Advertisment

ଟୋକିଓ ଅଲମ୍ପିକ୍ସ: ଭାଇସ୍ କ୍ୟାପେଟନ୍ ଦାୟିତ୍ୱରେ ଓଡ଼ିଆ ଖେଳାଳି ବୀରେନ୍ଦ୍ର

ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଟିମ୍‌ରେ ପୁଣି ଚମକିଛନ୍ତି ଓଡ଼ିଆ ଖେଳାଳି।  ଷ୍ଟାର ଓଡ଼ିଆ  ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଛି ଭାରତୀୟ ପୁରୁଷ ହକି ଟିମର  ଅଧିନାୟକ ଦାୟିତ୍ୱ।  ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳର ଭାଇସ୍ କ୍ୟାପେଟନ୍…

ଅଦ୍ୟତନ ହୋଇଛି
ଟୋକିଓ ଅଲମ୍ପିକ୍ସ: ଭାଇସ୍ କ୍ୟାପେଟନ୍ ଦାୟିତ୍ୱରେ ଓଡ଼ିଆ ଖେଳାଳି ବୀରେନ୍ଦ୍ର

birendra lakra

Advertisment

ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଟିମ୍‌ରେ ପୁଣି ଚମକିଛନ୍ତି ଓଡ଼ିଆ ଖେଳାଳି।  ଷ୍ଟାର ଓଡ଼ିଆ  ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଛି ଭାରତୀୟ ପୁରୁଷ ହକି ଟିମର  ଅଧିନାୟକ ଦାୟିତ୍ୱ।  ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳର ଭାଇସ୍ କ୍ୟାପେଟନ୍ ହୋଇଛନ୍ତି ବୀରେନ୍ଦ୍ର।

Advertisment

ଲଣ୍ଡନ ଅଲିମ୍ପିକ ଖେଳିଥିବା ଭେଟେରାନ ବୀରେନ୍ଦ୍ର ୨୦୧୬ରେ ଆହତ କାରଣରୁ ଅଳ୍ପକେ ରିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିଲେ। ତେବେ ଆଣ୍ଠୁ ଅସ୍ତ୍ରୋପଚାର ପରେ ପୁଣି ଥରେ ସେ ଦଳକୁ ଫେରିଛନ୍ତି । ଆଉ ଏହା ପରେ ତାଙ୍କ ପ୍ରଦର୍ଶନରେ ଢେର ଉନ୍ନତି ହୋଇଛି।  ତାଙ୍କୁ ଦଳର ଅନ୍ୟତମ ମେରୁଦଣ୍ଡ ବୋଲି କୁହାଯାଉଛି । ଭେଟେରାନ୍ ବୀରେନ୍ଦ୍ରଙ୍କ ସହ ଯୁବ ଖେଳାଳି ହରମନପ୍ରୀତ ସିଂହଙ୍କୁ ମଧ୍ୟ ଅନ୍ୟତମ ଭାଇସ୍ କ୍ୟାପଟେନ୍ କରାଯାଇଛି । ସେହିପରି ୧୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂ।

ଗତକାଲି ଅନ୍ୟତମ ଓ଼ଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ  ଭାରତୀୟ ମହିଳା ହକି ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପକ୍କା କରିଛନ୍ତି ଦୀପ ଗ୍ରେସ୍ । ବେଙ୍ଗାଳୁରୁର ସାଇ କୋଚିଂ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଏହି ଟିମ୍‌ ଚୟନ କରାଯାଇଛି । ଏହା ହେବ ତାଙ୍କ ଦ୍ୱିତୀୟ ଅଲିମ୍ପିକ୍ସ । ୨୦୧୬ ରିଓ ଅଲିମ୍ପିକ୍ସରେ ବି ଭାରତୀୟ ଦଳରେ ସାମିଲ ଥିଲେ ଦୀପ ଗ୍ରେସ । ୨୦୧୧ରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । କ୍ୟାରିୟର ଆରମ୍ଭରୁ ଦୀପ ଗ୍ରେସ୍ ଭାରତୀୟ ହକି ଦଳରେ ଜଣେ ନିୟମିତ ଖେଳାଳି । ଭାରତୀୟ ଟିମରେ ଜଣେ ଭରସାଯୋଗ୍ୟ ଡିଫେଣ୍ଡର ଭାବେ ସେ ନିଜକୁ ପ୍ରମାଣିତ କରିବା ସହ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

Advertisment
Tokyo Olympics 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ