Advertisment

Barabati T20: ଦିନକ ପରେ ବାରବାଟୀ ଟିକେଟ୍ ବିକ୍ରି , କାଉଣ୍ଟର ଆଗରେ ଲାଗିବ ସର୍ପେନଟାଇନ୍ ବ୍ୟାରିକେଡ୍

ବାରବାଟୀରେ ଶୃଂଖଳିତ ହେବ ତ ଟିକେଟ୍ ବିକ୍ରି ? ଗତଥର ଭଳି ଠେଲାପେଲା, ଅଣନିଃଶ୍ବାସୀ ସ୍ଥିତି ଉପୁଜିବ ନାହିଁ ତ ? ପୂର୍ବ ଭୁଲର ପୁନରାବୃତ୍ତି ନହେବାକୁ ପୋଲିସର ବଡ଼ ପ୍ରସ୍ତୁତି ପ୍ରଥମଥର ପାଇଁ ସର୍ପେନଟାଇନ୍ ଡିଜାଇନର ବ୍ୟାରିକେଡ଼ ବ୍ୟବସ୍ଥା ।

BARABATI-TICKET-ROW

BARABATI-TICKET-ROW Photograph: (OTV)

Advertisment

ବାରବାଟୀରେ ଶୃଂଖଳିତ ହେବ ତ ଟିକେଟ୍ ବିକ୍ରି ? ଗତଥର ଭଳି ଠେଲାପେଲା, ଅଣନିଃଶ୍ବାସୀ ସ୍ଥିତି ଉପୁଜିବ ନାହିଁ ତ ? ପୂର୍ବ ଭୁଲର ପୁନରାବୃତ୍ତି ନହେବାକୁ ପୋଲିସର ବଡ଼ ପ୍ରସ୍ତୁତି
ପ୍ରଥମଥର ପାଇଁ ସର୍ପେନଟାଇନ୍ ଡିଜାଇନର ବ୍ୟାରିକେଡ଼ ବ୍ୟବସ୍ଥା । ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ମ୍ୟାଚ ପାଇଁ ଦିନକ ପରେ ଷ୍ଟା଼ଡିୟମ୍ ବାହାରେ ଥିବା କାଉଣ୍ଟରରୁ ଟିକେଟ୍ ବିକ୍ରି ଲାଗି ଏଥର ହୋଇଛି ଏମିତି ବ୍ୟବସ୍ଥା। ସିଧା ନୁହେଁ, ସର୍ପେଣ୍ଟାଇନ୍ ଅର୍ଥାତ୍ ଅଙ୍କାବଙ୍କା ଶକ୍ତ ବ୍ୟାରିକେଡ। ଗତ ଫେବ୍ରୁଆରୀ 9 ଭାରତ- ଇଂଲଣ୍ଡ ମ୍ୟାଚ ବେଳେ ଯେଉଁଭଳି ଠେଲାପେଲା ପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ତାର ପୁନରାବୃତ୍ତି ରୋକିବାକୁ କମିଶନରେଟ୍ ପୋଲିସ କରିଛି ବଡ ପ୍ରସ୍ତୁତି। ଫଳରେ ହଠାତ ବଡ ଧରଣର ଠେଲାପେଲାକୁ ରୋକାଯାଇ ପାରିବ।ଦର୍ଶକ ପ୍ରଥମେ ଓସିଏ କ୍ରିକେଟ ଏକାଡେମୀ ପଟେ ବ୍ୟାରିକେଡ଼ ଭିତରକୁ ଆସିବେ।

Advertisment

ଏହାପରେ ସିଧା ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବେ। ଦର୍ଶକଙ୍କ ପାଇଁ ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ଼ ଲାଇନ କରାଯାଇଥିବା ବେଳେ ତାପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ଼ ହୋଇଛି ଯେଉଁଠି ପୋଲିସ ଜଗିବେ। କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକଡେ ବ୍ୟବସ୍ଥା ହୋଇଛି। ଟିକେଟ ବିକ୍ରି ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ ଲଗାଇବେ ନାହିଁ। ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକଡେମୀ ପଡ଼ିଆରେ ରହିବେ। ସକାଳ ୯ ଟାରେ କାଉଣ୍ଟରରେ ଟିକେଟ ବିକ୍ରି ହେବ, 6 ଟାରୁ ଲାଇନ କରାଯିବ। କାଉଣ୍ଟର ପାଖରେ କେବଳ ଟିକେଟ କିଣିବାକୁ ଆସିଥିବା ଲୋକ ରହି ପାରିବେ । ଏହାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଘୋଷଣା କରାଯିବ। ଏହାସହ ଟିକଟ କଳାବଜାରୀ ଉପରେ ବି କଡା ନଜର ରହିବ। 

ସେପଟେ ଅନଲାଇନ ଟିକଟ ବିକ୍ରି ଶେଷ ହେବା ପରେ ଆଜିଠାରୁ ଓସିଏ ଅନୁବନ୍ଧିତ ସଂସ୍ଥାକୁ ମ୍ୟାଚ ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ ,କଲେଜ ଓ କ୍ଳବ ସଦସ୍ୟ ନିଜ ନିଜର କୋଟା ଟିକଟ କିଣିଛନ୍ତି । ଅନ୍ୟପଟେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନାଲି ମାଟି ପିଚରେ ମ୍ୟାଚ ଖେଳାଯିବ ବୋଲି ପ୍ରାୟତଃ ସ୍ଥିର ହୋଇଛି। ଓସିଏ କ୍ୟୁରେଟରଙ୍କ କହିବାନୁଯାୟୀ ଏଭଳି ପିଚରେ ଖେଳାଗଲେ ହାଇ ସ୍କୋରିଂ ମ୍ୟାଚ ହେବା ସହ ବ୍ୟାଟ୍ସମ୍ୟାନ୍ ଫ୍ରେଣ୍ଡ୍ଲି ୱିକେଟ ହେବ। ତେବେ ଫ୍ଲଡଲାଇଟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଡ୍ୟୁ ଫ୍ୟାକ୍ଟର ବଡ ଭୂମିକା ଗ୍ରହଣ କରିବ। ସେଥିପାଇଁ ଆଉଟଫିଲ୍ଡରେ କାକର ପାଇଁ କେମିକାଲ ବ୍ୟବହାର ମଧ୍ୟ କରାଯିବ ବୋଲିି ସେ କହିଛନ୍ତି।

ଗତ ଭାରତ-ଇଂଲଣ୍ଡ ଟି-ଟ୍ବେଣ୍ଟ ମ୍ୟାଚ ପାଇଁ ଟିକେଟ ବିକ୍ରି ବେଳେ ପ୍ରବେଶ କରୁଥିବା ଦର୍ଶକଙ୍କ ଲାଗି ବାହାରିବାକୁ ବାଟ ନଥିଲା। ଫଳରେ ଦଳାଚକଟା ଭଳି ସ୍ଥିତି ହୋଇଥିଲା । ଏପରିକି ଅନେକ ଅଣନିଶ୍ବାସୀ ହୋଇପଡିଥିଲେ। ଫଳରେ ବାଧ୍ୟ ହୋଇ ବ୍ୟାରିକେଡ କାଟି ଫସିଥିବା ଟିକେଟ୍ ଆଶାୟୀଙ୍କୁ ବାହାର କରିବାକୁ ପଡ଼ିଥିଲା। ହେଲେ ଏଥରର ଏ ବ୍ୟବସ୍ଥା କାଉଣ୍ଟର ଟିକେଟ୍ ବିକ୍ରି ପ୍ରକ୍ରିୟାକୁ କେତେ ସୁଗମ କରୁଛି ତା ଉପରେ ନଜର।... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ