trophy-chor-pakistan Photograph: (OTV)
ପାକିସ୍ତାନ ମନ୍ତ୍ରୀ ସାଜିଲେ ଟ୍ରଫି ଚୋର ! ଏସିଆ କପ୍ ଚାମ୍ପିଅନ ହେବା ପରେ ବି ଭାରତ ଆସିଲାନି ବିଜୟ ଟ୍ରଫି । ଏସିଆ କପ୍ ଟ୍ରଫି ନେଇ ଛୁ ମାରିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି । ଭାରତର ଟ୍ରଫି ଓ ମେଡାଲ ନେଇ ପଳାଇଲେ ହୋଟେଲ ।
ଧୂଳିଚାଟିଲା ପାକିସ୍ତାନ, ଦୁବାଇରେ ଉଡିଲା ଭାରତର ବିଜୟ ଧ୍ୱଜା । କିନ୍ତୁ ଯେତେବେଳେ ଟ୍ରଫି ନେବା ସମୟ ଆସିଲା, ସଫା ସଫା ମନା କରିଦେଲା ଭାରତ । ACC ମୁଖ୍ୟ ଥିବା ପାକିସ୍ତାନ ମନ୍ତ୍ରୀ ତଥା ପିସିବି ଚେୟାରମ୍ୟାନ ମୋହସିନ ନକବୀଙ୍କ ହାତରୁ ଟ୍ରଫି ନେବୁନୁ କହିଥିଲେ ସୂର୍ଯ୍ୟକୁମାର ।
ଭାରତ ଯେଉଁ ଦେଶ ସହ ଯୁଦ୍ଧ କରୁଛି, ସେହି ଦେଶର ମନ୍ତ୍ରୀ ହାତରୁ କେବେ ଟ୍ରଫି ଗ୍ରହଣ କରିବୁନୁ, ପୂର୍ବରୁ ସ୍ପଷ୍ଟ କରିଥିଲା ଭାରତୀୟ ଟିମ୍ । ଫଳରେ ପୋଡିୟମ ଉପରେ ହଟହଟା ହୋଇଥିଲେ ମୋହସିନ ନକଭୀ । ଦେଢ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ପୋଡିୟମ ଉପରେ । ଲୋକହସା ହେବା ପରେ ଶେଷରେ ଏସିଆ କପ୍ ଟ୍ରଫି ଓ ମେଡାଲ ନେଇ ହୋଟେଲ ପଳାଇଥିଲେ ନକଭି ।
ପ୍ରଥମ ଥର ଏସିଆ କପ୍ରେ ଦେଖିବାକୁ ମିଳିଛି ଏମିତି ହାଇଡ୍ରାମା । ତେବେ ଏହାକୁ ନେଇ କଡା ଆପତ୍ତି ଜଣାଇଛି BCCI। ଟ୍ରଫି ଭାରତ ପଠାଇବାକୁ ଦାବି କରିଛି ।
ସେପଟେ PCB ଚେୟାରମ୍ୟାନଙ୍କ ଏମିତି କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାକିସ୍ତାନକୁ ଟ୍ରଫି ଚୋର କହି ଚିଡେଇଲେଣି ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/30/trophy-chor-pakistan-2025-09-30-09-11-39.jpg)