Advertisment

ପାକିସ୍ତାନ ଓପନର ଆବିଦ୍ ଅଲୀଙ୍କ ବିଶ୍ୱ ରେକର୍ଡ

ରାୱଲପିଣ୍ଡି : ପାକିସ୍ତାନ ଓପନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଆବିଦ୍ ଶତକୀୟ ଇନିଂସ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟେଷ୍ଟ ଓ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ମାରିବାର ରେକର୍ଡ ଇଂଲଣ୍ଡର ମହିଳା କ୍ରିକେଟର୍ […]

ପାକିସ୍ତାନ ଓପନର ଆବିଦ୍ ଅଲୀଙ୍କ ବିଶ୍ୱ ରେକର୍ଡ

cricket

Advertisment

ରାୱଲପିଣ୍ଡି : ପାକିସ୍ତାନ ଓପନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଆବିଦ୍ ଶତକୀୟ ଇନିଂସ୍ ଖେଳିଛନ୍ତି।

Advertisment

ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟେଷ୍ଟ ଓ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ମାରିବାର ରେକର୍ଡ ଇଂଲଣ୍ଡର ମହିଳା କ୍ରିକେଟର୍ ଏନିଡ୍ ବେକୱେଲଙ୍କ ନାଁରେ ରହିଛି। ବେକୱେଲ୍ ୧୯୬୮ରୁ ୧୯୭୯ ମଧ୍ୟରେ ଏହି ରେକର୍ଡ କରିଥିଲେ। ବେକୱେଲ୍ ୧୯୬୮ରେ ଅଷ୍ଟ୍ରେଲିଆ ବିପକ୍ଷ ନିଜର ପ୍ରଥମ ଟେଷ୍ଟରେ ୧୧୩ ରନର ଇନିଂସ୍ ଖେଳିଥିବା ବେଳେ ୧୯୭୩ରେ ଅନ୍ତର୍ଜାତୀୟ ଏକାଦଶ ମହିଳା ଟିମ୍ ବିପକ୍ଷରେ ନିଜର ଡେବ୍ୟୁ ଦିନିକିଆ ଶତକ (୧୦୧) ମାରିଥିଲେ।

୩୨ ବର୍ଷୀୟ ଆବିଦ୍ ଚଳିତ ବର୍ଷ ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପଦାର୍ପଣ ଦିନିକିଆରେ ୧୧୨ ରନର ଇନିଂସ୍ ଖେଳିଥିଲେ। ଆଜି ସେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୧୦୯ ରନ୍ ମାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ