Advertisment

ପୀଡ଼ାନାଶକ ଔଷଧ ସମେତ ୩୨୮ ଡ୍ରଗ୍ସ ଉପରେ ବ୍ୟାନ୍‌ ଲଗାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପୀଡ଼ାନାଶକ ଔଷଧ ସାମୟିକ ଭାବେ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ନେଇ ରିପୋର୍ଟ ଆସିବା ପରେ ପୀଡ଼ାନାଶକ ଔଷଧଗୁଡିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଓ ପେଟବ୍ୟଥାର ଉପଶମ ପାଇଁ ଏହି ଔଷଧ ଗୁଡିକର ବ୍ୟବହାର ହୋଇଥାଏ। ପେନ୍‌କିଲର୍‌ ସାରିଡନ୍‌ ଓ ସ୍କିନ୍‌ କ୍ରିମ୍‌ Panderm ସମେତ ୩୨୮ଟି ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ (FDC) ଡ୍ରଗ୍ସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ […]

ପୀଡ଼ାନାଶକ ଔଷଧ ସମେତ ୩୨୮ ଡ୍ରଗ୍ସ ଉପରେ ବ୍ୟାନ୍‌ ଲଗାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

banned medicine

Advertisment

ନୂଆଦିଲ୍ଲୀ: ପୀଡ଼ାନାଶକ ଔଷଧ ସାମୟିକ ଭାବେ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ନେଇ ରିପୋର୍ଟ ଆସିବା ପରେ ପୀଡ଼ାନାଶକ ଔଷଧଗୁଡିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଓ ପେଟବ୍ୟଥାର ଉପଶମ ପାଇଁ ଏହି ଔଷଧ ଗୁଡିକର ବ୍ୟବହାର ହୋଇଥାଏ।

Advertisment

ପେନ୍‌କିଲର୍‌ ସାରିଡନ୍‌ ଓ ସ୍କିନ୍‌ କ୍ରିମ୍‌ Panderm ସମେତ ୩୨୮ଟି ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ (FDC) ଡ୍ରଗ୍ସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ କରାଯାଇଛି। ଏହି ଔଷଧର ନିର୍ମାଣ, ବଣ୍ଟନ ଓ ବିକ୍ରୟ ଉପରେ ମଧ୍ୟ ମନ୍ତ୍ରାଳୟ କଟକଣା ଲାଗୁ କରିଛି।  ଏହି ଔଷଧରେ ଥିବା ingredients ଗୁଡିକରୁ ଲୋକମାନଙ୍କୁ କୌଣସି ଲାଭ ମିଳୁନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଔଷଧ ଗୁଡିକର ବ୍ୟବହାର ଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଡ୍ରଗ୍ ଟେକ୍‌ନିକାଲ ଆଡଭାଇଜରି ବୋର୍ଡ ବା DTAB ପକ୍ଷରୁ ଏକ ରିପୋର୍ଟ ଦିଆଯାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ନିଷିଦ୍ଧ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ରହିଛି ପେନ୍‌କିଲର୍‌ ‘ସାରିଡନ୍’, ସ୍କିନ୍‌ କ୍ରିମ୍‌ Panderm’ କମ୍ବିନେସନ୍ ଡାଇବେଟିସ୍ ଡ୍ରଗ୍ ‘Gluconorm PG’, ଆଣ୍ଟିବାୟୋଟିକ୍ ‘Lupidiclox’ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ‘Taxim AZ’ ଇତ୍ୟାଦି । ୨୦୧୬ ମସିହା ମାର୍ଚ ୧୦ ତାରିଖରେ ସରକାର ୩୪୪ଟି FDCs ଔଷଧ ବ୍ୟାନ୍‌ କରିଥିଲେ ।

ତେବେ ଏହି ବ୍ୟାନ୍‌କୁ ନେଇ ଉକ୍ତ ଔଷଧର ନିର୍ମାତାମାନେ ଦେଶର ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ସରକାରଙ୍କ ନିଷେଧାଜ୍ଞା ବିରୋଧରେ ମୋକଦ୍ଦମା କରିଥିଲେ। ଡିସେମ୍ବର ୨୦୧୭ ମସିହା ୧୫ ତାରିଖରେ ସୁପ୍ରିମ୍ କୋର୍ଟ ‘ଡ୍ରଗ୍ସ୍ ଟେକ୍‌ନିକାଲ୍‌ ଆଡ୍‌ଭାଇଜରି ବୋର୍ଡ’କୁ ଏନେଇ ଯାଞ୍ଚ କରିବାକୁ କହିଥିଲେ।

Advertisment

ତେବେ ଆଉ କିଛି ଔଷଧ ଯେଉଁଗୁଡ଼ିକ ବ୍ୟାନ୍‌ ହେବାରୁ ବର୍ତ୍ତିଯାଇଛନ୍ତି ସେଗୁଡ଼ିକ ଉପରେ ସାନି ପରୀକ୍ଷା ନିରୀକ୍ଷା କରିବାକୁ ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ