Advertisment

ନିଦହାସ୍‌ ଟ୍ରଫି: ଶ୍ରୀଲଙ୍କାକୁ ୨ ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

କଲୋମ୍ବୋ: ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଗୋଟିଏ ବଲ୍‌ ବାକିଥାଇ ୧୯.୫ ଓଭରରେ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ତାମିମ ଇକୱାଲ […]

ନିଦହାସ୍‌ ଟ୍ରଫି: ଶ୍ରୀଲଙ୍କାକୁ ୨ ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

nidahas trophy

Advertisment

କଲୋମ୍ବୋ: ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ।

Advertisment

ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଗୋଟିଏ ବଲ୍‌ ବାକିଥାଇ ୧୯.୫ ଓଭରରେ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ତାମିମ ଇକୱାଲ ୪୧ ବଲକକରୁ ୫୦ ରନ୍‌ କରିଥିଲେ। ତିନିଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ଶେଷ ଓଭରରେ ବାଂଲାଦେଶକୁ ୧୨ ରନ୍‌ ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରେ ବାଂଲାଦେଶ ୬ ରନ୍‌ କରିଥିଲା। ଓଭରର ପଞ୍ଚମ ବଲରେ ମହମୁଦୁଲ୍ଲା ଏକ ବିଶାଳ ଛକା ମାରି ଟିମ୍‌କୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ।

Advertisment

ଶ୍ରୀଲଙ୍କା ପକ୍ଷରୁ କୁସଲ ପରେରା ୪୦ ବଲ୍‌ରେ ସର୍ବାଧିକ ୬୧ ରନ୍‌ କରିଥିଲେ। ସେହିପରି ଥିରାସା ପରାରେ ୩୭ ବଲ୍‌ରେ ୫୮ ରନ୍‌ କରିଥିଲେ। ଅନ୍ୟ କୌଣସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନଥିଲେ।

Bangladesh Sri Lanka NIDAHAS T20 TRI-SERIES Nidahas Trophy Nidahas Trophy Final
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ