Advertisment

Asia Cup Trophy: ଏସିଆ କପ୍ ଟ୍ରଫି ଫେରାଉନି ପାକିସ୍ତାନ, ସର୍ତ୍ତ ରଖିଲେ ନକଭି

ଟିମ୍ ଇଣ୍ଡିଆ ବନା ଟ୍ରଫିରେ ସେଲିବ୍ରେସନ କରିଥିଲା। ଏବେ ଏସିଆ କପ୍ ଟ୍ରଫି ଫେରାଉନି ପାକିସ୍ତାନ। ଭାରତ ଆଗରେ ସର୍ତ୍ତ ରଖିଲେ ଚୋର ନକଭି। ଯାହାକୁ କେବେବି ମାନିବନି ଟିମ୍ ଇଣ୍ଡିଆ।

Pakistan-Will-Not-Return-The-Trophy

Pakistan Photograph: (OTV)

Advertisment

ଏକ୍ ତୋ ଚୋରି ଉପର ସେ ସିନା ଜୋରି। ପର ସମ୍ପତ୍ତିକୁ ଚୋରି କରିବା ପରେ ନିଜ ଅଧିକାର ଜାହିର କରିବାର ଗୁଣ ପାକିସ୍ତାନର ଗଲାନି। ମ୍ୟଚ ଜିତିବାରର ତ ଓ୍ବାକତ ନାହିଁ ହେଲେ ଟ୍ରଫି ଚୋରି କରିବାର ବରାବର ହରକତ କରିଛି ଏହି ଡକାୟତ ଦେଶ। ଟିମ୍ ଇଣ୍ଡିଆଏସିଆ କପ୍ 2025 ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ACC ମୁଖ୍ୟ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ଭାରତୀୟ ଖେଳାଳିମାନେ ସ୍ପଷ୍ଟ କରିଥିଲେ। ନକଭି ବହୁତ ସମୟ ଅପେକ୍ଷା କରିଥିଲେ, କିନ୍ତୁ ଭାରତୀୟ ଖେଳାଳିମାନେ ଟ୍ରଫି ନେବାକୁ ଯାଇ ନଥିଲେ। ତେଣୁ  ବେଜିତ ହେବା ପରେ ନକଭି ତାଙ୍କ ସହିତ ଟ୍ରଫି ନେଇ ଚାଲିଯାଇଥିଲେ। ଆଉ ଟିମ୍ ଇଣ୍ଡିଆ ବନା ଟ୍ରଫିରେ ସେଲିବ୍ରେସନ କରିଥିଲା। 
ତେବେ ଏକ ରିପୋର୍ଟ ମୁତାବକ, ନକଭି ଏବେ ଟିମ୍ ଇଣ୍ଡିଆକୁ ଟ୍ରଫି ଫେରାଇବାକୁ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ସେ ଏକ ବଡ଼ ସର୍ତ୍ତ ରଖିଛନ୍ତି। ଯାହା କେବେବି ପୂରଣ ହୋଇପାରିବ ନାହିଁ। କାରଣ ନକଭି ଚାହାଁନ୍ତି ଯେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ଏବଂ ତାଙ୍କୁ ଟିମ୍ ଇଣ୍ଡିଆକୁ ପଦକ ଏବଂ ଟ୍ରଫି ସହିତ ସମ୍ମାନିତ କରିବାର ସୁଯୋଗ ମିଳୁ। ଏହି ସର୍ତ୍ତ ସୂଚାଇ ଦେଉଛି ଯେ ତାଙ୍କର ଟ୍ରଫି ଫେରାଇବାର କୌଣସି ଉଦ୍ଦେଶ୍ୟ ନାହିଁ। କାରଣ ଏହି ଦାବି ପୂରଣ କରିବା ବିଲକୁଲ ଅସମ୍ଭବ। କାରଣ ଭାରତୀୟ ଦଳର ଖେଳାଳିମାନେ ପୂର୍ବରୁ ତାଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛନ୍ତି। 
ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ଏବଂ ACC ଅଧିକାରୀମାନେ ପ୍ରସ୍ତାବ ଦେଇଥିଲେ ଯେ, ECB ଅଧ୍ୟକ୍ଷ ଖାଲିଦ ଅଲ୍ ଜାରୁନି ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ଅମିନୁଲ୍ ଇସଲାମ ଭାରତୀୟ ଖେଳାଳିମାନଙ୍କୁ ପଦକ ଏବଂ ଟ୍ରଫି ପ୍ରଦାନ କରିପାରିବେ। ହେଲେ ନକଭି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତେବେ BCCI ଆଗରୁ ସ୍ପଷ୍ଟ କରିସାରିଛି, ଯେ ନଭେମ୍ବରରେ ହେବାକୁ ଥିବା ICC ବୈଠକରେ ନକଭିଙ୍କ କାର୍ଯ୍ୟର ଦୃଢ଼ ବିରୋଧ କରିବ। କାରଣ ନିଜ ବଳରେ ପାକିସ୍ତାନକୁ ପଡ଼ିଆରେ ପାଣି ପିଆଇ ଏସିଆ କପ୍ ଜିତିଛି ଭାରତ। ତେଣୁ ଭଦ୍ରାମୀର ସହ ନକଭି ତୁରନ୍ତ ଟ୍ରଫି ଫେରାନ୍ତୁ ବୋଲି ଦାବି ଉଠିଛି। 

Advertisment

ଅଧିକ ଦେଖନ୍ତୁ:

Asia Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ