Advertisment

Cricket Coach Assaulted: କ୍ରିକେଟ କୋଚ୍‌କୁ ସାଂଘାତିକ ଆକ୍ରମଣ , ମୁଣ୍ଡରେ ପଡିଲା ୨୦ ଷ୍ଟିଚ୍

ଭେଙ୍କଟରମଣ ତାଙ୍କ ଅଭିଯୋଗରେ କହିଛନ୍ତି, “୮ ଡିସେମ୍ବର ୨୦୨୫ ରେ, ସକାଳ ପ୍ରାୟ ୧୧ଟା ସମୟରେ, ସେ ସିଏପି କ୍ୟାମ୍ପସର ଇନଡୋର ନେଟରେ ଥିଲେ। ସେହି ସମୟରେ ବରିଷ୍ଠ ପଣ୍ଡିଚେରୀ କ୍ରିକେଟର କାର୍ତ୍ତିକେୟନ, ଅରବିନ୍ଦରାଜ ଏବଂ ସନ୍ତୋଷ କୁମାରନ ଆସି ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

Cricket-Coach-Assaulted-With-Bat

Cricket-Coach-Assaulted-With-Bat Photograph: (OTV)

Advertisment

ସୋମବାର ଦିନ କ୍ରିକେଟ ଆସୋସିଏସନ ଅଫ୍ ପଣ୍ଡିଚେରୀ ବା CAPର ୧୯ ବର୍ଷରୁ କମ୍ ମୁଖ୍ୟ ପ୍ରଶିକ୍ଷକ ଏସ୍ ଭେଙ୍କଟରମଣଙ୍କ ଉପରେ ତିନି ଜଣ ସ୍ଥାନୀୟ କ୍ରିକେଟର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

କୁହାଯାଉଛି ଯେ ଏହି ଖେଳାଳିମାନଙ୍କୁ ଚଳିତ ଜାତୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବା ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଦଳରେ ସାମିଲ କରାଯାଇ ନଥିଲା, ଏବଂ ଏହା ହିଁ ବିବାଦର କାରଣ ହୋଇଛି। ଭେଙ୍କଟରମଣଙ୍କ ମୁଣ୍ଡ ଏବଂ କାନ୍ଧରେ ଆଘାତ ଲାଗିଛି ଆଉ ମୁଣ୍ଡରେ ୨୦ ଟି ଷ୍ଟିଚ୍ ପଡିଛି।

ତେବେ ଆକ୍ରମଣକୁ ନେଇ ପୋଲିସ ଅଭିଯୋଗରେ, ଭେଙ୍କଟରମଣ ତିନି ଜଣ ସ୍ଥାନୀୟ କ୍ରିକେଟରଙ୍କ ନାଁ ନେଇଛନ୍ତି। ସେମାନେ ହେଲେ କାର୍ତ୍ତିକେୟନ ଜୟସୁନ୍ଦରମ, ଏ ଅରବିନ୍ଦରାଜ ଏବଂ ଏସ ସନ୍ତୋଷ କୁମାରନ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଣେ ଭାରତୀଦାସନ ପଣ୍ଡିଚେରୀ କ୍ରିକେଟର୍ସ ଫୋରମର ସଚିବ ଜି ଚନ୍ଦ୍ରନ ଏହି ଆକ୍ରମଣ ପାଇଁ ଉସ୍‌କାଇଛନ୍ତି।

Advertisment

ଭେଙ୍କଟରମଣ ତାଙ୍କ ଅଭିଯୋଗରେ କହିଛନ୍ତି, “୮ ଡିସେମ୍ବର ୨୦୨୫ ରେ, ସକାଳ ପ୍ରାୟ ୧୧ଟା ସମୟରେ, ସେ ସିଏପି କ୍ୟାମ୍ପସର ଇନଡୋର ନେଟରେ ଥିଲେ। ସେହି ସମୟରେ ବରିଷ୍ଠ ପଣ୍ଡିଚେରୀ କ୍ରିକେଟର କାର୍ତ୍ତିକେୟନ, ଅରବିନ୍ଦରାଜ ଏବଂ ସନ୍ତୋଷ କୁମାରନ ଆସି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେମାନେ କହିଥିଲେ ଯେ ସୟଦ ମୁସ୍ତାକ ଅଲୀ ଟ୍ରଫି ଦଳରେ ସେମାନଙ୍କ ଚୟନ ନ ହେବାର କାରଣ ଭେଙ୍କଟରମଣ ଥିଲେ।

ଏହା ପରେ ଅରବିନ୍ଦରାଜ ତାଙ୍କୁ କାବୁ କରିନେଇଥିଲେ ଏବଂ ସନ୍ତୋଷ କୁମାରନଙ୍କ ବ୍ୟାଟ୍ ନେଇ କାର୍ତ୍ତିକେୟନ୍ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ପିଟିବା ସମୟରେ ଏହା ମଧ୍ୟ କହୁଥିଲେ ଯେ "ଭେଙ୍କଟରମଣଙ୍କୁ ପିଟିଲେ ଚନ୍ରନ୍ ସେମାନଙ୍କୁ ସୁଯୋଗ ଦେବ ।" CAP ଏହି ଘଟଣା ଉପରେ କୌଣସି ମତ ଦେବାକୁ ମନା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ