Advertisment

ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ,…

ଅଦ୍ୟତନ ହୋଇଛି
ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର

TEAM INDIA

Advertisment

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ, ମହମ୍ମଦ ସାମି ଏବଂ ଉମେଶ ଯାଦବ ପୁଣି ଦଳକୁ ଫେରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର କୁମାରଙ୍କୁ ଚୟନ କର୍ତ୍ତାମାନେ ଦଳରେ ସୁଯୋଗ ଦେଇ ନାହାଁନ୍ତି । କେ.ଏଲ୍ ରାହୁଲ ଏବଂ ରିଦ୍ଧିମାନ ସାହାଙ୍କ ନାଁ ଦଳରେ ସାମିଲ ଅଛନ୍ତି କିନ୍ତୁ ସେମାନେ ଫିଟ୍ ହେବା ପରେ ଇଂଲଣ୍ଡ ଗସ୍ତରେ ସାମିଲ ହୋଇପାରିବେ । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ଚାରି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ନେଇ ମଧ୍ୟ ଇଂଲଣ୍ଡ ଯିବ । ଏଥି ମଧ୍ୟରେ ଅଭିମନ୍ୟୁ ଇଶ୍ୱରନ୍‌, ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ୍ ଏବଂ ଅର୍ଜନ୍ ନାଗଭାସୱାଲାଙ୍କ ନାମ ସାମିଲ ରହିଛି ।

Advertisment

ଇଂଲଣ୍ଡ ଟେଷ୍ଟ ସିରିଜ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ଶୁଭମନ ଗିଲ, ମାୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ ଉମେଶ ଯାଦବ ସାମିଲ ଅଛନ୍ତି ।

ଅନ୍ୟପଟେ କେ.ଏଲ୍ ରାହୁଲ ଏବଂ ରିଦ୍ଧିମାନ ସାହା ଫିଟ୍ ହେବା ପରେ ଦଳରେ ସାମିଲ ହେବେ ବୋଲି ଚୟନକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଷ୍ଟାଣ୍ଡବାଇ ଖେଳାଳି ଭାବେ ଅଭିମନ୍ୟୁ ଇଶ୍ୱରନ୍, ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ୍ ଏବଂ ଅର୍ଜନ୍ ନାଗସ୍ୱାଲାଙ୍କ ଚୟନ କରାଯାଇଛି ।

Advertisment

ଭାରତୀୟ ଦଳର କାର୍ଯ୍ୟସୂଚୀ

ଇଂଲଣ୍ଡରେ ଭାରତୀୟ ଦଳର ପ୍ରଥମ ଷ୍ଟପ୍ ସାଉଥମ୍ପଟନ୍ ହେବ । ଯେଉଁଠାରେ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ ଖେଳିବେ । ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଏହି ଫାଇନାଲ ମୁକାବିଲା ଜୁନ୍ ୧୮ରେ ଆରମ୍ଭ ହେବ । ତେବେ ବିଶ୍ୱ ଟେଷ୍ଟ  ଚାମ୍ପିଅନସିପ୍‌  ତାଲିକାର ଶୀର୍ଷରେ ଭାରତ ରହିଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବ । ଏହା ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୧୨ ଅଗଷ୍ଟରେ ଲର୍ଡ୍ସର ଐତିହାସିକ ପଡ଼ିଆରେ ଖେଳାଯିବ । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ୨୫ ଅଗଷ୍ଟରେ ଲିଡ୍ସରେ ଖେଳାଯିବ । ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨ ସେପ୍ଟେମ୍ବରରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହେବ । ସେହିଭଳି ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ୧୦ ସେପ୍ଟେମ୍ବରରୁ ମଞ୍ଚେଷ୍ଟରରେ ଖେଳାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ