pari-sharma
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଜର ହେଲିକପ୍ଟର ଶଟ୍ ପାଇଁ ଖୁବ୍ ପରିଚିତ। ଧୋନିଙ୍କର ଏହି ଚିରାଚରିତ ଶଟ୍ ମାରିବାକୁ ଅନେକ କ୍ରିକେଟର ପ୍ରୟାସ କରୁଛନ୍ତି। ତେଣିକି ସେ ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରାଶିଦ୍ ଖାନ୍, ସମସ୍ତେ ହେଲିକପ୍ଟର ଶଟ୍ ମାରିବା ପାଇଁ ପ୍ରାକ୍ଟିସ୍ କରିସାରିଛନ୍ତି। କିନ୍ତୁ ଏବେ ଧୋନିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ୭ ବର୍ଷୀୟା କୁନି ଝିଅ।
https://twitter.com/cricketaakash/status/1293751619671060480?s=20
ସୋସିଆଲ୍ ମିଡିଆରେ ଏହି କୁନି ଝିଅର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଭାରତର ପୂର୍ବତନ କ୍ରିକେଟର୍ ଓ କମେଣ୍ଟେଟର୍ ଆକାଶ ଚୋପ୍ରା ଶେଆର୍ କରିଛନ୍ତି।
କୁନି ଝିଅଟିର ନାଁ ହେଉଛି ପରୀ ଶର୍ମା। ଭିଡିଓରେ ଦେଖିବାକୁ ମିଳିଛି ଯେ ଝିଅଟି ଅତି ସହଜରେ ହେଲିକପ୍ଟର ଶଟ୍ ମାରିପାରୁଛି। ଆକାଶ ଚୋପ୍ରା ଭିଡିଓ ଶେଆର୍ କରି ପରୀ ଶର୍ମାଙ୍କୁ ସୁପର୍ ଟ୍ୟାଲେଣ୍ଟ୍ ଆଖ୍ୟା ଦେଇଛନ୍ତି।
ସୋସିଆଲ୍ ମିଡିଆରେ ପରୀ ଶର୍ମାଙ୍କ ଦ୍ୱାରା ଖେଳାଯାଇଥିବା ହେଲିକପ୍ଟର ଶଟର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓକୁ ଦେଖି ଲୋକେ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି। କିଛି ଦିନ ତଳେ ପରୀ ଶର୍ମାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ପୂର୍ବତନ କ୍ରିକେଟରମାନେ କମେଣ୍ଟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pari-sharma_1625431173.jpg)