Advertisment

ଶ୍ରୀଲଙ୍କାକୁ ୨୦୨ ରନର ଟାର୍ଗେଟ୍ ଦେଲା ଭାରତ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ ପଡ଼ିବ। ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇଥିଲେ ହେଁ, ଶେଷକ୍ରମରେ […]

ଶ୍ରୀଲଙ୍କାକୁ ୨୦୨ ରନର ଟାର୍ଗେଟ୍ ଦେଲା ଭାରତ

india

Advertisment

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ ପଡ଼ିବ। ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇଥିଲେ ହେଁ, ଶେଷକ୍ରମରେ ମନିଷ ପାଣ୍ଡେ ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ରନ୍ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଭାରତ ରାହୁଲ୍ ସର୍ବାଧିକ ୫୪ (୩୬ ବଲ୍‌, ୫ ଚୌକା, ୧ ଛକା) ଓ ଧୱନ୍ ୫୨ (୩୬ ବଲ୍‌, ୭ ଚୌକା, ୧ ଛକା) ଶ୍ରୀଲଙ୍କାର ଦୁଇ ସ୍ପିନର୍ ଲକଶନ୍ ସାଣ୍ଡାକାନ୍ ଓ ୱାନିନ୍ଦୁ ହସରଙ୍ଗା ବିଶେଷକରି ଭାରତୀୟ ବ୍ୟାଟିଂରେ ଅଙ୍କୁଶ ଲଗାଇଥିଲେ।

Advertisment

ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ଲୋକେଶ ରାହୁଲ ଆରମ୍ଭରୁ ହିଁ ଶ୍ରୀଲଙ୍କା ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ୩୦ ବଲରେ ୫୦ ରନ୍ ପୂରଣ କରିଥିଲେ । ଏହି ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିବା ଧୱନ୍ ଆକର୍ଷଣୀୟ ବ୍ୟାଟିଂ କରି ୩୪ ବଲରେ ନିଜର ଦଶମ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ପୂରଣ କରିଥିଲେ।

ଧୱନ୍ ଅର୍ଦ୍ଧଶତକ ମାରିବା ପରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ଆଉଟ୍ ହେବା ପୂର୍ବରୁ ସେ ରାହୁଲଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୯୭ ରନର ଭାଗୀଦାରୀ କରିଥିଲେ। ଦୀର୍ଘଦିନର ବ୍ୟବଧାନ ପରେ ସୁଯୋଗ ପାଇଥିବା ସଞ୍ଜୁ ସାମସନ୍ (୬) ବ୍ୟାଟିଂ କରିବାକୁ ଆସି ନିଜର ପ୍ରଥମ ବଲରେ ଛକା ମାରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ରାହୁଲ ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିବା ପରେ ଲକଶନ୍ ସାଣ୍ଡାକାନଙ୍କ ଶିକାର ହୋଇଥିଲେ। ଏହା ପରେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ।

Advertisment

୨୫ ରନ୍ ଭିତରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ସାମାନ୍ୟ ହ୍ରାସ ପାଇଥିଲା। ମନିଷ ପାଣ୍ଡେ ଓ କ୍ୟାପଟେନ୍ କୋହଲି ପୁଣିଥରେ ଭାରତର ଇନିଂସକୁ ସଜାଡ଼ିଥିଲେ। କୋହଲି ୧୭ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ରନଆଉଟ୍ ହୋଇଥିଲେ। କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦର ଖାତା ଖୋଲିପାରିନଥିଲେ। ଶେଷଭାଗରେ ଶାର୍ଦ୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ଶାର୍ଦ୍ଦୁଲ ମାତ୍ର ୮ ବଲରେ ୧ ଚୌକା ଓ ୨ ଛକା ସହ ୨୨ ଓ ମନିଷ ୧୮ ବଲରେ ୪ ଚୌକା ସହ ଅପରାଜିତ ୩୧ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ସାଣ୍ଡାକାନ୍ ୩ଟି, ଲାହିରୁ କୁମାରା ଓ ହସରଙ୍ଗା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ଏହି ଭାରତୀୟ ତିନୋଟି ପରିବର୍ତ୍ତନ କରିଯାଇଥିଲା। କୁଲଦୀପ ଯାଦବ, ଋଷଭ ପନ୍ତ ଓ ଶିବମ୍ ଦୁବେ ବାଦ୍ ପଡ଼ିଥିବା ବେଳେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ