Advertisment

ଭାରତ ଆଗରେ ୩୧୬ ରନର ଟାର୍ଗେଟ୍

କଟକ  : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଛି। ଫଳରେ ବାରବାଟୀ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୩୧୬ ରନ୍ କରିବାକୁ ପଡ଼ିବ। ଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ […]

ଭାରତ ଆଗରେ ୩୧୬ ରନର ଟାର୍ଗେଟ୍

cricket

Advertisment

କଟକ  : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଛି। ଫଳରେ ବାରବାଟୀ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୩୧୬ ରନ୍ କରିବାକୁ ପଡ଼ିବ। ଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନ୍ ବାରବାଟୀରେ ଜବରଦସ୍ତ ବ୍ୟାଟିଂ କରି ମାତ୍ର ୬୪ ବଲରେ ୧୦ ଚୌକା ଓ ୩ ଛକା ସହ ୮୯ ଏବଂ ପୋଲାର୍ଡ ୫୧ ବଲରେ ୩ ଚୌକା ଓ ୭ ଛକା ସହ ଅପରାଜିତ ୭୪ ରନ୍ କରିଛନ୍ତି। ଭାରତ ପକ୍ଷରୁ ପଦାର୍ପଣ କରିଥିବା ନବଦୀପ ସାଇନି ଆକର୍ଷଣୀ ବୋଲିଂ କରି ମ୍ୟାଚରେ ୨ ୱିକେଟ୍ ଦଖଲ କରିଛନ୍ତି।

Advertisment

publive-imageରନ୍ ପିଛା କରିବା ଉଦ୍ଦେଶ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଜ୍ ଟିମର ଆରମ୍ଭ ଧୀମା ରହିଥିଲା। ଦୁଇ ଓପ୍ନର ଏଭିନ୍ ଲୁଇସ୍ ନିଜ ସାମର୍ଥ୍ୟଠାରୁ ବିପରୀତ ବ୍ୟାଟିଂ କରିଥିଲେ। ସେ ୫୦ ବଲ୍ ଖେଳିଥିଲେ ହେଁ, ମାତ୍ର ୨୧ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଶାଇ ହୋପଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। ଚମତ୍କାର ଫର୍ମରେ ଥିବା ହୋପ୍ ଆଉ ଏକ ଭଲ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ବ୍ୟକ୍ତିଗତ ୪୨ (୫୦ ବଲ୍‌, ୫ ଚୌକା) ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ ଓ ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଶିମରନ୍ ହେଟମେୟର୍ ଭଲ ବ୍ୟାଟିଂ କରିଥିଲେ। ହେଟମେୟର୍ ଦ୍ରୁତ ୩୭ (୩୩ ବଲ୍‌, ୨ ଚୌକା, ୨ ଛକା) ରନ୍ କରିଥିବା ବେଳେ ଡେବ୍ୟୁଟାଣ୍ଟ ନଭଦୀପ ସାଇନିଙ୍କ ବଲରେ କୁଲଦୀପ ଯାଦବଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସାଇନିଙ୍କ ଚମକ ଜାରିଥିଲେ ଏବଂ ସେଟ୍ ବ୍ୟାଟ୍ସମ୍ୟାନ୍ ଚେଜ୍ (୩୮)ଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। ଚେଜଙ୍କ ଆଉଟ୍ ସମୟରେ ଇଣ୍ଡିଜର ସ୍କୋର ୩୧.୩ ଓଭରରେ ୧୪୪/୪ ରନରେ ଥିଲା।

Advertisment

ଏଭଳି ସ୍ଥିତିରେ ଟିମ୍ ପକ୍ଷେ ୨୫୦ ରନ୍ ଅତିକ୍ରମ କରିବା କଷ୍ଟକର ଲାଗୁଥିଲା। କିନ୍ତୁ ଇନଫର୍ମ ପୁରନ୍ ଏବହ କ୍ୟାପଟେନ୍ କାଇରନ୍ ପୋଲାର୍ଡ ସବୁ ବାଜି ପଲଟାଇ ଦେଇଥିଲେ। ବିଶେଷକରି ବିଶାଖାପାଟଣା ଭଳି ବାରବାଟୀରେ ମଧ୍ୟ ନିଜର ଘାତକ ବ୍ୟାଟିଂ ଦେଖାଇଥିଲେ। ସେ ୪୩ ବଲରେ କ୍ରମାଗତ ଅର୍ଦ୍ଧଶଥକ ମାରିଥିଲେ ଏବଂ ଟିମର ସ୍କୋରକୁ ୩୦୦ ଅଭିମୁଖେ ନେଇଥିଲେ। ପୁରନ୍ ଓ ପୋଲାର୍ଡ ପଞ୍ଚମ ୱିକେଟ୍ ପାଇଁ ୧୩୫ ରନର ଶତକୀୟ ଭାଗୀଦାରୀ କରିଥିଲେ।

ପୁରନ୍ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ପୋଲାର୍ଡ ଶେଷ ଓଭର ଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଇଣ୍ଡିଜକୁ ୩୧୫ ରନରେ ପହଞ୍ଚାଇଥିଲେ। ତାଙ୍କୁ ସାଥ ଦେଇଥିବା ଜେସନ୍ ହୋଲ୍ଡର୍ ୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ, ଶାମି ଓ ଜାଡେଜା ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ