Miracle in Surat Photograph: (OTV)
ନିର୍ମାଣାଧୀନ ବିଲ୍ଡିଂରୁ ଖସି ପଡିଲେ ମାଆ, ଝିଅ। କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ବଞ୍ଚିଗଲା ଉଭୟଙ୍କ ଜୀବନ। ଏଭଳି ଘଟଣା ସାମ୍ନାକୁ ଆସିଛି ସୁରଟର ଲିମ୍ବାୟତ ଅଞ୍ଚଳରୁ। ନିର୍ମାଣାଧୀନ କୋଠାର ଗ୍ୟାଲେରୀରେ ରେଲିଂ ନଥିବାରୁ ମା ଏବଂ ଝିଅ ଉପରୁ ଖସି ପଡ଼ିଲେ। ପ୍ରଥମେ ଝିଅ ଖସି ପଡିଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଡେଇଁ ପଡିଥିଲେ ମାଆ।
ଘଟଣାସ୍ଥଳରେ ମାଆ ବେହୋସ ହୋଇଯାଇଥିଲେ। ଝିଅ ଉଠି ମାଆଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଉଭୟଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ବଡ ଅଘଟଣ ନଘଟିବା କୌଣସି ଚମତ୍କାରଠୁ କମ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/miracle-in-surat-2026-02-22-14-27-22.jpg)