Advertisment

'ପ୍ରିନ୍ସ ଅଫ୍ କୋଲକାତା' @୪୮

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି। ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ […]

'ପ୍ରିନ୍ସ ଅଫ୍ କୋଲକାତା' @୪୮

ganguly

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। 'ପ୍ରିନ୍ସ ଅଫ୍ କୋଲକାତା' ଓ 'ରୟାଲ୍ ବେଙ୍ଗଲ୍ ଟାଇଗର୍' ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି।

Advertisment

publive-image ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ ଟେଷ୍ଟ ଖେଳି ୭୨୧୨ ରନ୍ ଓ ୩୧୧ ଦିନିକିଆରେ ୧୧,୩୬୩ ରନ୍ କରିଛନ୍ତି। ଟେଷ୍ଟରେ ତାଙ୍କ ନାଁରେ ୧୬ ଶତକ ଏବଂ ଦିନିକିଆରେ ୨୨ ଶତକ ରହିଛି। ଗାଙ୍ଗୁଲିଙ୍କୁ ଅଫସାଇଡର ଭଗବାନ କୁହାଯାଉଥିଲା। ବ୍ୟାଟିଂ କରୁଥିବା ସମୟରେ ଗାଙ୍ଗୁଲି ଅଫ୍ ସାଇଡ୍ ଓ କଭର୍ ଡ୍ରାଇଭରେ ଯେଉଁଭଳି ଶଟ୍ ମାରୁଥିଲେ, ତାହା ଦର୍ଶକଙ୍କୁ ମତୁଆଲା କରିଦେଉଥିଲା। ଗାଙ୍ଗୁଲି ଜଣେ ସଫଳ ଓପ୍ନର ସହ ଜଣେ ଏଭଳି କ୍ୟାପଟେନ୍ ଯିଏ ଭାରତକୁ ବିଦେଶ ମାଟିରେ ଘରୋଇ ଟିମର ଆଖିରେ ଆଖି ମିଶାଇବାର କାମ କରି ଦେଖାଇଥିଲେ।

https://twitter.com/svignesh0302/status/1280573776095145984?s=20

ଗାଙ୍ଗୁଲି ସେହି ସମୟରେ ଭାରତୀୟ କ୍ରିକେଟ୍ ଟିମର ମଙ୍ଗ ଧରିଲେ, ଯେତେବେଳେ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂ ଭଳି କଳଙ୍କର ଦାଗ ଲାଗିଥିଲା। ଏଭଳି ସଙ୍କଟ ସମୟରେ ଗାଙ୍ଗୁଲି ଭାରତୀୟ ଟିମର କ୍ୟାପଟେନ୍ ଭାର ସମ୍ଭାଳିଥିଲେ। ସେ ଭାରତୀୟ ଟିମକୁ ଏକ ନୂଆ ଦିଶା ଦେଇଥିଲେ ଏବଂ ଟିମକୁ ୨୦୦୩ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିଲେ। ଗାଙ୍ଗୁଲି ଏଭଳି ଜଣେ କ୍ୟାପଟେନ୍, ଯିଏ ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ବେଶ୍ ଚର୍ଚ୍ଚିତ।

Advertisment

publive-imageସେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ନାସିର ହୁସେନଙ୍କଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆର ଷ୍ଟିଭ୍ ୱ'ଙ୍କ ଭଳି କ୍ୟାପଟେନଙ୍କୁ ଟସ୍ ପକାଇବା ପାଇଁ ଅପେକ୍ଷା କରାଇଥିଲେ। କ୍ରିକେଟ୍ ଛାଡ଼ିବାର ପ୍ରାୟ ୧୦ ବର୍ଷ ପରେ ଗାଙ୍ଗୁଲିଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ମିଳିଥିଲା। ୨୦୧୯ରେ ଗାଙ୍ଗୁଲିଙ୍କୁ ସର୍ବସମ୍ମତିକ୍ରମେ ବିସିସିଆଇର ଅଧ୍ୟକ୍ଷ କରାଯାଇଥିଲା। ତେବେ ଗାଙ୍ଗୁଲି କ୍ୟାରିୟର ସମ୍ବନ୍ଧରେ ଆସନ୍ତୁ ଜାଣିବା।

publive-imageଟେଷ୍ଟ କ୍ରିକେଟରେ ଜବରଦସ୍ତ ଏଣ୍ଟ୍ରି: ୧୯୯୬ରେ ଇଂଲଣ୍ଡ ଗସ୍ତରେ ଗାଙ୍ଗୁଲି ଲର୍ଡ୍ସରେ ଟେଷ୍ଟ ଡେବ୍ୟୁ କରିଥିଲେ। ଗସ୍ତ ଅଧାରୁ ନଭଜ୍ୟୋତ୍ ସିଂହଙ୍କ ଓହରିଯିବା ପରେ ଗାଙ୍ଗୁଲିଙ୍କୁ ଲର୍ଡ୍ସରେ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ତେବେ ଗାଙ୍ଗୁଲି ନିଜର ପ୍ରଥମ ଟେଷ୍ଟରେ ଶତକ (୧୩୧) ମାରି କ୍ରିକେଟକୁ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ। ସେହିପରି ନିଜର ୨ୟ ଟେଷ୍ଟରେ ମଧ୍ୟ ଗାଙ୍ଗୁଲି ଆଉ ଏକ ଶତକ (୧୩୬) ମାରି ନିଜ ପାଇଁ ବାଟ ଫିଟାଇଥିଲେ।

Advertisment

publive-imageଐତିହାସିକ ଲର୍ଡ୍ସ ବାଲକୋନୀରେ ଟି-ଶାର୍ଟ ଖୋଲି ଉଡ଼ାଇଲେ: ୨୦୦୨ ମସିହା ଜୁଲାଇ ୧୩ ଦିନକୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ କେବେବି ଭୁଲିବେନି। ଏହିଦିନ କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡ୍ସ ମଇଦାନରେ ଭାରତ ଆୟୋଜକ ଇଂଲଣ୍ଡକୁ ହରାଇ ନାଟୱେଷ୍ଟ ଟ୍ରଫି ଜିତି ଇତିହାସ ରଚିଥିଲା। ମ୍ୟାଚ୍ ଜିତିବା ପରେ ଗାଙ୍ଗୁଲି ଲର୍ଡ୍ସ ବାଲକୋନୀରେ ନିଜର ଟି-ଶାର୍ଟ ଖୋଲି ଉଡ଼ାଇଥିଲେ। ଫାଇନାଲରେ ଭାରତ ଆଗରେ ୩୨୬ ରନର କଠିନ୍ ଟାର୍ଗେଟ୍ ରଖାଯାଇଥିଲା। କିନ୍ତୁ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ (୬୯) ଓ ମହମ୍ମଦ କୈଫ୍ (୮୭*) ଅବିଶ୍ୱସନୀୟ ବ୍ୟାଟିଂ କରି ଭାରତକୁ ତିନୋଟି ବଲ୍ ଥାଇ ଐତିହାସିକ ବିଜୟ ଭେଟି ଦେଇଥିଲେ। ଆଜିର ଦିନରେ ବି ପ୍ରଶଂସକ ଗାଙ୍ଗୁଲିଙ୍କର ସେହି ଅନ୍ଦାଜକୁ ଭୁଲି ନାହାନ୍ତି।

publive-imageଏକାଧିକ ଯୁବ କ୍ରିକେଟରଙ୍କୁ ସୁଯୋଗ: ଗାଙ୍ଗୁଲି ଏମିତି କିଛି କ୍ରିକେଟରଙ୍କୁ ସୁଯୋଗ ଦେଇଥିଲେ, ଯିଏ ପରବର୍ତ୍ତୀ ଦିନରେ କିମ୍ବଦନ୍ତୀ ସାବ୍ୟସ୍ତ ହୋଇଥିଲେ। ଟର୍ବୋନେଟର୍ ହରଭଜନ ସିଂହ, ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ, ବୀରେନ୍ଦ୍ର ସେହ୍ୱାଗ ଏବଂ ବିଶେଷକରି ମହେନ୍ଦ୍ର ସିଂହ ଧୋନିଙ୍କ ଭଳି କ୍ରିକେଟରଙ୍କୁ ଗଢ଼ିବାରେ ଗାଙ୍ଗୁଲି ମୁଖ୍ୟ ଭୂମିକା ବହନ କରିଛନ୍ତି। ଗାଙ୍ଗୁଲିଙ୍କ କହିବା ଅନୁସାରେ, ୨୦୦୪ରେ ଧୋନିଙ୍କ ଆବିର୍ଭାବ ହୋଇଥିଲା। ଏହାବ୍ୟତୀତ ସେହ୍ୱାଗଙ୍କୁ ଓପନିଂ ବ୍ୟାଟିଂ କରାଇବାର ଶ୍ରେୟ ମଧ୍ୟ ଗାଙ୍ଗୁଲିଙ୍କୁ ଯିବ। ନିଜ ସମୟରେ ଗାଙ୍ଗୁଲି ଓ ସଚିନ୍ ସବୁଠାରୁ ବିପଜ୍ଜନକ ଓପନିଂ ବ୍ୟାଟ୍ସମ୍ୟାନ୍ ଥିଲେ। କିନ୍ତୁ ଗାଙ୍ଗୁଲି ନିଜ ସ୍ଥାନରେ ସେହ୍ୱାଗଙ୍କୁ ଓପ୍ନର କରାଇଥିଲେ ଏବଂ ସଚିନଙ୍କ ସହ ତାଙ୍କୁ ଓପନ୍ କରାଇବାର ସୁଯୋଗ ଦେଇଥିଲେ। ଗାଙ୍ଗୁଲିଙ୍କ ଏହି ତ୍ୟାଗ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲା। ଗାଙ୍ଗୁଲିଙ୍କ କ୍ୟାପଟେନ୍ସିରେ ଭାରତ ବିଦେଶରେ ୨୮ ଟେଷ୍ଟ ଖେଳି ୧୧ଟିରେ ବିଜୟ ହାସଲ କରିଛି।

publive-imageଗାଙ୍ଗୁଲି ଯେତେବେଳ କ୍ୟାପଟେନ୍ ଦାୟିତ୍ୱ ବହନ କଲେ, ସେତେବେଳେ ଭାରତ ଟେଷ୍ଟ ରାଙ୍କିଙ୍ଗର ଅଷ୍ଟମ ସ୍ଥାନରେ ଥିଲା। କିନ୍ତୁ ସେ ଯେତେବେଳେ କ୍ୟାପଟେରୁ ରିଟାୟର୍ ହେଲେ, ଭାରତ ୨ୟ ସ୍ଥାନରେ ଥିଲା। ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୦୭ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ କ୍ୟାରିୟରର ସର୍ବୋଚ୍ଚ ୨୩୯ ରନ୍ କରିଥିଲେ। ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ଇନିଂସ୍ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ଏକମାତ୍ର ଦ୍ୱିଶତକ। ୨୦୦୮ରେ ନାଗପୁରରେ ସେ ନିଜର ଶେଷ ଟେଷ୍ଟ ଖେଳିଥିଲେ।

https://twitter.com/ICC/status/1280735900746514432?s=20

୨୦୦୦ ମସିହାରେ କେନିୟାରେ ଖେଳାଯାଇଥିବା ଆଇସିସି ନକଆଉଟ୍ କପ୍ ଗାଙ୍ଗୁଲିଙ୍କ କ୍ୟାପଟେନ୍ସିରେ ପ୍ରଥମ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା। ଟୁର୍ଣ୍ଣାମେଣ୍ଟର ଫାଇନାଲରେ କ୍ରିସ୍ କେର୍ଣ୍ଣସଙ୍କ ଦମଦାର ଇନିଂସ୍ ବଳରେ ଭାରତ ପରାଜୟର ସାମ୍ନା କରିଥିଲା। ଏହା ପରେ ୨୦୦୨ରେ ଭାରତ ଶ୍ରୀଲଙ୍କାରେ ଆୟୋଜିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଯୁଗ୍ମ ଭାବେ ଟ୍ରଫି ଜିତି ଗାଙ୍ଗୁଲି କ୍ୟାପଟେନ୍ସିରେ ପ୍ରଥମ ଆଇସିସି ଟ୍ରଫି ଜିତିଥିଲା।

publive-imageଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୨୦୦୩ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା। ୧୯୮୩ ପରେ ପ୍ରଥମଥର ଭାରତୀୟ ଟିମ୍ ବିଶ୍ୱକପ୍ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା। ଫାଇନାଲରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ସହ ହୋଇଥିଲା, ଯେଉଁଥିରେ ଗାଙ୍ଗୁଲିଙ୍କ ଟିମ୍ ୧୨୫ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା। ପରାଜୟ ସତ୍ତ୍ୱେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଗାଙ୍ଗୁଲି ଓ ତାଙ୍କ ଟିମ୍ ପ୍ରତି ସମ୍ମାନ ଅଧିକ ବଢ଼ିଯାଇଥିଲା।

Sourav Ganguly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ