Advertisment

BCCIର ବରିଷ୍ଠ ସ୍କୋରରଙ୍କ ପରଲୋକ, ପୂର୍ବରୁ କରୋନା ସଂକ୍ରମିତ ଥିବା ସୂଚନା

ନୂଆଦିଲ୍ଲୀ: କରୋନା ମହାମାରୀ ଜାଲରେ ଏବେ ପୁରା ଦେଶ ଛନ୍ଦି ହୋଇରହିଛି । ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ସତେ ଯେମିତି ବାହାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ…

ଅଦ୍ୟତନ ହୋଇଛି
BCCIର ବରିଷ୍ଠ ସ୍କୋରରଙ୍କ ପରଲୋକ, ପୂର୍ବରୁ କରୋନା ସଂକ୍ରମିତ ଥିବା ସୂଚନା

Capture

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ଜାଲରେ ଏବେ ପୁରା ଦେଶ ଛନ୍ଦି ହୋଇରହିଛି । ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ସତେ ଯେମିତି ବାହାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ମହାମାରୀରେ ଅନେକ ବଡ଼ ବଡ଼ ନେତା ତଥା ସେଲିବ୍ରିଟି, ଜ୍ଞାନୀ ଗୁଣି ଲୋକ ମଧ୍ୟ ମୃତ୍ୟୁ ବରଣ କରିସାରିଲେଣି ।

Advertisment

ଏହାରି ଭିତରେ ଏବେ ଶନିବାର କ୍ରିକେଟ ଜଗତର ଜଣେ ବିଶିଷ୍ଟ ତଥା ବରିଷ୍ଠ ସ୍କୋରର କୃଷ୍ଣକୁମାର ତିଓ୍ୱାରୀଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ଏବଂ  ଗତ କିଛି ଦିନ ଧରି ସେ ଝଜ୍ଜରର AIIMSରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବା ପରେ ତାଙ୍କୁ ଦିଲ୍ଲୀର ହେଡଗେୱାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ଦିଲ୍ଲୀରେ ଆଇସିୟୁ ବେଡ୍‌ ଉପଲବ୍ଧ ନଥିବାରୁ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କ ହସ୍ତକ୍ଷେପ ପରେ ଝଜ୍ଜରର AIIMSରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ସମୟ ରହିବା ପରେ ତାଙ୍କୁ ଭେଣ୍ଟିଲେଟର ଅବଶ୍ୟକ ପଡ଼ିଥିଲା। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ଏହାପରେ ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରିବର୍ତ୍ତେ ଅଧିକ ବିଗିଡ଼ିବାରେ ଲାଗିଥିଲା। ଏହାରି ଭିତରେ ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Advertisment

ତିୱାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲା, କିନ୍ତୁ ଶନିବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କ ପରିବାରରେ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ବିଜୟ ଲୋକପାଲୀ ତିୱାରୀଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ତିୱାରୀଙ୍କ ବଡ଼ ଝିଅ ଓକିଲାତି କରିଥିବା ବେଳେ ସାନପୁଅ ସପ୍ତମ ଶ୍ରେଣୀରେ ପଢ଼ୁଛି । ଦିଲ୍ଲୀର ସ୍ଥାନୀୟ କ୍ରୀଡ଼ା ଅଧିକାରୀଙ୍କ ବ୍ୟତୀତ ସାମ୍ବାଦିକମାନେ ତିୱାରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀ କ୍ରିକେଟରେ ପ୍ରାୟ ତିନି ଦଶନ୍ଧି ଧରି ସେ ଜଣେ ନାମୀ ସ୍କୋରର ଥିଲେ । ସେ ଚାରୋଟି ଟେଷ୍ଟ, ପାଞ୍ଚଟି ଦିନିକିଆ ଏବଂ ୬୦ଟି ରଣଜୀ ଟ୍ରଫି ମ୍ୟାଚ୍ କଭର୍ କରିଛନ୍ତି । ଏହା ବ୍ୟତୀତ ସେ ୫୦ଟି ଆଇପିଏଲ୍ ମ୍ୟାଚ୍‌ରେ ସ୍କୋରର ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ସ୍ଥାନୀୟ କ୍ରିକେଟରେ ୧୯୮୫ରୁ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ