ଟ ସିରିଜ ପରେ ଇଣ୍ଡିଆ ଏ ଟିମ୍ ମଧ୍ୟ ଅଷ୍ଟ୍ରଲିଆ ଗସ୍ତ କରିବ। ଏହି ସମୟରେ ଦୁଇ ଟିମ୍ ମଧ୍ୟରେ ୧୧ରୁ ୧୩ ଡିସେମ୍ବର ମଧ୍ୟରେ ଡେ-ନାଇଟ୍ ମ୍ୟାଚ୍ ସିଡ୍ନୀରେ ଖେଳାଯିବ। ଏହି ଗସ୍ତ ନେଇ ବିସିସିଆଇ ସୋମବାର ଟିମ୍ ଘୋଷଣା କରିଥିଲା।
ଭାରତ ବନାମ ଅଷ୍ଟ୍ରେଲିଆ ସିଡ୍ୟୁଲ
୧-ପ୍ରଥମ ୱାନଡେ-ନଭେମ୍ବର ୨୭-ସିଡ୍ନୀ
୨-ଦ୍ୱିତିୟ ୱାନଡେ-ନଭେମ୍ବର ୨୯-ସିଡ୍ନୀ
୩-ତୃତୀୟ ୱାନଡେ-ଡିସେମ୍ବର ୨-କାନବେରା
୪-ପ୍ରଥମ ଟି-୨୦-ଡିସେମ୍ବର ୪-କାନବେରା
୫-ଦ୍ୱିତୀୟ ଟି ଟ୍ୱେଣ୍ଟି-ଡିସେମ୍ବର ୬ -ସିଡ୍ନୀ
୬-ତୃତୀୟ ଟି ଟ୍ୱେଣ୍ଟି- ଡିସେମ୍ବର ୮-ସିଡ୍ନୀ
୭-ପ୍ରଥମ ଟେଷ୍ଟ ମ୍ୟାଚ-ଡିସେମ୍ବର ୧୭ରୁ ଡିସେମ୍ବର ୨୧-ଏଡିଲେଡ
୮-ଦ୍ୱିତୀୟ ଟେଷ୍ଟ ମ୍ୟାଚ-ଡିସେମ୍ବର ୨୬ରୁ ଡିସେମ୍ବର ୩୦-ମେଲବର୍ନ
୯-ତୃତୀୟ ଟେଷ୍ଟ ମ୍ୟାଚ- ଜାନୁଆରୀ ୭ରୁ ଜାନୁଆରୀ ୧୧-ସିଡ୍ନୀ
୧୦-ଚତୁର୍ଥ ଟେଷ୍ଟ ମ୍ୟାଚ-ଜାନୁଆରୀ୧୫ରୁ ଜାନୁଆରୀ ୧୯-ବ୍ରିସବେନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cricket-1_1625177492.jpg)