Advertisment

Video Goes Viral: ଷ୍ଟେଜରେ ନିଆଁ ଲଗାଇଦେଲେ ଆଇଆଇଟି ଛାତ୍ରୀ, କ୍ୟାଟ୍ରିନାଙ୍କ ଲୁକରେ ଏମିତି ନାଚିଲେ ଯେ...ଭିଡିଓ ହେଲା ଭାଇରାଲ

ଭାଇରାଲ ଭିଡିଓରେ ଛାତ୍ରୀ ଜଣଙ୍କ ଛୋଟ ପୋଷାକରେ କ୍ୟାଟ୍ରିନା କୈଫଙ୍କ ଗୀତ 'ଶିଲା କି ଜୱାନୀ' ଗୀତରେ ନାଚିଛନ୍ତି  । ଏବେ ଯେହେତୁ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଲୋକମାନେ ଏହାକୁ ସେୟାର କରୁଛନ୍ତି। ଏହି ଭିଡିଓର କମେଣ୍ଟ ବକ୍ସ ଲୋକଙ୍କ ମନ୍ତବ୍ୟରେ ଭର୍ତ୍ତି ହୋଇଛି।

dance video

dance video Photograph: (OTV)

Advertisment

ସୋସିଆଲ ମିଡିଆରେ ଏବେ ଆଇଆଇଟି ରୁରକିର ଜଣେ ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ବେଶ ଭାଇରାଲ ହେଉଛି। ଏହି ଛାତ୍ରୀଙ୍କ ନାଚ ଭିଡିଓ ଉପରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। କେହି ଏହାକୁ ଲାଇକ କରୁଛନ୍ତି, ତ କେହି ଏହା ଉପରେ ରାଗ ପ୍ରକାଶ କରୁଛନ୍ତି। ଭାଇରାଲ ଭିଡିଓରେ ଛାତ୍ରୀ ଜଣଙ୍କ ଛୋଟ ପୋଷାକରେ କ୍ୟାଟ୍ରିନା କୈଫଙ୍କ ଗୀତ 'ଶିଲା କି ଜୱାନୀ' ଗୀତରେ ନାଚିଛନ୍ତି  । ଏବେ ଯେହେତୁ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଲୋକମାନେ ଏହାକୁ ସେୟାର କରୁଛନ୍ତି। ଏହି ଭିଡିଓର କମେଣ୍ଟ ବକ୍ସ ଲୋକଙ୍କ ମନ୍ତବ୍ୟରେ ଭର୍ତ୍ତି ହୋଇଛି।

Advertisment

ଆଇଆଇଟି ଛାତ୍ରୀଙ୍କ ଡ୍ୟାନ୍ସ ଭାଇରାଲ

ଏହି ଭାଇରାଲ ଭିଡିଓରେ ଆପଣ ଦେଖିବେ ଯେ ଏହି ଆଇଆଇଟି ଛାତ୍ରୀ ଜଣଙ୍କ କଳା ରଙ୍ଗର ସର୍ଟସ ଉପରେ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି ଏବଂ ଷ୍ଟେଜରେ 'ମାଇଁ ନେମ ଇଜ ଶିଲା' ଗୀତରେ ଜୋରଦାର ନାଚ କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଆଶ୍ଚର୍ଯ୍ୟରେ ଖୋଲା ରହିଯାଇଛି। ଏହି ଭିଡିଓ ଇନଷ୍ଟାଗ୍ରାମରୁ ଆରମ୍ଭ କରି ୟୁଟ୍ୟୁବ ଏବଂ ଫେସବୁକରେ ମଧ୍ୟ ଭାଇରାଲ ହେଉଛି। ଛାତ୍ରୀ ଜଣଙ୍କ ଗୀତରେ ପରଫେକ୍ଟ ମୁଭ କରୁଛନ୍ତି । ଏବଂ ଲୋକମାନେ ଏହାକୁ ଖୁବ ଉପଭୋଗ କରୁଛନ୍ତି। 

Advertisment

ଆଇଆଇଟି ଛାତ୍ରୀଙ୍କ ଏହି ନାଚ ଭିଡିଓରେ ୟୁଜରମାନେ କି କି କମେଣ୍ଟ ଦେଇଛନ୍ତି ଆସନ୍ତୁ ପଢ଼ିବା। ଜଣେ ୟୁଜର ଲେଖିଛନ୍ତି, "ଏଥିରେ ଭୁଲ କ’ଣ, ଏପରି ପୋଷାକରେ କ୍ୟାଟ୍ରିନାକୁ ପସନ୍ଦ କରାଯାଏ, କିନ୍ତୁ ଏହି ଝିଅକୁ ନୁହେଁ।" ଆଉ ଜଣେ ୟୁଜର ଲେଖିଛନ୍ତି, "କଲେଜ ଫଙ୍କସନରେ ପ୍ରୋଗ୍ରାମରେ ନାଚ କରିବା କେଉଁଟା ଭୁଲ?"ଅନ୍ୟ ଜଣେ ଲେଖିଛନ୍ତି, "ଆଇଆଇଟି କଲେଜରେ ଏଭଳି କିଭଳି ନାଚ ହେଉଛି? ସଂସ୍କାର ନାମକ ଜିନିଷ ଆଉ ନାହିଁ।" ଏବେ ଲୋକଙ୍କର ଏହି ଭିଡିଓ ଉପରେ ଏପରି ମିଶ୍ରିତ ପ୍ରତିକ୍ରିୟା ଆସୁଛି। ଏହି ଭିଡିଓକୁ ୮୮ ହଜାରରୁ ଅଧିକ ୟୁଜର ଲାଇକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ