Advertisment

Heart Wrenching Video: ଏମାନେ ତ ମୃତ୍ୟୁର ମୁହଁରୁ ଫେରି ଆସିଲେ, ଚତ୍ମକାର ନୁହେଁ ତ ଆଉ କଣ !

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଦୋଳିଟି ପୂରା ଗତିରେ ଘୂରୁଥିଲା। ତା’ପରେ ହଠାତ୍ ଏକ ସିଟ୍‌ର ସଂଯୋଗ ଭାଙ୍ଗିଗଲା ଏବଂ ତା’ରେ ବସିଥିବା ଦୁଇ ଯୁବକ ଚିତ୍କାର କରି ଭୟଙ୍କର ଭାବେ ଝୁଲି ପଡ଼ିଲେ।

break dance

break dance Photograph: (OTV)

Advertisment

ଦୋଲିରେ ବସି ମଜା କରିବାକୁ ଯାଇଥିବା ଦୁଇ ଯୁବକଙ୍କ ସହ ଯାହା ଘଟିଲା, ତାହା କୌଣସି ଭୟଙ୍କର ସ୍ୱପ୍ନଠାରୁ କମ୍ ନଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ‘ବ୍ରେକ ଡାନ୍ସ’ ଦୋଳି ଚାଲୁଥିବା ବେଳେ ହଠାତ୍ ଏହାର ଏକ ସିଟ୍ ଭାଙ୍ଗିଯାଇଥିଲା । ଦୋଳି ବହୁତ ଜୋରରେ ଘୂରୁଥିଲା ଏବଂ ପରବର୍ତୀ ମୁହୂର୍ତ୍ତରେ ସିଟଟି ନିଜ ଜାଗାରୁ ଅଲଗା ହୋଇ ତଳେ ଝୁଲି ପଡ଼ିଲା। ସେହି ସମୟରେ ଯାହା ଘଟିଲା, ତାହା ଦେଖି ଦର୍ଶକମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଲେ।

Advertisment

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଦୋଳିଟି ପୂରା ଗତିରେ ଘୂରୁଥିଲା। ତା’ପରେ ହଠାତ୍ ଏକ ସିଟ୍‌ର ସଂଯୋଗ ଭାଙ୍ଗିଗଲା ଏବଂ ତା’ରେ ବସିଥିବା ଦୁଇ ଯୁବକ ଚିତ୍କାର କରି ଭୟଙ୍କର ଭାବେ ଝୁଲି ପଡ଼ିଲେ। ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତୁରନ୍ତ ମେସିନ୍‌କୁ ବନ୍ଦ କରିବାକୁ ଚେଷ୍ଟା କଲେ। ପରବର୍ତୀ ୩୦ ସେକେଣ୍ଡ ଦୁଇ ଯୁବକଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହେଲା। ଦୋଳି ଭାଙ୍ଗିବା ମାତ୍ରେ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ ଦୁଇ ଯୁବକଙ୍କୁ ବଞ୍ଚାଇବାକୁ ଦୌଡ଼ିଲେ ଏବଂ ଦୋଳି ରହିବା ମାତ୍ରେ ଲୋକମାନେ ସେମାନଙ୍କୁ ଉଠାଇବାକୁ ପହଞ୍ଚିଗଲେ। 

Advertisment

ଲୋକମାନେ କହିଲେ – “ଏମାନେ ତ ମୃତ୍ୟୁର ମୁହଁରୁ ଫେରି ଆସିଲେ”

ଏହି ଭିଡିଓଟି ଇନଷ୍ଟାଗ୍ରାମରେ (@ajaysharma.aap) ନାମକ ଜଣେ ଉପଭୋକ୍ତା ଦ୍ୱାରା ସେୟାର କରାଯାଇଛି। ଭିଡିଓଟିକୁ ଏପର୍ଯ୍ୟନ୍ତ ୪ କୋଟି ୭୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୫ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇଛନ୍ତି ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି - “ଏହା ଦୁର୍ଘଟଣା ନୁହେଁ, ଚମତ୍କାର ଯେ ଦୁହେଁ ବଞ୍ଚି ଗଲେ।” ଆଉ ଜଣେ କହିଛନ୍ତି - “ମନୋରଞ୍ଜନ ପାର୍କର ମେସିନଗୁଡ଼ିକର ଯାଞ୍ଚ ଏବେ ଜରୁରୀ।”ଭିଡିଓଟି କେଉଁଠାର ଏବଂ କେବେ ରେକର୍ଡ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେ । ଯଦିଓ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭିଡିଓଟି କେଉଁଠାର ଏବଂ କେବେ ରେକର୍ଡ ହୋଇଛି, କିନ୍ତୁ ଦୃଶ୍ୟ ଏତେ ଭୟଙ୍କର ଯେ ଦେଖୁଥିବା ଲୋକଙ୍କ ଛାତି ଥରି ଉଠୁଛି। ଅନେକ ଲୋକ ଏଭଳି ଦୋଳି ଗୁଡ଼ିକରେ ସୁରକ୍ଷା ମାନଦଣ୍ଡ ସମ୍ପର୍କରେ କଡ଼ା ଯାଞ୍ଚ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ