Advertisment

ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]

ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

Virat Kohli

Advertisment

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ।

Advertisment

ଅନ୍ୟପଟେ, ଦିନିକିଆ ରାଙ୍କିଂର ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ବାବର ଆଜମ୍। ଆଉ ଏହି ରାଙ୍କିଂର ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି। ହେଲେ ସବୁଠାରୁ ବଡ଼ କଥା ହେଲା ବିରାଟ କୋହଲି ଓ ବାବରଙ୍କ ମଧ୍ୟରେ ମାତ୍ର ୫ ପଏଣ୍ଟର ଅନ୍ତର ରହିଛି। ବାବର ୮୫୨ ପଏଣ୍ଟ ପାଇ ଦୁଇ ନମ୍ଭର ସ୍ଥାନରେ ରହିଥିବା ବେଳେ ବିରାଟ ୮୫୭ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ୮୨୫ ପଏଣ୍ଟ ସହ ଏହି ତାଲିକାର ତିନି ନମ୍ବର ସ୍ଥାନରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ତେବେ ରାଙ୍କିଂ ତାଲିକାକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ବିରାଟଙ୍କ ଏକ ନମ୍ବର ସ୍ଥାନ ଏବେ ବିପଦରେ। କୌଣସି ମୁହୁର୍ତ୍ତରେ ବି ବିରାଟ ଏକ ନମ୍ବର ସ୍ଥାନରୁ ଖସିପାରନ୍ତି। ଶୀର୍ଷ ସ୍ଥାନର ମୁକୁଟ କୌଣସି ମୁହୁର୍ତ୍ତରେ ବି ବିରାଟଙ୍କ ପାଖରୁ ଚାଲିଯାଇପାରେ।

ସେହିଭଳି ଦକ୍ଷିଣ ଆଫ୍ରିକାର ରେସି ଭାନ୍ ଡେର୍ ଡୁସେନ୍ ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଯଥାକ୍ରମେ ୧୨୩ ଓ ୬୦ ରନ୍ କରି ନଟଆଉଟ୍ ରହିଥିଲେ। ଏହାସହ ସେ ଏବେ ରାଙ୍କିଂ ତାଲିକାର ୨୨ ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାବୁମା ମଧ୍ୟ ଦ୍ୱିତୀୟ ମ୍ୟାଚରେ ୯୨ ରନ ସଂଗ୍ରହ କରି ତାଲିକାର ୮୮ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Advertisment

ସେହିଭଳି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଦିନିକିଆ ବୋଲର ରାଙ୍କିଂ ତାଲିକାରେ ୭୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ଏନରିଚ୍ ନାର୍ଥଜେ। ସେ ପାକିସ୍ତାନ ବିକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ସାତୋଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେହିଭଳି ଟି-୨୦ ଫର୍ମାଟରେ ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଡେବ୍ୟୁ କରିଥିବା ଫିନ୍ ଆଲେନ୍ ତୃତୀୟ ମ୍ୟାଚ୍‌ରେ ୨୯ ବଲରୁ ୭୧ ରନ୍ ସଂଗ୍ରହ କରି ଶ୍ରେଷ୍ଠ ୧୦୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ସାମିଲ ହେଇଛନ୍ତି। ଅନ୍ୟପଟେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦୀ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚରେ ମାତ୍ର ୧୫ ରନ୍ ଦେଇ ତିନୋଟି ୱିକେଟ୍ ହାସଲ କରିବାରେ ସଫଳ ହେଇଥିଲେ। ଏହାପରେ ସେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୬ ନମ୍ବର ରାଙ୍କିଂକୁ ଉନ୍ନୀତ ହେଇଛନ୍ତି।

India Virat Kohli Rohit Sharma Cricket India Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ