Advertisment

Bhubaneswar Rocks Before Barabati: ବାରବାଟୀ ଫାଇଟ୍ କାଉଣ୍ଟଡାଉନ୍ , ଭୁବନେଶ୍ବରରେ ଦୁଇ ଦେଶର ଖେଳାଳି

ବାରବାଟୀ ଦୁଲୁକିବା ଆଗରୁ ଦୁଲୁକିଲା ଭୁବନେଶ୍ବର। ଦୁଲୁକୋଉଥିଲା ଧୁମ୍ସା, ବର୍ଷୁଥିଲା ଫୁଲ। ଚାତକ ଭଳି ଚାହିଁ ବସିଥିଲେ ଶହଶହ ଫ୍ୟାନ୍। ଆଦିବାସୀ ନୃତ୍ୟର ତାଳେ ତାଳେ ପାଦ ଝୁମୁଥିଲା, ରେଡ୍ କାର୍ପେଟରେ ଦୁଇ ଦେଶର ଖେଳାଳିଙ୍କ ପାଦ ପଢୁଥିଲା।

Bhubaneswar Rocks Before Barabati:

Bhubaneswar Rocks Before Barabati: Photograph: (OTV)

Advertisment

ବାରବାଟୀ ଦୁଲୁକିବା ଆଗରୁ ଦୁଲୁକିଲା ଭୁବନେଶ୍ବର। ଦୁଲୁକୋଉଥିଲା ଧୁମ୍ସା, ବର୍ଷୁଥିଲା ଫୁଲ। ଚାତକ ଭଳି ଚାହିଁ ବସିଥିଲେ ଶହଶହ ଫ୍ୟାନ୍। ଆଦିବାସୀ ନୃତ୍ୟର ତାଳେ ତାଳେ ପାଦ ଝୁମୁଥିଲା, ରେଡ୍ କାର୍ପେଟରେ ଦୁଇ ଦେଶର ଖେଳାଳିଙ୍କ ପାଦ ପଢୁଥିଲା। ଆଦିବାସୀ ପରମ୍ପରାର ଝଲକ ସହିତ ଏଭଳି ମହାଆଡମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସ୍ବାଗତ କରିଛି ଓଡ଼ିଶା। ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ସହ ୫ ଖେଳାଳି, ଅର୍ଶଦୀପ ସିଂ, କୂଲଦୀପ ଯାଦବ, ତିଲକ ବର୍ମା, ହର୍ଷିତ ରାଣା ଓ ୱାସିଂଟନ ସୁନ୍ଦର ପହଞ୍ଚିଛନ୍ତି ହୋଟେଲ୍ ମେ ଫେୟାରରେ। ପୂର୍ବରୁ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସିସାରିଥିବା ବେଳେ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହିତ ବଳକା ଖେଳାଳି ଇଣ୍ଡିଭିଜୁଆଲ୍ ଭାବେ ରାତି ସୁଦ୍ଧା ପହଞ୍ଚିବେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାପ୍ ପହଞ୍ଚି ସାରିଛନ୍ତି। ପ୍ରିୟ କ୍ରିକେଟରମାନଙ୍କୁ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ନାହିଁନଥିବା ଉତ୍ସାହ। 

Advertisment

 ଦିନକ ପରେ ବାରବାଟୀରେ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ବେଣ୍ଟି ଫାଇଟ୍। ଟ୍ବିଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଲାଗି ପିଚ୍ ପ୍ରସ୍ତୁତ, ଗ୍ୟାଲେରୀ ରେଡି। ବାରବାଟୀରେ ପ୍ରଥମଥର ପାଇଁ ନାଲି ମାଟି ପିଚରେ ହେବାକୁ ଯାଉଛି ଖେଳ ।  ଏହା ପୂର୍ବରୁ ଆଜି ପିଚ୍ ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର୍ । ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ପ୍ରାକ୍ଟିସ୍ କରିଥିବାବେଳେ ଆସନ୍ତାକାଲି ଦିନରେ  ଟିମ୍ ଇଣ୍ଡିଆ ଓ ସନ୍ଧ୍ୟାରେ ଫ୍ଲଡ୍ ଲାଇଟରେ ନେଟ୍ ପ୍ରାକ୍ଟିସ୍ କରିବ ସାଉଥ୍ ଆଫ୍ରିକା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦୁଇ ଟିମର ଅଭ୍ୟାସ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି ।  ନେଟ୍  ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ। ଅନ୍ୟପଟେ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ବସି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବେ ବୋଲି ସୂଚନା ଦେଇଛନ୍ତି ଓସିଏ ସଭାପତି। 

ଶୃଙ୍ଖଳିତ ମ୍ୟାଚ୍ ଆୟୋଜନକୁ ଗୁରୁତ୍ବ ଦେଉଛି ଓସିଏ। ଯେପରି ଗତବର୍ଷ ଭଳି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ୍ ଦିଆଯାଉଛି। ଅନଲାଇନ ଟିକେଟ୍ କିଣିଥିବା ଲୋକମାନେ ଆସନ୍ତାକାଲି ଓ ୯ ତାରିଖରେ ଫିଜିକାଲ୍ ଟିକେଟ୍ ସଂଗ୍ରହ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ