Advertisment

ଭାରତକୁ ୨୮୭ ରନର ଟାର୍ଗେଟ୍

ବେଙ୍ଗାଲୁରୁ: ଷ୍ଟିଭ୍ ସ୍ମିଥଙ୍କ ଶତକ ଏବଂ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ସିରିଜ୍ ଜିତିବା ପାଇଁ ବିରାଟବାହିନୀଙ୍କୁ ୨୮୭ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ। ବିଶେଷକରି ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର […]

ଭାରତକୁ ୨୮୭ ରନର ଟାର୍ଗେଟ୍

runs

Advertisment

ବେଙ୍ଗାଲୁରୁ: ଷ୍ଟିଭ୍ ସ୍ମିଥଙ୍କ ଶତକ ଏବଂ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ସିରିଜ୍ ଜିତିବା ପାଇଁ ବିରାଟବାହିନୀଙ୍କୁ ୨୮୭ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ। ବିଶେଷକରି ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବ୍ୟାଟିଂରେ ଅଙ୍କୁଶ ଲଗାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ ସର୍ବାଧିକ ୧୩୧ (୧୩୨ ବଲ୍‌, ୧୪ ଚୌକା, ୧ ଛକା) ରନ୍ କରିଥିବା ବେଳେ ଲାବୁଶେନ୍ ୫୪ ରନର ଇନିଂସ୍ ଖେଳିଛନ୍ତି।

Advertisment

ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମଧ୍ୟ ଟସ୍ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା। କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲର ଭୁଲ ପ୍ରମାଣିତ କରିଥିଲେ। ଭଲ ଫର୍ମରେ ଭ୍ରମଣକାରୀ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ମାତ୍ର ୩ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲରେ ୱିକେଟକିପର ଲୋକେଶ ରାହୁଲଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସ୍ମିଥ୍ କ୍ୟାପଟେନ୍ ଫିଞ୍ଚଙ୍କୁ ସାଥ୍ ଦେଇଥିଲେ। ଟିମର ସ୍କୋର ୪୬ ଥିବା ବେଳେ ସ୍ମିଥଙ୍କ ଭୁଲ୍ ଯୋଗୁ ଫିଞ୍ଚ୍ (୧୯) ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

୧୦ ଓଭର ଭିତରେ ଦୁଇଟି ୱିକେଟ୍ ପତନ ହେବା ଦ୍ୱାରା ଅଷ୍ଟ୍ରେଲିଆ ଚାପରେ ପଡ଼ିଥିଲା। ତେବେ ସ୍ମିଥ୍ ଓ ଲାବୁଶେନଙ୍କ ଯୋଡ଼ି ପୁଣିଥରେ ଅଷ୍ଟ୍ରେଲିଆ ଉନ୍ନତ ଭାଗୀଦାରୀ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୭ ରନର ପାର୍ଟନରଶିପ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଲାବୁଶେନ୍ ନିଜର ତୃତୀୟ ମ୍ୟାଚରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ। ତେବେ ତାଙ୍କୁ ପୁଣିଥରେ ଜାଡେଜା ନିଜର ଶିକାର ବନାଇଥିଲେ। ଲାବୁଶେନ୍ କଭରରେ ଜବରଦସ୍ତ ଶଟ୍ ଖେଳିଥିଲେ, ଯାହାକୁ କ୍ୟାପଟେନ୍ କୋହଲି ଡାଇଭ୍ ମାରି ଚମତ୍କାର ଢ଼ଙ୍ଗରେ କ୍ୟାଚ୍ ଧରିଥିଲେ। ଲାବୁଶେନ୍ ନିଜ ଇନିଂସରେ ୬୪ ବଲରେ ୫ ଚୌକା ମାରିଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ୍ ଷ୍ଟାର୍କଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଜାଡେଜା।

Advertisment

ସ୍ମିଥ୍ ଆକର୍ଷଣୀୟ ବ୍ୟାଟିଂ କରି କ୍ରିଜର ଗୋଟିଏ ପାଶ୍ୱର୍ରେ ଜମି ରହିଥିଲେ । ସେ ଆଲେକ୍ସ କ୍ୟାରୀଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୫୮ ରନ୍ ଯୋଡ଼ିଥିଲେ। କ୍ୟାରୀ ବ୍ୟକ୍ତିଗତ ୩୫ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଷ୍ଟନ୍ ଟର୍ଣ୍ଣର (୪) ନିରାଶ କରିଥିଲେ ଏବଂ ସାଇନିଙ୍କ ବଲରେ ଆଉଟ୍ ହୋଇଥିଲେ । ସ୍ମିଥ୍ ୧୧୭ ବଲରେ ନିଜର ନବମ ଶତକ ପୂରଣ କରିଥିଲେ ଶତକ ପରେ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ ଏବଂ ଟିମକୁ ୩୦୦ ଅଭିମୁଖେ ନେଇଥିଲେ। କିନ୍ତୁ ତାଙ୍କର ମାରାଥନ୍ ଇନିଂସରେ ବ୍ରେକ୍ ଲଗାଥିଲେ ଶାମି। ଏହା ପରେ ଶେଷଭାଗ ବ୍ୟାଟ୍ସମ୍ୟାନ୍ ସେତେଟା ଯୋଗଦାନ କରିପାରିନଥିଲେ, ଯେଉଁକାରଣରୁ ଅଷ୍ଟ୍ରେଲିଆ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଶାମି ୬୩ ରନ୍ ଦେଇ ୪ଟି ଓ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍ ନେଇଥିଲେ। ନଭଦୀପ ସାଇନି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ