Advertisment

BCCI: ଟ୍ରଫି ଚୋର ପାକିସ୍ତାନକୁ ଭାରତର ଚେତାବନୀ, ଯଥା ଶୀଘ୍ର ଟ୍ରଫି ଫେରାଅ

ଟ୍ରଫି ଚୋର ପାକିସ୍ଥାନକୁ ଭାରତର ଚେତାବନୀ। ଯଥାଶୀଘ୍ର ଟ୍ରଫି ଫେରାଇବାକୁ କହିଲା BCCI। ଭାରତର ବିଜୟକୁ ସହି ପାରୁନାହାନ୍ତି ନକଭି। ଟିମ୍ ଇଣ୍ଡିଆ ଟ୍ରଫି ଗ୍ରହଣ କରିବାକୁ ମନା କଲା ବୋଲି ଟ୍ରଫି ନେଇଗଲେ ନକଭି।

BCCI-Warning

BCCI-Warning Photograph: (OTV)

Advertisment

୨୦୨୫ ଏସିଆ କପ୍ ମ୍ୟାଚରେ ପାକିସ୍ତାନକୁ ଆଣ୍ଠେଇ ଫାଇନାଲ ଜିତିଥିଲା ଭାରତ। ହେଲେ ପରେ ଯାହା ହେଲା ବୋଧହୁଏ କ୍ରିକେଟ୍ ଇତିହାସରେ ଏପରି ହୋଇନାହିଁ। କାରଣ ପାକିସ୍ତାନର ପରାଜୟ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ପିଲାଳିଆମି କରିଥିଲେ। ଯେତେବେଳେ ଟିମ୍ ଇଣ୍ଡିଆ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଲା, ସେ ଏହାକୁ ନେଇ ତାଙ୍କ ହୋଟେଲକୁ ଚାଲି ଯାଇଥିଲେ। ତେବେ ଏହି ମାମଲାରେ ବିସିସିଆଇ ମୁହଁ ଖୋଲିଛି। 
ଏହି ମାମଲାକୁ ସମାଧାନ ନ କରି ଛାଡ଼ିବ ନାହିଁ ବୋଲି କହିଛି। ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଏସୀୟ କ୍ରିକେଟ୍ ପରିଷଦର ସଭାପତି ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ତା’ପରେ ନକଭି ନିଜେ ଟ୍ରଫି ଚୋରି କରି ହୋଟେଲ ପଳାଇଥିଲେ। ଏହି ଘଟଣାକୁ ଏକ ପିଲାଳିଆ କାର୍ଯ୍ୟ ବୋଲି କହିଛି ବିସିସିଆଇ। ଆଉ ଏନେଇ ICC ପାଖରେ ପ୍ରତିବାଦ ଜଣାଇବ ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ ମତ ସ୍ପଷ୍ଟ କରିଛନ୍ତି। 
ଭାରତୀୟ ଦଳର ଟ୍ରଫି ଗ୍ରହଣ ନ କରିବା ନିଷ୍ପତ୍ତି ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା। ହେଲେ ଏହାର ଅର୍ଥ ନୁହେଁ ଯେ ନକଭି ପଦକ ସହିତ ଟ୍ରଫି ନେଇ ପଳାଇବେ। ଏହି ନିଷ୍ପତ୍ତି "ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ କ୍ରୀଡ଼ା ବିରୋଧୀ" ଥିଲା ବୋଲି ବିସିସିଆଇ ସଚିବ ଦୃଢ଼ ଭାବରେ କହିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଦୁବାଇରେ ହେବାକୁ ଥିବା ଆଗାମୀ ICC ବୈଠକରେ ଏହି ଘଟଣାର ଦୃଢ ପ୍ରତିବାଦ କରିବ BCCI। ଆଉ ଯଥାଶୀଘ୍ର ଟ୍ରଫି ଏବଂ ପଦକ ଭାରତକୁ ଫେରସ୍ତ କରିବାକୁ ଚେତାବନୀ ଦେଇଛନ୍ତି ନକଭି। 
ଏହାସହ BCCI ସ୍ପଷ୍ଟ କରିଛି ଯେ, ଭାରତ ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହିତ ଖେଳେ ନାହିଁ। ତଥାପି, ଭାରତୀୟ ଦଳକୁ ଏସିଆ କପ୍ ଭଳି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡିବ। କାରଣ ଯଦି ଭାରତ ଅଂଶଗ୍ରହଣ ନ କରେ, ତେବେ ଫେଡେରେସନକୁ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ଦ୍ୱାରା ନିଷିଦ୍ଧ କରାଯାଇପାରେ ।

Advertisment

ଅଧିକ ଦେଖନ୍ତୁ:

BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ