msd
ଚେନ୍ନାଇ: ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ଟିମ୍ ଆଇପିଏଲ୍-୨୦୨୦ ଅଭିଯାନରେ ବାହାରିଛି। ଶୁକ୍ରବାର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିଛି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ଫ୍ରାଞ୍ଚାଇଜି ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି। ଏଥିରେ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, ଭାଇସ୍ କ୍ୟାପଟେନ୍ ସୁରେଶ ରାଇନା, ରବୀନ୍ଦ୍ର ଜାଡେଜା ଓ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କୁ ଦେଖିବାକୁ ମିଳିଛି। ଟିମର ଖେଳାଳିଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହେଉଥିଲା।
https://twitter.com/ChennaiIPL/status/1296716940279336960?s=20
ଚେନ୍ନାଇ ସୁପର୍ କିଙ୍ଗସ୍ ଏକମାତ୍ର ଟିମ୍, ଯିଏ ଭାରତରୋ କ୍ୟାମ୍ପ କରିଥିଲା। ଟିମ୍ ଅଗଷ୍ଟ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି କ୍ୟାମ୍ପ୍ କରିଥିଲା। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଟିମ୍ ଗୁରୁବାର ୟୁଏଇରେ ପହଞ୍ଚି ସାରିଛନ୍ତି ଏବଂ ସେଠାରେ ଖେଳାଳିମାନେ ୬ ଦିନର କ୍ୱାରେଣ୍ଟିନରେ ରହିବେ।
ସୂଚନାଯୋଗ୍ୟ, ୩୯ ବର୍ଷୀୟ ଧୋନି ଏବଂ ୩୩ ବର୍ଷୀୟ ରାଇନା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ଦୁହେଁ ଆଇପିଏଲ୍ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ୫୩ ଦିନ ଧରି ଚାଲିବାକୁ ଥିବା ଆଇପିଏଲର ୬୦ଟି ମ୍ୟାଚ୍ ଦୁବାଇ, ଆବୁଧାବି ଓ ଶାରଜାରେ ଖେଳାଯିବ। ଆସନ୍ତା ମାସ ୧୯ ତାରିଖରୁ ଏହି ବ୍ୟୟବହୁଳ ଲିଗର ଶୁଭାରମ୍ଭ ହେବ, ଯାହା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/msd-3_1625406438.jpg)