Advertisment

Pooja For Tesla: ଟେସଲାକୁ ନଡ଼ିଆ ବାଡ଼େଇ, ସିନ୍ଦୂର ଲଗାଇ ସ୍ବାଗତ...ସୋସିଆଲ ମିଡିଆରେ ଭାଇରାଲ

ଡାକ୍ତର କୋଡୁରୁ ଏକ୍ସରେ ଫଟୋ ସେୟାର କରି ଲେଖିଛନ୍ତି– “କୌଣସି ବି ଗାଡ଼ି, ସେ ଟେସଲା ହେଉ ନା କାହିଁକି , ଭାରତରେ ଫାଇଭ ଷ୍ଟାର ସେଫଟି ରେଟିଂ ସେତେବେଳେ ଯାଏ ମିଳିପାରେ ନାହିଁ ଯେତେ ପର୍ଯ୍ୟନ୍ତ ଗାଡ଼ି ପୂଜା ନ ହୁଏ।”

tesla

tesla Photograph: (OTV)

Advertisment

ଟେକ୍ନୋଲୋଜି ଏବଂ ପରମ୍ପରାର ଏପରି ମିଳନ ବୋଧହୁଏ କେବଳ ଭାରତରେ ହିଁ ସମ୍ଭବ। ହାଇଦ୍ରାବାଦର ଡାକ୍ତର ପ୍ରବୀଣ କୋଡୁରୁ ନିକଟରେ ତାଙ୍କର ନୂଆ ଟେସଲା ମଡେଲ ଓ୍ୱାଇର ଡେଲିଭରୀ ନେଇ ସିଧାସଳଖ ମନ୍ଦିରକୁ ନେଇ ଯାଇ ପୂଜା କରାଇଛନ୍ତି। ଲାଲ ରଙ୍ଗର ଚମକୁଥିବା ଟେସଲାକୁ ମାଳା ପିନ୍ଧାଯାଇଥିଲା, ନଡ଼ିଆ ବାଡ଼େଇଥିଲେ ଏବଂ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ପରିବାର ମଧ୍ୟ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଏହି ଅବସରରେ ଉପସ୍ଥିତ ଥିଲେ। 

Advertisment

ଡାକ୍ତର କୋଡୁରୁ ଏକ୍ସରେ ଫଟୋ ସେୟାର କରି ଲେଖିଛନ୍ତି– “କୌଣସି ବି ଗାଡ଼ି, ସେ ଟେସଲା ହେଉ ନା କାହିଁକି , ଭାରତରେ ଫାଇଭ ଷ୍ଟାର ସେଫଟି ରେଟିଂ ସେତେବେଳେ ଯାଏ ମିଳିପାରେ ନାହିଁ ଯେତେ ପର୍ଯ୍ୟନ୍ତ ଗାଡ଼ି ପୂଜା ନ ହୁଏ।”

ଇଣ୍ଟରନେଟରେ ମଜାଦାର ପ୍ରତିକ୍ରିୟା

ସୋସିଆଲ ମିଡ଼ିଆରେ ଏହି ଫଟୋଗୁଡ଼ିକ ଦ୍ରୁତ ଗତିରେ ଭାଇରାଲ ହୋଇଛି। କେହି ଜଣେ ଲେଖିଛନ୍ତି– “ଏବେ ତ ଗାଡ଼ିଟି ଭାରତୀୟ ସୌନ୍ଦର୍ଯ୍ୟରେ ଆହୁରି ସୁନ୍ଦର ଲାଗୁଛି।” ଜଣେ ୟୁଜର୍ସ ଲେଖିଛନ୍ତି– “ଭାରତରେ ବାହନ ପୂଜା ହିଁ ଅଲଟିମେଟ କ୍ରାଶ ଟେଷ୍ଟ ସାର୍ଟିଫିକେସନ।” କେହି ମଜା କରି ଲେଖିଛନ୍ତି– “ଟେସଲା ମଧ୍ୟ ନିମ୍ବୁ-ଲଙ୍କା ବିନା ସୁରକ୍ଷିତ ନୁହେଁ।”ଆଉ ଜଣେ ଲେଖିଛନ୍ତି– “ଏହି ପୂଜା କେବଳ ଗାଡ଼ି ପାଇଁ ନୁହେଁ, ବରଂ ମାଲିକଙ୍କର ଟେନସନ ମୁକ୍ତ ମନ ପାଇଁ ହୁଏ।”

Advertisment

ଟେସଲା ଜୁଲାଇ ମାସରେ ଭାରତରେ ପ୍ରବେଶ କରିଥିଲା। ମଡେଲ ଓ୍ୱାଇ ଦୁଇଟି ଭେରିଏଣ୍ଟରେ ଲଞ୍ଚ ହୋଇଥିଲା– ରିୟର ହ୍ୱିଲ ଡ୍ରାଇଭ ଏବଂ ଲଙ୍ଗ ରେଞ୍ଜ ରିୟର ହ୍ୱିଲ ଡ୍ରାଇଭ। ମୂଲ୍ୟ ଆରମ୍ଭ ହେଉଛି ୫୯.୮୯ ଲକ୍ଷରୁ ଏବଂ ଟପ ଭେରିଏଣ୍ଟର ମୂଲ୍ୟ ୬୭.୮୯ ଲକ୍ଷ । ଚାହିଁଲେ ଫୁଲ ସେଲଫ-ଡ୍ରାଇଭିଂ ପ୍ୟାକେଜ ମଧ୍ୟ ନେଇପାରିବେ, ଯାହାର ଅତିରିକ୍ତ ମୂଲ୍ୟ ୬ ଲକ୍ଷ। ଏବେ ଯଦିଓ ଟେସଲା ବିଶ୍ୱର ସବୁଠାରୁ ସ୍ମାର୍ଟ ଏବଂ ସୁରକ୍ଷିତ ଗାଡ଼ିଗୁଡ଼ିକ ମଧ୍ୟରେ ଗଣାଯାଏ, କିନ୍ତୁ ଭାରତରେ ରୀତିନୀତି ଏବଂ ପରମ୍ପରାର ନିଜସ୍ୱ ମହତ୍ତ୍ୱ ରହିଛି। 

Advertisment

ଟେକ୍ନୋଲୋଜିକୁ ତାର ଜାଗାରେ ସମ୍ପୂର୍ଣ୍ଣ ସମ୍ମାନ ରହିଛି, କିନ୍ତୁ ଆସ୍ଥାର ମଧ୍ୟ ନିଜର ଏକ ଖାସ ଗୁରୁତ୍ୱ ରହିଛି। ଏବଂ ଏହି ଦୁଇଟି ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବାର କ୍ଷମତା ଆମ ଭାରତୀୟଙ୍କ ପାଖରେ ରହିଛି ।  ବୋଧହୁଏ ଅନ୍ୟ କାହା ପାଖରେ ନାହିଁ। ତେଣୁ ନଡ଼ିଆ ବାଡ଼େଇବା ଏବଂ କୁମକୁମ ଲଗାଇବା ପରେ ଯାଇ ଗାଡ଼ି ରାସ୍ତାକୁ ଆସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ