urbasi
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବବେଳେ ଚର୍ଚ୍ଚାରେ ଥାଆନ୍ତି। ପୂର୍ବରୁ ତାଙ୍କ ନାଁକୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ଉର୍ବଶୀ ଓ ହାର୍ଦ୍ଦିକଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଆଉ ଜଣେ କ୍ରିକେଟରଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହୋଇଛି। ତେବେ ଏହି କ୍ରିକେଟର ଆଉ କେହି ନୁହଁନ୍ତି ବରଂ ସେ ରିଷଭ ପନ୍ତ ବୋଲି ଶୁଣିବାକୁ ମିଳୁଛି।
/odishatv-khabar/media/post_attachments/wp-content/uploads/2019/12/hardik.jpg)
ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କୁ ବିଳମ୍ବିତ ରାତିରେ ଡେଟ୍ କରୁଥିବା ଦେଖିବାକୁ ମିଳିଛି। ତେବେ କ୍ରିକେଟର ରିଷଭଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହେବା ଫ୍ୟାନ୍ସଙ୍କ ପାଇଁ କୌଣସି ସର୍ପ୍ରାଇଜ୍ଠୁ ବି କମ୍ ନୁହେଁ। କାହିଁକି ନା ଏହା ପୂର୍ବରୁ ଉଭୟଙ୍କୁ କେବେବି ଏକାଠି ଦେଖିବାକୁ ମିଳି ନ ଥିଲା। ଡିସେମ୍ବର ୧୦ ରାତି ପ୍ରାୟ ୧୧ଟାରେ ଉର୍ବଶୀଙ୍କୁ ରିଷଭ୍ଙ୍କ ସହ ଡିନର୍ ଡେଟ୍ରେ ଦେଖିବାକୁ ମିଳିଥିଲା। ମୁମ୍ବାଇର ଜୁହୁ ସ୍ଥିତ ଇଷ୍ଟେଲ୍ଲାରେ ଉଭୟ ଡିନର୍ କରୁଥିବା ନଜର ଆସିଥିଲେ।
/odishatv-khabar/media/post_attachments/wp-content/uploads/2019/12/urbasi-2.jpg)
ଏଠାରେ ସବୁଠାରୁ ଖାସ୍ କଥା ହେଲା, T20 ମ୍ୟାଚ୍ର ଦିନକ ପୂର୍ବରୁ ଏହି ଡିନର୍ ଡେଟ୍ ହୋଇଥିଲା। ତେବେ ଏହି ଡିନର୍ ଡେଟ୍ ଆଗକୁ କେଉଁ ସମ୍ପର୍କର ରୂପ ନେବ ତାହା ଦେଖିବାକୁ ବାକି ରହିଲ। ହେଲେ ସେତବେଳେ ଏସବୁ ସ୍ପଷ୍ଟ ହେବ ଯେତବେଳେ ଉଭୟ ସେମାନଙ୍କର ସମ୍ପର୍କକୁ ନେଇ ସ୍ପଷ୍ଟ କରିବେ।
/odishatv-khabar/media/post_attachments/wp-content/uploads/2019/12/urbasi-1.jpg)
ସୂଚନାଥାଉ କି, ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହୋଇଥିଲା। ଏକ ପାର୍ଟିରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କୁ ଡେଟ୍ରେ ଦେଖିବାକୁ ମିଳିଥିଲା। ଯେତେବେଳେ ଏହି ଖବରକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା ହେଲା ଉର୍ବଶୀ ଏନେଇ ମୁହଁ ଖୋଲିଥିଲେ। ହାର୍ଦ୍ଦିକଙ୍କ ସହ ତାଙ୍କ ଆଫାୟର୍ସକୁ ଉର୍ବଶୀ ଖଣ୍ଡନ କରିଥିଲେ। ଏହାପରେ ଉର୍ବଶୀଙ୍କ ସହ ନୁହେଁ ବରଂ ଅଭିନେତ୍ରୀ ନତାଶା ଷ୍ଟାନ୍କୋଭିକ୍ଙ୍କ ସହ ହାର୍ଦ୍ଦିକଙ୍କ ଆଫାୟର୍ସ ଚାଲିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁଇ ଜଣ ସେମାନଙ୍କର ରିଲେସନ୍ସିପ୍କୁ ନେଇ ବହୁତ ସିରିୟସ୍ ଥିବା ଶୁଣିବାକୁ ମିଳୁଛି।
/odishatv-khabar/media/post_attachments/wp-content/uploads/2019/12/urvasi-1.jpg)
ଫିଲ୍ମ ‘ପାଗଲପନ୍ତି’ରେ ଉର୍ବଶୀ ନଜର ଆସିଥିଲେ। ଯଦିଓ ଫିଲ୍ମଟି ଏତେ ହିଟ୍ ହୋଇନଥିଲା ହେଲେ ଉର୍ବଶୀଙ୍କୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ଖାଲି ଦେଖିବାକୁ ବାକି ରହିଲା ରିଷଭ୍ଙ୍କ ନାଁ ତାଙ୍କ ନାଁ ଯୋଡ଼ା ଯିବାକୁ ନେଇ ଉର୍ବଶୀ କ’ଣ ପ୍ରତିକ୍ରିୟା ରଖୁଛନ୍ତି। ଯେତେବେଳ ପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ ସେତେବେଳେ ଯାଏ ଏହାକୁ କେବଳ ଗୁଜବ ହିଁ କୁହାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/urbasi_1626867160.jpg)