cricket
ଅକଲ୍ୟାଣ୍ଡ୍ : ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ଜବରଦସ୍ତ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ବିଜୟ ଦେଶବାସୀଙ୍କ ପାଇଁ ଉପହାର ସାଜିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିବ। ଆଜିର ମ୍ୟାଚ ଜିତିବା ପରେ ଭାରତ ଦୁଇଟି ମ୍ୟାଚ ବିଜୟୀ ହୋଇଛି। ସିରିଜର ତୃତୀୟ ମ୍ୟାଚ ବୁଧବାର ୨୯ ଜାନୁଆରୀରେ ହେବ।
ଅକଲ୍ୟାଣ୍ଡର ଇଡେନ ପାର୍କରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ଓଭରର ମ୍ୟାଚ ଖେଳି ନ୍ୟୁଜିଲ୍ୟାଣ୍ଡ ୫ ଓ୍ୱିକେଟ ହରାଇ ୧୩୨ ରନ କରିଥିଲା। ଟାର୍ଗେଟ ପିଛା କରି ଭାରତ ୧୭.୩ ଓଭରରେ ୩ଟି ଓ୍ୱିକେଟ ହରାଇ ବିଜୟୀ ହୋଇଛି। ଭାରତ ପକ୍ଷରୁ ଓପନିଂ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ଆରମ୍ଭ କରିଥିଲେ। ହେଲେ ରୋହିତ ଶର୍ମା ପ୍ରଥମ ଓଭରରେ ମାତ୍ର ୮ ରନ କରି ଟିମ୍ ସାଉଦିଙ୍କ ବୋଲର ଶିକାର ହୋଇ ରସ ଟେଲରଙ୍କ ଦ୍ୱାରା କ୍ୟାଚ ଆଉଟର ଶିକାର ହୋଇଥିଲେ।
ସେହିପରି ୬ ଓଭରରେ କ୍ୟାପଟେନ ବିରାଟ କୋହଲି ମାତ୍ର ୧୧ ରନ କରି ଟିମ୍ ସାଉଦିଙ୍କ ବୋଲରେ କ୍ୟାଚ ଆଉଟ ହୋଇଥିଲେ। ହେଲେ ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ ୫୭ ରନ୍ ଏବଂ ଶ୍ରେୟସ ଆୟାରଙ୍କ ୪୪ ରନ ଦଳକୁ ଜିତାଇଥିଲା। କେଏଲ ରାହୁଲ ନଟ୍ ଆଉଟ ରହିଥିବା ବେଳେ ଆୟର ୪୪ ରନ କରି ଶୋଧିଙ୍କ ବଲରେ ଆଉଟ୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cricket-2_1626690768.jpg)