Advertisment

Auto Driver: ଅଟୋଚାଳକଙ୍କ ପାଖରେ ୫ କୋଟିର ଘର, ମାସିକ ରୋଜଗାର....

ଜଣେ ଅଟୋରିକ୍ସା ଚାଳକଙ୍କ ପାଖରେ ୪ରୁ ୫ କୋଟି ମୂଲ୍ୟର ଏକ ଘର ସହିତ ସେ AI ଷ୍ଟାର୍ଟଅପରେ ମଧ୍ୟ ନିବେଶ କରିଛନ୍ତି। ତାଙ୍କର ଏହି ରୋଜଗାର ସମ୍ପର୍କିତ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Auto Driver

Auto Driver Photograph: (OTV)

Advertisment

ବେଙ୍ଗାଲୁରୁ (Bengaluru) ଏକ ବିଳାସପୂର୍ଣ୍ଣ ସହର। ସବୁକିଛି ମହଙ୍ଗା। କିନ୍ତୁ ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ରୋଜଗାର ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସେ ଜଣେ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଏହି ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏକ୍ସରେ ଭାଇରାଲ ହେଉଥିବା ଏହି ପୋଷ୍ଟରେ ଲେଖାଦେଇଛି ଯେ, ଜଣେ ବ୍ୟକ୍ତି ଏକ ଅଟୋ ଚାଳକଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। 
ଅଟୋ ଚାଳକ ଜଣକ କଥାବାର୍ତ୍ତା ହେବା ବେଳେ କହିଛନ୍ତି ଯେ, ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ବିଲ୍ଡିଂ ରହିଛି। ଯାହାର ମୂଲ୍ୟ ୪ରୁ ୫ କୋଟି ଟଙ୍କା ହେବ। ସେହି ଘରକୁ ସେ ଭଡା ଲଗାଇ ମାସିକ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହା ବ୍ୟତୀତ ସେ AI ଷ୍ଟାର୍ଟଅପରେ ମଧ୍ୟ ନିବେଶ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ କେତେବେଳେ କେମିତି ଅଟୋ ଚଲାନ୍ତି। ତାହା ପୁଣି ସପ୍ତାହକୁ ଥରେ କିମ୍ବା ଦୁଇ ଥର। 
ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରାଯାଇଛି ଏବଂ ବହୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଅଟୋବାଲା ପିନ୍ଧିଥିବା Apple Watch ଏବଂ AirPods କୁ ନେଇ ମଧ୍ୟ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment
Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ