ball tampering
କେପଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍କ୍ରଫଟ୍ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା।
ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍କ୍ରଫଟ୍ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍କ୍ରଫଟ୍ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।
ତେବେ ଅଷ୍ଟ୍ରେଲିଆ ଓପ୍ନର୍ କାମେରନ୍ ବାନ୍କ୍ରଫଟ୍ ଓ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛନ୍ତି।
ସୁଯୋଗ ପାଇ ସେ ଏହି କାମରେ ସଂଶ୍ଲିଷ୍ଟ ହୋଇଥିଲେ ବୋଲି ବାନ୍କ୍ରଫଟ୍ କହିଛନ୍ତି। ତେବେ ଏନେଇ ସେ ବାସନ୍ଦର ସମ୍ମୁଖୀନ ହୋଇପାରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ball-tampering_1626433807.jpg)