Advertisment

T20 World Cup Shake-Up: T-20 ବିଶ୍ବକପ୍ ରୁ ବିଧିବଦ୍ଧ ଭାବେ ବାଂଲାଦେଶ ଆଉଟ୍, ବଦଳରେ ଖେଳିବ ଏହି ଦେଶ

T-20 ବିଶ୍ବକପରୁ ବିଦାହେଲା ବାଂଲାଦେଶ। ବିଧିବଦ୍ଧ ବାବେ ବାଂଲାଦେଶକୁ ଆଉଟ୍ କରି ସ୍କଟଲାଣ୍ଡକୁ ସାମିଲ କଲା ICC । ବାଂଲାଦେଶକୁ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା।

T20

T20 Photograph: (OTV)

Advertisment

ମହଙ୍ଗା ପଡ଼ିଲା ଜିଦ୍ । T-20 ବିଶ୍ବକପରୁ ବିଦାହେଲା ବାଂଲାଦେଶ। ବିଧିବଦ୍ଧ ବାବେ ବାଂଲାଦେଶକୁ ଆଉଟ୍ କରି ସ୍କଟଲାଣ୍ଡକୁ ସାମିଲ କଲା ICC । ବାଂଲାଦେଶକୁ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା। କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା।

Advertisment

ସ୍କଟଲାଣ୍ଡ ସାମିଲ

ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ବକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି। ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି। 

ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁରୁ ରେହେମାନଙ୍କୁ ବାଦ ଦିଆଯିବା ପରେ ବାଂଲାଦେଶ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି କହିଥିଲା । ଭାରତ ବିପକ୍ଷରେ ଥିବା ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା ବାଂଲାଦେଶ। ବିଶ୍ବକପକୁ ଅଳ୍ପ ଦିନ ବାକିଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇଦେଇଥିଲା। ତେବେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ଆକ୍ସନ ନେଇଛି ଆଇସିସି। 

Advertisment

 T-20 ବିଶ୍ବକପ୍ ରୁ ବାଂଲାଦେଶ ବିଦା

ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC
ଭାରତରୁ ମ୍ୟାଚ୍  ସ୍ଥାନାନ୍ତର ଜିଦ୍ ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ
ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T-20 ବିଶ୍ବକପ୍ 

Bangladesh ICC T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ