Advertisment

ଆଇପିଏଲ୍: ଘନଉଛି ବୋର୍ଡ ଓ ଫ୍ରାଞ୍ଚାଇଜି ବିବାଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ ‘ଆର୍ଥିକ’ କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଫ୍ରାଞ୍ଚାଇଜିର ଏହି ଦାବି ପାଇଁ ବୋର୍ଡ ପାଖରେ କେଉଁସବୁ ସମ୍ଭାବ୍ୟ ରାସ୍ତା ରହିଛି, ଆସନ୍ତୁ ଜାଣିବା। ଚଳିତ ଆଇପିଏଲ୍‌ […]

ଅଦ୍ୟତନ ହୋଇଛି
ଆଇପିଏଲ୍: ଘନଉଛି ବୋର୍ଡ ଓ ଫ୍ରାଞ୍ଚାଇଜି ବିବାଦ

ipl2020

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ 'ଆର୍ଥିକ' କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଫ୍ରାଞ୍ଚାଇଜିର ଏହି ଦାବି ପାଇଁ ବୋର୍ଡ ପାଖରେ କେଉଁସବୁ ସମ୍ଭାବ୍ୟ ରାସ୍ତା ରହିଛି, ଆସନ୍ତୁ ଜାଣିବା।

Advertisment

publive-imageଚଳିତ ଆଇପିଏଲ୍‌ ବିନା ଦର୍ଶକରେ ଖେଳାଯିବ। ଏଭଳି ସ୍ଥିତିରେ ଫ୍ରାଞ୍ଚାଇଜି ଚାହୁଁଛି ଯେ ବିସିସିଆଇ ଗେଟ୍‌-ମନି (ଦର୍ଶକଙ୍କ ମଇଦାନକୁ ଆସିବା ଦ୍ୱାରା ଟିକେଟରୁ ହେଉଥିବା ଆୟ) ନହେବାର ଭରଣ କରୁ। ନିୟମ ଅନୁଯାୟୀ, ଗେଟ୍ ମନିରୁ ମିଳୁଥିବା ଆୟ ଘରୋଇ ଫ୍ରାଞ୍ଚାଇଜି ହାତକୁ ଯାଇଥାଏ। ଗୋଟିଏ ମ୍ୟାଚରୁ ପ୍ରତି ଟିମକୁ ପ୍ରାୟ ୩ରୁ ସାଢ଼େ ତିନି କୋଟି ଟଙ୍କାର ଆୟ ହୋଇଥାଏ ବୋଲି ଅନୁମାନ କରାଯାଉଛି।

publive-imageଅନ୍ୟପକ୍ଷରେ ଚାଇନିଜ୍ ମୋବାଇଲ୍ କମ୍ପାନୀ 'ଭିଭୋ'ର ଭାରତୀୟ ଶାଖା, ଇଣ୍ଡିଆନ୍ ପ୍ରିମିୟର୍ ଲିଗର ଟାଇଟଲ୍‌ ସ୍ପନସର୍ ଥିଲା। ଚୀନ୍ ସହ ଭାରତର ବିବାଦ ଯୋଗୁ କମ୍ପାନୀ ଚଳିତ ବର୍ଷ ଟାଇଟଲ୍ ସ୍ପନସରଶିପରୁ ହଟିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ମଧ୍ୟ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ, ବର୍ତ୍ତମାନ ଦେଶରେ ଚୀନ୍ ବିରୋଧରେ ଯେଉଁଭଳି ଆକ୍ରୋଶ ରହିଛି, ସେଥିରେ ଆଇପିଏଲ୍ ସହ ରହିବାର କୌଣସି ଫାଇଦା ନାହିଁ। ଏହାଛଡ଼ା ଚାଇନିଜ୍ ସ୍ପନସରଠାରୁ ନିଜକୁ ଦୂରେଇବା ପାଇଁ ଆଇପିଏଲ୍ ଉପରେ ବହୁତ ଚାପ ଥିଲା। ଏହା ବ୍ୟତୀତ ବୋର୍ଡ ଆଗରେ ରେଭେନ୍ୟୁର ପ୍ରଶ୍ନ ଉଠିଥିଲା।

Advertisment

ଆଇପିଏଲର ଗୋଟିଏ ସଂସ୍କରଣ ପାଇଁ 'ଭିଭୋ' ବୋର୍ଡକୁ ୪୪୦ କୋଟି ଟଙ୍କା ଦେଇଥାଏ। ଏଥିରୁ ଅଧା ବୋର୍ଡ ପାଖରେ ରହିଥାଏ ଏବଂ ବାକି ୮ଟି ଯାକ ଫ୍ରାଞ୍ଚାଇଜିକୁ ସମାନ ଭାଗରେ ବଣ୍ଟାଯାଇଥାଏ। ଅର୍ଥାତ୍ ଗୋଟିଏ ଫ୍ରାଞ୍ଚାଇଜିକୁ ପାଖାପାଖି ୨୮ କୋଟି ଟଙ୍କା ମିଳିଥାଏ। ଏବେ ଭିଭୋ ହଟିବା ପରେ ଟିମ୍ ବା ଫ୍ରାଞ୍ଚାଇଜି ଚାହୁଁଛି ଯେ ଏହିସବୁ କ୍ଷତିର ଭରଣ ବୋର୍ଡ କରୁ। ନଚେତ୍ ଶୀଘ୍ର 'ଭିଭୋ'ର ବିକଳ୍ପ ସନ୍ଧାନ କରୁ।

publive-imageସେପ୍ଟେମ୍ବର ୧୦ ତାରିଖରେ କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ) ଫାଇନାଲ୍ ଅନୁଷ୍ଠିତ ହେବ। ଫ୍ରାଞ୍ଚାଇଜି ଚାହାନ୍ତି ଯେ ସେଠାରୁ (ୱେଷ୍ଟଇଣ୍ଡିଜ୍) ଆସିବାକୁ ଥିବା ଖେଳାଳିମାନଙ୍କୁ କ୍ୱାରେଣ୍ଟିନ ନିୟମରେ କୋହଳ କରାଯାଉ। ଦୁଇ ସପ୍ତାହର କ୍ୱାରେଣ୍ଟିନରେ ରହିବାର ଅର୍ଥ ହେଲା, ସେହି ଖେଳାଳିମାନେ ପ୍ରଥମ ସପ୍ତାହରେ ଆଇପିଏଲରେ ସାମିଲ୍ ହୋଇପାରିବେ ନାହିଁ। ଏଭଳି କୋହଳ ସେମାନେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ପାଇଁ ମଧ୍ୟ ଦାବି କରିଛନ୍ତି, ଯେଉଁମାନେ ଇଂଲଣ୍ଡରେ ଧଳା ବଲ୍ କ୍ରିକେଟ୍ ସିରିଜ୍ ଖେଳି ଆସିବେ।

Advertisment

ଏବେ ବିସିସିଆଇ ପାଖରେ ରାସ୍ତା କ'ଣ?
'ଭିଭୋ' ସ୍ଥାନରେ ନୂଆ ଟାଇଟଲ୍ ସ୍ପନସର୍ ପାଇଁ ବୋର୍ଡ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ଜାରି କରୁ। ଯଦି ଏହାର ସଠିକ୍ ପ୍ରକ୍ରିୟାକୁ ପାଳନ କରାଯାଏ, ତାହେଲେ ବୋର୍ଡକୁ ଫାଇଦା ମିଳିବ। ତେବେ ଏଥିରେ କିଛି କ୍ଷତି ମଧ୍ୟ ରହିଛି। ଏହି ପ୍ରକ୍ରିୟାରେ ଲମ୍ବା ସମୟ ଲାଗିପାରେ, ଯାହା ସପକ୍ଷରେ ଫ୍ରାଞ୍ଚାଇଜିମାନେ ନାହାନ୍ତି। ଫ୍ରାଞ୍ଚାଇଜିମାନଙ୍କୁ ଏସଓପି ଡ୍ରାଫ୍ଟ ଉପରେ ଶୀଘ୍ର ରାଜି କରାଇବାକୁ ପଡ଼ିବ। ଫ୍ରାଞ୍ଚାଇଜି ଏଥିରେ ପରିବର୍ତ୍ତନ ଚାହେଁ, କିନ୍ତୁ ବିସିସିଆଇ ଏହା ଉପରେ କଡ଼ା ଆଭିମୁଖ୍ୟ ଆପଣାଇପାରେ। ଫ୍ରାଞ୍ଚାଇଜି ଦ୍ୱାରା କରାଯାଉଥିବା କ୍ଷତିର ଭରଣ ଦାବିକୁ ବୋର୍ଡ ଅସ୍ୱୀକାର କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ