Advertisment

IPL 11: ଗୋଟିଏ ୱିକେଟ୍‌ରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍‌ର ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ। ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]

IPL 11: ଗୋଟିଏ ୱିକେଟ୍‌ରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ipl 11

Advertisment

ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍‌ର ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ।

Advertisment

ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଇଭିନ୍‌ ଲୁଇସ୍‌। ଉଭୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ଲୁଇସ୍‌ ଖାତା ଖୋଲି ନପାରି ଦୀପକଙ୍କ ଶିକାର ହୋଇଥିଲେ। ପରେ ରୋହିତ ୧୫ ରନ୍ କରି ୱାଟ୍‌ସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିସନ ଓ ସୂର୍ଯ୍ୟ କୁମାର ଯାଦବ କିଛି ସମୟ ତିଷ୍ଠି ଥିଲେ। ଈଶାନ ୪୦ ଓ ସୂର୍ଯ୍ୟ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। ହାର୍ଦ୍ଦିକ ୨୨  ରନ୍‌ ଓ କୁନାଲ ପାଣ୍ଡ୍ୟାଙ୍କ ୪୧ ରନ୍‌ ବଳରେ ମୁମ୍ୱାଇ ୧୬୫ ରନ୍‌ କରିପାରିଥିଲା। ଚେନ୍ନାଇ ପକ୍ଷରୁ ୱାଟ୍‌ସନ୍‌ ୨, ଦୀପକ ଓ ତାହିର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ସୁପର କିଙ୍ଗ ୯ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ସେନ୍ ୱାଟସନ୍ ୧୬ ରନ୍ କରିଥିବା ବେଳେ ଅମ୍ବାତି ରାଇଡୁ ୨୨, ସୁରେଶ ରାଇନା ୪, କେଦାର ଯାଦବ ୨୪, ଧୋନୀ ୫, ରବୀନ୍ଦ୍ର ଜାଡ଼େଜା ୧୨ ରନ୍ କରିଥିଲେ। ମ୍ୟାଚ୍‌ରେ ହୀରୋ ସାଜିଥିଲେ ବ୍ରାଭୋ। ସେ ୩୦ଟି ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହାୟତାରେ ୬୮ ରନ୍ କରିଥିଲେ।

Advertisment
IPL IPL Match Mumbai Indians IPL 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ