Advertisment

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର। ଗତକାଲି କିଙ୍ଗସ୍ ଇଲେଭେନ୍ ପଞ୍ଜାବ (KXIP) ବିପକ୍ଷ ମ୍ୟାଚରେ କେଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ କୋହଲି। ଯାହାକୁ ନେଇ ଗାଭାସ୍କର କୋହଲିଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ମ୍ୟାଚରେ କମେଣ୍ଟ୍ରୀ ବେଳେ ଗାଭାସ୍କର ଉଭୟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କ […]

ଅଦ୍ୟତନ ହୋଇଛି
ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

anu

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର। ଗତକାଲି କିଙ୍ଗସ୍ ଇଲେଭେନ୍ ପଞ୍ଜାବ (KXIP) ବିପକ୍ଷ ମ୍ୟାଚରେ କେଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ କୋହଲି। ଯାହାକୁ ନେଇ ଗାଭାସ୍କର କୋହଲିଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ମ୍ୟାଚରେ କମେଣ୍ଟ୍ରୀ ବେଳେ ଗାଭାସ୍କର ଉଭୟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କ ଉପରେ କମେଣ୍ଟ କରିଥିଲେ। ଏହି କମେଣ୍ଟ ପରେ ଗାଭାସ୍କରଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ଲୋକେ ଗାଭାସ୍କରଙ୍କୁ କମେଣ୍ଟ୍ରୀ ପ୍ୟାନେଲରୁ ହଟାଇବା ପାଇଁ ଦାବି କରିଛନ୍ତି। ଗାଭାସ୍କରଙ୍କ ଏହି ମନ୍ତବ୍ୟକୁ ନେଇ ମୁହଁତୋଡ଼ ଜବାବ ଦେଇଛନ୍ତି ଅନୁଷ୍କା।

Advertisment

What is the truth behind Sunil Gavaskar's comment on Anushka Sharma and Virat Kohli ?

ଅନୁଷ୍କା ନିଜର ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ମିଷ୍ଟର ଗାଭାସ୍କର, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଅରୁଚିକର। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ଏଭଳି ମନ୍ତବ୍ୟ କାହିଁକି ଦିଅନ୍ତି ଏବଂ ଜଣେ କ୍ରିକେଟରଙ୍କ ଖେଳ ପାଇଁ ତାଙ୍କ ପତ୍ନୀଙ୍କୁ କାହିଁକି ଦାୟୀ କରନ୍ତି। ମୁଁ ଭଲଭାବେ ଜାଣିଛି ଯେ ଆପଣ ଗତ କିଛି ବର୍ଷ ହେବ ପ୍ରତି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଆସିଛନ୍ତି। ତେଣୁ ଆପଣଙ୍କୁ ଲାଗୁନି ଯେ ମୋ ସହ ଏଭଳି ହେବା ଦରକାର?

Image

ଅନୁଷ୍କା ଆହୁରି ଲେଖିଛନ୍ତି, ମୋର ବିଶ୍ୱାସ ଯେ ଗତ ରାତିରୁ ମୋ ପତି (କୋହଲି)ଙ୍କ ପ୍ରଦର୍ଶନ ଉପରେ କମେଣ୍ଟ କରିବା ପାଇଁ ଆପଣଙ୍କ ମନରେ ବହୁତ ଶବ୍ଦ ଏବଂ ବାକ୍ୟ ଥିବ, କିନ୍ତୁ ଆପଣଙ୍କ ସେହି ଶବ୍ଦଗୁଡ଼ିକ କେବଳ ସେତେବେଳେ ପ୍ରାସଙ୍ଗିକ ହେବ, ଯେତେବେଳେ ସେଥିରେ ମୋ ନାଁ ସାମିଲ୍‌ ହେବ।

Advertisment

https://twitter.com/that_iz_aditya/status/1309398124595568641?s=20

ଶେଷରେ ଅନୁଷ୍କା କହିଛନ୍ତି, ଏହା ୨୦୨୦ ଏବଂ ମୋ ପାଇଁ ଏବେବି କିଛି ବଦଳି ନାହିଁ। କେବେ ମୋତେ କ୍ରିକେଟରୁ ଟାଣିବା ବନ୍ଦ କରାଯିବ ଏବଂ କେବେ ମୋ ପ୍ରତି ଏହିଭଳି ଏକତରଫା ମନ୍ତବ୍ୟ ବନ୍ଦ ହେବ। ସମ୍ମାନୀୟ ମିଷ୍ଟର୍ ଗାଭାସ୍କର, ଆପଣ ଜଣେ ମହାନ୍ ଖେଳାଳି, ଯାହାଙ୍କ ନାଁ ଏହି ଜେଣ୍ଟଲମ୍ୟାନ୍ ଗେମର ଶୀର୍ଷରେ ରହିଛି। ମୁଁ କେବଳ ଆପଣଙ୍କୁ ଏତିକି କହିବାକୁ ଚାହୁଁଥିଲି ଯେ ଆପଣ ଯେତେବେଳେ ଏମିତି କହିଲେ, ମୋତେ କେମିତି ଲାଗିଥିବ।

ସୁଚନାଯୋଗ୍ୟ, ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଆରସିବି କ୍ୟାପଟେନ୍ କୋହଲି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସବୁ ବିଭାଗରେ ଫେଲ୍ ମାରିଥିଲେ। ଫିଲ୍ଡିଂ ବେଳେ କୋହଲି ରାହୁଲଙ୍କୁ ଦୁଇଟି କ୍ୟାଚ୍ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ରାହୁଲ ୧୩୨ ରନର ମାରାଥନ୍ ଇନିଂସ୍ ଖେଳିଥିଲେ ଏବଂ ପଞ୍ଜାବ ୩ ୱିକେଟରେ ୨୦୬ ରନ୍ କରିଥିଲା। ଜବାବରେ ଆରସିବି ମାତ୍ର ୧୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ