PAKISTAN Photograph: (OTV)
ପାକିସ୍ତାନକୁ ମହଙ୍ଗା ପଡ଼ିବ ଗନ୍ ଫାୟାର୍ ସେଲିବ୍ରେସନ୍ । ପଡ଼ିଆରେ ପାକିସ୍ତାନର ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହେଲା ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ଭାରତ । ୨ ଖେଳାଳି ପଡ଼ିଆରେ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି।
ଗତ ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ଫାୟାର୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ୍ । ବ୍ୟାଟକୁ ବନ୍ଧୁକ ଭଳି ଧରିଥିଲେ ଓ ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ। ସେପଟେ ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥିଲେ । ତେବେ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/25/pakistan-2025-09-25-09-51-45.jpg)