Advertisment

Scientific Marvel: କମାଲ କଲେ ଯୁବ ବୈଜ୍ଞାନିକ, ଚିଙ୍ଗୁଡ଼ି ଖୋଳପାରୁ ତିଆରି ହେଉଛି ଔଷଧ !

ଇକୋ ଫ୍ରେଣ୍ଡଲି ଚିଟୋସେନ ଗବେଷଣାକୁ ଭାରତୀୟ ‘ପେଟେଣ୍ଟ’ କାର୍ଯ୍ୟାଳୟ ସ୍ବୀକୃତି ବି ପ୍ରଦାନ କରିଛି । ଆଉ ଚିଙ୍ଗୁଡ଼ି ଖୋଳପା ଔଷଧ ଶିଳ୍ପରେ କ୍ୟାପ୍‌ସୁଲ୍ ଆବରଣ ପାଇଁ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି ।

Innovation

Innovation Photograph: (OTV)

Advertisment

ଭାରି ଉପକାରୀ ଚିଙ୍ଗୁଡ଼ି ଖୋଳ ! କମାଲ କଲେ ଯୁବ ବୈଜ୍ଞାନିକ । ଚିଙ୍ଗୁଡ଼ି (Shrimp) ଖୋଳପାରୁ ତିଆରି ହେଉଛି ଔଷଧ ! ଚିଙ୍ଗୁଡ଼ିର ଖୋଳପାକୁ ପରିବେଶ ପାଇଁ କ୍ଷତିକାରକ ବୋଲି କୁହାଯାଏ । ମାତ୍ର ଏହା ଯେ, କେତେ ଉପକାରୀ ତା’କୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵରର ଯୁବ ବୈଜ୍ଞାନିକ ସିଦ୍ଧାର୍ଥ ପତି ଓ ତାଙ୍କ ଟିମ ।

Advertisment

ବାୟୋ-ଟେକ୍ନୋଲୋଜି ଏବଂ ଏହାର ସ୍ଥିରତା ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି । ଇକୋ ଫ୍ରେଣ୍ଡଲି ଚିଟୋସେନ ଗବେଷଣାକୁ ଭାରତୀୟ ‘ପେଟେଣ୍ଟ’ କାର୍ଯ୍ୟାଳୟ ସ୍ବୀକୃତି ବି ପ୍ରଦାନ କରିଛି । ଆଉ ଚିଙ୍ଗୁଡ଼ି ଖୋଳପା ଔଷଧ ଶିଳ୍ପରେ କ୍ୟାପ୍‌ସୁଲ୍ ଆବରଣ ପାଇଁ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି । 

୪ ବର୍ଷର ଗବେଷଣା

୨୦୨୧ରୁ ଚିଙ୍ଗୁଡ଼ି ଖୋଳପାକୁ ନେଇ ଗବେଷଣା ଆରମ୍ଭ ହୋଇଥିଲା । ସାଧାରଣତଃ ଚିଙ୍ଗୁଡ଼ି ଖୋଳପା, କଙ୍କଡା ଖୋଳପା ଓ ମାଛ କାତିରୁ ବିଶ୍ବ ବାୟୋମେଡିକାଲ୍, ଫାର୍ମାସ୍ୟୁଟିକାଲ୍, କୃଷି ଏବଂ ଶିଳ୍ପ କ୍ଷେତ୍ର ପାଇଁ କଞ୍ଚାମାଲରେ ରୂପାନ୍ତରିତ ହୋଇପାରିଛି । 

Advertisment

ବିଭିନ୍ନ ଚିଙ୍ଗୁଡ଼ି ପ୍ରିସେସିଂ ପ୍ଲାଣ୍ଟରୁ କଞ୍ଚାମାଲ ସଂଗ୍ରହ କରି ଏକ ପ୍ରୋସେସିଂ ଫେକ୍ଟ୍ରିରେ ଏହାକୁ କାଇଟୋସେନ ପ୍ରସ୍ତୁତ କରାଯାଉଛି । ଯାହାକୁ ଭାରତ ବାହାର ବିଭିନ୍ନ ଦେଶର ଫର୍ମା କମ୍ପାନୀ ଓ କୃଷି ଫାର୍ଟିଲାଜର କମ୍ପାନୀକୁ ରପ୍ତାନି କରାଯାଉଛି । ତେବେ ଯୁବ ବୈଜ୍ଞାନିକ ସିଦ୍ଧାର୍ଥଙ୍କ ଏପରି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ବାଲେଶ୍ୱର ବାସୀ । ଷ୍ଟାର୍ଟ ଅପ ମାଧ୍ୟମରେ ପ୍ରିସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରି ୫୦ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ଡକ୍ଟର ସିଦ୍ଧାର୍ଥ ପତି ।   

Eco-friendly Innovation Science
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ