Dhoni
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ କିପିଂ ମଧ୍ୟ କରିଛନ୍ତି। ତେଣୁ ଧୋନି ଆସନ୍ତା ଆଇପିଏଲରେ କମାଲ କରି ଦେଖାଇବେ ବୋଲି ଆଶା ରହିଛି। ତେବେ ଏହା କ’ଣ ଧୋନିଙ୍କ ଶେଷ ଆଇପିଏଲ? ଏଭଳି ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛନ୍ତି ଚେନ୍ନାଇ ଟିମର ସିଇଓ କାଶୀ ବିଶ୍ୱନାଥନ। ସେ କହିଛନ୍ତି ଏହା ଧୋନିଙ୍କର ଶେଷ ଆଇପିଏଲ ହୋଇନପାରେ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଶ୍ୱନାଥନ ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ। ସେ କେବେ ବି ଧୋନିଙ୍କ ବିକଳ୍ପ ଖୋଜିବାକୁ ଚେଷ୍ଟା କରିନାହାନ୍ତି।
/odishatv-khabar/media/post_attachments/wp-content/uploads/2021/04/Kasi-Biswanathan-2.jpg)
ଗତ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ଖରାପ ଥିଲା। ଏଥିପାଇଁ ଟୁର୍ଣ୍ଣାମେଣ୍ଟ ପରେ ଖେଳାଳିଙ୍କୁ କିଛି ପରାମର୍ଶ ଦେଇଥିଲେ କି ଧୋନି? ଏହି ପ୍ରଶ୍ନର ଉତ୍ତର ଦେଇ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ‘ନା ଧୋନି ସେଭଳି କିଛି ପରାମର୍ଶ ଦେଇନାହାନ୍ତି। ଗତ ଥର ଦଳର ପ୍ରଦର୍ଶନ ଖରାପ ଥିଲା। କାରଣ ଅନେକ ମୁଖ୍ୟ ଖେଳାଳି ଦଳରୁ ବାଦ୍ ପଡ଼ିଥିଲେ। ଦୁଇ ଖେଳାଳି କରୋନା ଆକ୍ରାନ୍ତ ହେଇଥିଲେ। ଦଳ ଏବେ ଭଲ ସ୍ଥିତିରେ ଅଛି। ଖେଳାଳିମାନେ ଗତ ୧୫ରୁ ୨୦ ଦିନ ଧରି ନେଟ୍ ପ୍ରାକ୍ଟିସ୍ ଜାରି ରଖିଛନ୍ତି। ଆମେ ଆମର ପ୍ରକ୍ରିୟାକୁ ବିଶ୍ୱାସ କରୁଛୁ। ଯାହା ଏବେ ପର୍ଯ୍ୟନ୍ତ ସଫଳ ହୋଇଛି।’
ଧୋନି ୨୦୦୮ ମସିହାରୁ ଚେନ୍ନାଇ ସହ ଜଡ଼ିତ ଅଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୩ ଥର ଆଇପିଏଲ ଚାମ୍ପିଅନ ହୋଇଛି। ଆଇପିଏଲର ୧୪ ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଧୋନି ଚମତ୍କାର ଫର୍ମରେ ଥିବା ଦେଖାଯାଉଛି। ସେ ନେଟ ପ୍ରାକ୍ଟିସ୍ ବେଳେ ଲମ୍ବା ଲମ୍ବା ସଟ୍ ଖେଳୁଥିବା ଦେଖାଯାଇଛି। ଏମିତିକି ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିଥିବା ଅଭ୍ୟାସ ମ୍ୟାଚରେ ମଧ୍ୟ ଧୋନିଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିଲା। ଖାଲି ବ୍ୟାଟିଂ ନୁହେଁ କିପିଂରେ ମଧ୍ୟ ଧୋନି ନିଜ ପୂର୍ବ ଅବତାରକୁ ଫେରି ଆସିଛନ୍ତି। ଆଇପିଏଲର ଏହି ସିଜିନରେ ଚେନ୍ନାଇ ନିଜର ପ୍ରଥମ ମ୍ୟାଚ ୧୦ ଏପ୍ରିଲରେ ଖେଳିବ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ପ୍ରଥମ ମୁକାବିଲା କରିବ ଚେନ୍ନାଇ।
/odishatv-khabar/media/post_attachments/wp-content/uploads/2021/04/Kasi-Biswanathan.jpg)
ଧୋନିଙ୍କ ନେତୃତ୍ୱରେ ଚେନ୍ନାଇର ପ୍ରଦର୍ଶନ
ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ପାଇଁ ମୋଟ ୧୯୭ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ସେଥିମଧ୍ୟରୁ ସେ ଦଳ ୧୧୯ଟି ମ୍ୟାଚରେ ବିଜୟ ହେଇଛି ଏବଂ ୭୮ଟି ମ୍ୟାଚରେ ପରାଜିତ ହୋଇଛି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୮ ଥର ଆଇପିଏଲ ଫାଇନାଲରେ ପହଞ୍ଚିଛି। ଆଇପିଏଲର ୧୩ ତମ ସଂସ୍କରଣ ଚେନ୍ନାଇ ପାଇଁ ସବୁଠାରୁ ଲଜ୍ଜାଜନକ ଥିଲା। ପ୍ରଥମ ଥର ପାଇଁ ଦଳ ଲିଗ୍ ପର୍ଯ୍ୟାୟ ପାର କରିପାରିନଥିଲା। ଏହା ସତ୍ତ୍ୱେ ମଧ୍ୟ, ଚେନ୍ନାଇକୁ ଧୋନିଙ୍କ ଉପରେ ବିଶ୍ୱାସ ରହିଛି ଏବଂ ପୁଣି ଥରେ ତାଙ୍କ ନେତୃତ୍ୱରେ ଖେଳିବାକୁ ପ୍ରସ୍ତୁତ |
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dhoni_1626945228.jpg)