Advertisment

Internet Shocked: ବିବାହରେ ଉପହାର ବର୍ଷା, ମଧ୍ୟସ୍ଥିଙ୍କୁ ବି ମିଳିଲା ଗାଡ଼ି...ଭାଇରାଲ ହେଉଛି ଭିଡିଓ

ବିବାହରେ ବର କନ୍ୟାଙ୍କୁ ଉପହାର ମିଳିବା ସାଧାରଣ କଥା, କିନ୍ତୁ ଏହି ଭାଇରାଲ୍ ଭିଡିଓରେ କାହାଣୀ କିଛି ଅଲଗା ! ଭିଡିଓରେ ଦେଖାଯାଉଛି ଯେ ବିବାହରେ ବରଙ୍କୁ ଦିଆଗଲା ନୂଆ ବୁଲେଟ୍, ବରର ପିଇସାଙ୍କୁ ସ୍କୁଟି ଏବଂ ସବୁଠାରୁ ମଜାଦାର କଥା ହେଲା ମଧ୍ୟସ୍ଥିକୁ ମଧ୍ୟ ଗାଡ଼ି ଉପହାର ଦିଆଯାଇଛି !

MARRIAGEma

MARRIAGE Photograph: (OTV)

Advertisment

ବିବାହରେ ବର କନ୍ୟାଙ୍କୁ ଉପହାର ମିଳିବା ସାଧାରଣ କଥା, କିନ୍ତୁ ଏହି ଭାଇରାଲ୍ ଭିଡିଓରେ କାହାଣୀ କିଛି ଅଲଗା!ଭିଡିଓରେ ଦେଖାଯାଉଛି ଯେ ବିବାହରେ ବରଙ୍କୁ ଦିଆଗଲା ନୂଆ ବୁଲେଟ୍, ବରର ପିଇସାଙ୍କୁ ସ୍କୁଟି ଏବଂ ସବୁଠାରୁ ମଜାଦାର କଥା ହେଲା ମଧ୍ୟସ୍ଥିକୁ ମଧ୍ୟ ଗାଡ଼ି ଉପହାର ଦିଆଯାଇଛି ! ଯେତେବେଳେ ଏହି ଦୃଶ୍ୟ କ୍ୟାମେରାରେ କ୍ୟାପ୍ଚର୍ ହେଲା, ସୋସିଆଲ୍ ମିଡିଆରେ ଲୋକମାନେ ହସି ହସି ବେଦମ ହୋଇଯାଇଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ବର ପକ୍ଷରୁ ଉପହାରଗୁଡ଼ିକ ଏକ ଲାଇନରେ ସଜାଇଛି - ଚମକଦାର ବୁଲେଟ୍, ନୂଆ ସ୍କୁଟି। 

Advertisment

ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଲାଇନରେ ଅନେକ ନୂଆ ଗାଡ଼ିଗୁଡ଼ିକ ରିବନ୍ ସହ ସଜାଇ ରଖାଯାଇଛି। ଯେଉଁଥିରୁ ପ୍ରଥମ ଗାଡ଼ି ଜ୍ବାଇଁଙ୍କର, ଯାହା ଏକ ବୁଲେଟ୍। ଦ୍ୱିତୀୟ ଗାଡ଼ି ହେଉଛି ସ୍କୁଟି, ଯେଉଁଥିରେ ପିଇସାଙ୍କ ନାମ ଲେଖାଯାଇଛି। ଏହି ଲାଇନରେ ତୃତୀୟ ଗାଡ଼ିରେ ମଧ୍ୟସ୍ଥି ବାବୁଙ୍କ ନାମ ଲେଖାଯାଇଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏବଂ ଲୋକମାନେ ଏହାର ଖୁବ ମଜା ନେଉଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ (@shi_favlogs) ନାମକ ୟୁଜର ଶେୟାର୍ କରିଛନ୍ତି। ଭିଡିଓର କ୍ୟାପସନ ଲେଖାଯାଇଛି  ଆପଣଙ୍କ ଏଠି ମଧ୍ୟ କଣ ଏମିତି ହୁଏ କି? ଭିଡିଓରେ ଲୋକମାନେ ଖୁବ୍ ମଜାଦାର କମେଣ୍ଟ କରୁଛନ୍ତି। ଲୋକମାନେ ଲେଖିଛନ୍ତି - “ବର୍ତ୍ତମାନରୁ ବିବାହ ସ୍ଥିର କରାଇବା ନୂଆ ଷ୍ଟାର୍ଟଅପ୍ ଆଇଡିଆ!” ଆଉ ଜଣେ ୟୁଜର୍ସ ଲେଖିଛନ୍ତି - “ଏମାନଙ୍କ ବିବାହରେ ତ ପଡୋଶୀ ହୋଇ ଯିବା ଉଚିତ୍ ହେଉଥିଲା!” ଅନ୍ୟ ଜଣ କହିଛନ୍ତି - “ଏହି ବିବାହରେ ତ ସମସ୍ତଙ୍କୁ ପ୍ରୋମୋସନ୍ ମିଳିଗଲା!”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ