Advertisment

ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ- ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…

ଅଦ୍ୟତନ ହୋଇଛି
ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ- ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ

hardik pandya

Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ ବୋଲିଂରେ ସହଯୋଗ କରୁନହାନ୍ତି ତେବେ ତାଙ୍କୁ କ୍ରିକେଟର ଛୋଟ ଫର୍ମାଟରେ ମଧ୍ୟ ସାମିଲ କରାଯିବା ଉଚିତ୍‌ ନୁହେଁ ।

Advertisment

୨୦୧୯ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିର ସର୍ଜରୀ ହୋଇଥିଲା । ସେବେଠାରୁ ସେ ନିୟମିତ  ଭାବେ ବୋଲିଂ କରୁ ନାହାଁନ୍ତି । ଖାଲି ସେତିକି ନୁହେଁ, ଦଳ ତାଙ୍କର ଅଲରାଉଣ୍ଡର ଦକ୍ଷତାରୁ ମଧ୍ୟ ଲାଭ ପାଇପାରୁ ନାହିଁ । ଏହି କାରଣରୁ ସେ ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇ ନାହାଁନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ପରେ ସାରନଦୀପଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେବେ ଫୃଥ୍ୱୀ ଶା’ଙ୍କୁ ଭାରତୀୟ ଟିମ୍‌ର ଇଂଲଣ୍ଡ ଗସ୍ତରେ ସାମିଲ କରାନଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ସେ କହିଛନ୍ତି ।

ଭାରତୀୟ ଦଳର ପୂର୍ବତନ ସ୍ପିନର ସରନଦୀପ ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି ଯେ, ଚୟନକର୍ତ୍ତାମାନେ ହାର୍ଦ୍ଦିକଙ୍କୁ ଟେଷ୍ଟଦଳରେ ସାମିଲ ନକରିବା ନିଷ୍ପତ୍ତି ପଛର କାରଣ ବୁଝା ପଡ଼ୁଛି ।ଅସ୍ତ୍ରୋପଚାର ପରଠାରୁ ସେ ନିୟମିତଭାବେ ବୋଲିଂ କରିନାହାଁନ୍ତିମୁଁ ଭାବୁଛି ତାଙ୍କୁ ଛୋଟ ଫର୍ମାଟରେ ଖେଳିବାକୁ ହେଲେ, ଦିନିକିଆରେ ଅତିକମ୍‌ରେ ୧୦ ଓଭର ଏବଂ ଟି-ଟ୍ୱେଣ୍ଟିରେ ୪ ଓଭର ବୋଲିଂ କରିବାକୁ ପଡ଼ିବ । ଯେଉଁଥିପାଇଁ ସେ ଫିଟ୍‌ ନୁହଁନ୍ତି । ସେ କେବଳ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ଖେଳିପାରିବେ ନାହିଁ ।

Advertisment

ହାର୍ଦ୍ଦିକ ବୋଲିଂ ନକରିବାରୁ ଦଳର କ୍ଷତି ହେଉଛି

ସରନଦୀପ ସିଂ ଆହୁରି କହିଛନ୍ତି ଯେ, ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରନ୍ତି ତେବେ ଏହା ଟିମ୍ ଇଣ୍ଡିଆ ପାଇଁ କ୍ଷତି ହେବ । ‘ଯଦି ହାର୍ଦ୍ଦିକ ବୋଲିଂ କରନ୍ତି ନାହିଁ, ତେବେ ଏହା ଦଳର ସନ୍ତୁଳନକୁ ଅନେକ ପ୍ରଭାବିତ କରିପାରେ । ତାଙ୍କ ବଦଳରେ ଆଉ ଜଣକୁ ଦଳରେ ବୋଲର ଭାବେ ସାମିଲ କରିବାକୁ ହେବ । ଯାହାଦ୍ୱାରା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ବାହାରେ ବସିବାକୁ ପଡିବ । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏହାର ପ୍ରଭାବ ଦେଖାଯାଇଛି । ଭାରତୀୟ ଟିମ୍‌ ବୋଲିଂରେ କେବଳ ପାଞ୍ଚଟି ବିକଳ୍ପ ସହିତ ମଇଦାନକୁ ଓହ୍ଲାଇପାରିବା ନାହିଁ ବୋଲି ସରନଦୀପ କହିଛନ୍ତି ।

ସରନଦୀପ ଆହୁରି କହିଛନ୍ତି ଯେ, ‘ଏବେ ଦଳରେ ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁରଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି । ସେମାନେ ଏହା ମଧ୍ୟ ପ୍ରମାଣ କରି ଦେଖାଇଛନ୍ତି ଯେ, ଯଦି ହାର୍ଦ୍ଦିକ ପାଣ୍ଡିଆ ବୋଲିଂ କରୁନାହାନ୍ତି ତେବେ ସେମାନେ ଏହି କାମକୁ ସହଜରେ କରିପାରିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ