Advertisment

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ମୁମ୍ବାଇ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଦୁଃଖଦ ଖବର। ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଏବଂ ଜଣାଶୁଣା କମେଣ୍ଟେଟର୍ ଡିନ୍ ଜୋନ୍ସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚାଲିଛି। ଏଥିପାଇଁ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରୀ କରୁଥିଲେ। ଜୋନ୍ସ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ଡିନ୍ ଜୋନ୍ସଙ୍କ […]

ଅଦ୍ୟତନ ହୋଇଛି
ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

dean

Advertisment

ମୁମ୍ବାଇ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଦୁଃଖଦ ଖବର। ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଏବଂ ଜଣାଶୁଣା କମେଣ୍ଟେଟର୍ ଡିନ୍ ଜୋନ୍ସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

Advertisment

BREAKING Dean Jones dead: Former Australian cricketer dies aged 59 - Daily Star

ବର୍ତ୍ତମାନ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚାଲିଛି। ଏଥିପାଇଁ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରୀ କରୁଥିଲେ। ଜୋନ୍ସ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ଡିନ୍ ଜୋନ୍ସଙ୍କ ଦେହାନ୍ତ ନେଇ ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ବ୍ରେଟ୍ ଲି' ସୂଚନା ଦେଇଛନ୍ତି।

Dean Jones - Team Kookaburra Legend | Aus | Dean jones, Afghanistan cricket team, Legend

ଡିନ୍ ଜୋନ୍ସ ଅଷ୍ଟ୍ରେଲିଆର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ସାଙ୍ଗକୁ ଉନ୍ନତ ଫିଲ୍ଡର ମଧ୍ୟ ଥିଲେ। ସେ ୫୨ ଟେଷ୍ଟ, ୧୬୪ ଦିନିକିଆରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟରେ ୨୧୬ ରନ୍ ଏବଂ ଦିନିକିଆରେ ୧୪୫ ରନ୍, ତାଙ୍କର ସର୍ବୋଚ୍ଚ ସ୍କୋର।

Advertisment

Dean Jones and Kepler Wessels | Photo | Global | ESPNcricinfo.com

ସେ ଟେଷ୍ଟରେ ୪୬.୫୫ ହାରରେ ୩୬୩୧ ରନ୍ କରିଛନ୍ତି, ଯେଉଁଥିରେ ୧୧ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ୍‌ ଅଛି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଜୋନ୍ସ ୪୪.୬୧ ହାରରେ ୬୦୫୮ ରନ୍ କରିଛନ୍ତି, ଯେଉଁଥିରେ ୭ ଶତକ ଓ ୪୬ ଅର୍ଦ୍ଧଶତକ ରହିଛି। ଟେଷ୍ଟ କ୍ରିକେଟରେ ଜୋନ୍ସ ୩୪ ଏବଂ ଦିନିକିଆରେ ୫୪ କ୍ୟାଚ୍ ଧରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ