ASIA CUP Photograph: (OTV)
ଭାରତୀୟ କ୍ରିକେଟ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ ଦେଖାଇ ପାକିସ୍ତାନକୁ ଟି-୨୦ ଏସିଆ କପ୍ ୨୦୨୫ ଫାଇନାଲରେ ୫ ଓ୍ଵିକେଟରେ ପରାସ୍ତ କରି ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। ଏସିଆ କପ୍ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଭାରତୀୟ ଟିମ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। କିନ୍ତୁ ଏପରି ସ୍ଥିତିରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମହାନତା ଦେଖାଇଛନ୍ତି।
ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବା ପରେ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣା। ଭାରତୀୟ ସେନାକୁ ଏସିଆ କପ୍ ମ୍ୟାଚ୍ ଫି ସମର୍ପିତ ବୋଲି କହିଛନ୍ତି। ସମସ୍ତ ମ୍ୟାଚ୍ ଫିକୁ ସେନାକୁ ଦେବାକୁ ଘୋଷଣା କରିଛନ୍ତି। ପହଲଗାମ୍ ଆତଙ୍କବାଦୀ ହମଲାରେ ନିହତଙ୍କ ପରିବାରକୁ ଦାନ କରିଛନ୍ତି ।
ପାକିସ୍ତାନକୁ ହରାଇବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ସମସ୍ତ ମ୍ୟାଚ୍ର ମୋର ମ୍ୟାଚ୍ ଫି’ ଭାରତୀୟ ସେନାକୁ ଦାନ କରିବାକୁ ଚାହୁଁଛି।” ତେବେ ଟ୍ରଫିକୁ ACC ମୁଖ୍ୟ ନିଜ ସାଙ୍ଗରେ ନେଇଯିବା ଓ ପଡ଼ିଆରେ ଡ୍ରାମା କରିବା ଘଟଣାରେ ICCରେ ଅଭିଯୋଗ କରାଯିବ ବୋଲି କହିଛି ବିସିସିଆଇ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/asia-cup-2025-09-29-09-17-53.jpg)