Advertisment

Zero Night Countdown Begins: ଜିରୋ ନାଇଟ୍ ସେଲିବ୍ରେସନ କାଉଣ୍ଟଡାଉନ୍, ରାତି ତମାମ ଚାଲିବ ଜୋରଦାର ବ୍ଲକିଂ- ଚେକିଂ

୨୦୨୫କୁ ବିଦାୟ ଦେଇ ୨୦୨୬କୁ ସ୍ବାଗତ ପାଇଁ ସବୁଠି ଉତ୍କଣ୍ଠା। ଆରମ୍ଭ ହେଲାଣି ଜିରୋ ନାଇଟ୍ ସେଲିବ୍ରେସନ କାଉଣ୍ଟଡାଉନ୍, ବାରି ହୋଇ ପଡ଼ିଲାଣି ୱେଲକମ୍ ମୁଡ୍। ରାତି ୨ଟାରୁ ଫିଟିଯିବ ଶ୍ରୀମନ୍ଦିର ଦ୍ବାର।

ZERO-NIGHT

ZERO-NIGHT Photograph: (OTV)

Advertisment

୨୦୨୫କୁ ବିଦାୟ ଦେଇ ୨୦୨୬କୁ ସ୍ବାଗତ ପାଇଁ ସବୁଠି ଉତ୍କଣ୍ଠା। ଆରମ୍ଭ ହେଲାଣି ଜିରୋ ନାଇଟ୍ ସେଲିବ୍ରେସନ କାଉଣ୍ଟଡାଉନ୍, ବାରି ହୋଇ ପଡ଼ିଲାଣି ନ୍ୟୁ ଇଅର ୱେଲକମ୍ ମୁଡ୍। ତେବେ ଜିରୋ ନାଇଟ୍ ରେ ଜିରୋ କାଜୁଆଲିଟି ଲକ୍ଷ୍ୟରେ ଥିବା କମିଶନରେଟ୍ ପୋଲିସ୍ ବି ଅମାନିଆ ଓ ମାତାଲଙ୍କୁ ଦେଇଛି କଡ଼ା ଚେତାବନୀ।

Advertisment

ଆଜି ରାତି ତମାମ ଚାଲିବ ଜୋରଦାର ବ୍ଲକିଂ- ଚେକିଂ। ସେପଟେ ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ରାତି ୨ଟାରୁ ଭକ୍ତଙ୍କ ପାଇଁ ଫିଟିଯିବ ଶ୍ରୀମନ୍ଦିର ଦ୍ବାର।...

ବିଶ୍ବ ନିୟନ୍ତାଙ୍କ ଆଶିଷରୁ ସୁରୁଖୁରୁରେ କଟି ଯାଉ ପୁଣି ଏକ ବର୍ଷ । ଜଗନ୍ନାଥ ଦର୍ଶନରୁ ଆରମ୍ଭ ହେଉ ନୂତନ ବର୍ଷର ପହିଲି ଦିବସ ।
ଏଇ କାମନା ଓ ଭାବନା ନେଇ ଆଧାତ୍ମିକ ସହର ଶ୍ରୀକ୍ଷେତ୍ରରେ ଲାଗିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଳି। ସ୍ବର୍ଣ୍ଣାଭ ବେଳାଭୂମୀରେ ବର୍ଷର ଶେଷ ସୂର୍ଯ୍ୟାସ୍ତକୁ ଉପଭୋଗ କରି ଇଂରାଜୀ ନବବର୍ଷର ନୂଆ ସୂର୍ଯ୍ୟୋଦୟକୁ ସମସ୍ତଙ୍କ ଅପେକ୍ଷା। ଆଜି ରାତି ୨ଟାରେ ଖୋଲିଯିବ ଶ୍ରୀମନ୍ଦିରର ସିଂହଦ୍ବାର କବାଟ। ତା ପୂର୍ବରୁ ବଡ଼ଦାଣ୍ଡରେ ରାତି ଅଧରୁ ବ୍ୟାରିକେଡରେ ଲାଗିଯିବ ଭକ୍ତଙ୍କ ଲାଇନ୍।

Advertisment

ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ନିଜେ ପୁରୀ ଏସପି। ଆସନ୍ତାକାଲି କେବଳ ସିଂହଦ୍ବାରରେ ପ୍ରବେଶ ଅନୁମତି ରହିଛି ଓ ମନ୍ଦିର ଭିତରେ କେବଳ ବାହାର କାଠରୁ ଦର୍ଶନ ହେବ। ଅଧିକ ଭକ୍ତଙ୍କ ସମାଗମକୁ ଦେଖି ବଡ଼ଦାଣ୍ଡରେ ଖୋଲିଛି ଅସ୍ଥାୟୀ ମୋବାଇଲ ଓ ଜୋତା କାଉଣ୍ଟର। ଅଠରନଳାରୁ ବେଳାଭୂମୀ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା। ସାରା ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସବୁଠି ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଥିବା ଏସପି କହିଛନ୍ତି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଲାଇଫ୍ଗାର୍ଡଙ୍କ ସଂଖ୍ୟା ବଢ଼ା ଯାଇଛି। ୧୮ଟି ହୋଟେଲରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ଆୟୋଜନ ହୋଇଛି।...

ଏଣେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ ପାଇଁ ଟ୍ବିନସିଟିରେ ବି ହୋଇଛି ବ୍ୟାପକ ଆୟୋଜନ। କ୍ୟାପିଟାଲ ସିଟି ଭୁବନେଶ୍ବର ସାଙ୍ଗକୁ ସିଲଭର ସିଟି କଟକ- ସବୁଠି ରାତି ୧୨ଟାକୁ ଅପେକ୍ଷା। ଜିରୋ ଆୱାରରେ ସାଙ୍ଗ ସାଥୀ ଓ ପରିବାର ସଦସ୍ୟଙ୍କ ସହ ଝୁମିବାକୁ ଏବେଠୁ ଲାଗିଲାଣି ଭିଡ଼। କ୍ଲବ୍, ହୋଟେଲ ଓ ପବରେ ଜମିବ ଖିଆ-ପିଆ ସାଙ୍ଗକୁ ନାଚଗୀତ ।

Advertisment

ଅମାନିଆ ଓ ମାତାଲଙ୍କୁ କଡ଼ା ଚେତାବନୀ

ଏଣେ ସେଲିବ୍ରେସନ ବନାମ ଜିରୋ ଟଲରାନ୍ସ ନୀତିରେ ଅଟଳ କମିଶନରେଟ୍ ପୋଲିସ୍।ଚେତାଇ ଦେଇଛି- ମଉଜ କର, ମତୁଆଲା ହୁଅ- ହେଲେ ମାତାଲ ହୁଅନି। ଭୁବନେଶ୍ୱରରେ ରାତି ୧୧ ପରେ ଆରମ୍ଭ ହୋଇଯିବ ଜୋରଦାର ବ୍ଲକିଂ- ଚେକିଂ। କାଲି ରାତିରେ ମାଷ୍ଟର କ୍ୟାଣ୍ଟିନ ଛକରେ ନିଜେ ସିପି ଉପସ୍ଥିତ ରହି ଗାଡ଼ି ମଟର ଯାଞ୍ଚ କରି ଅମାନିଆଙ୍କୁ ଦେଇଛନ୍ତି କଡ଼ା ଚେତାବନୀ। ସହରର ସବୁ ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟରେ ରାତିରୁ ସକାଳ ଯାଏଁ ଚାଲିବ ତନଖି। ହୋଟେଲ ମାନଙ୍କରେ ରେଜିଷ୍ଟର ବି ଚେକ୍ ହେଉଛି। 

୧୮ ପ୍ଲାଟୁନ ଫୋର୍ସ ରାଜଧାନୀ ସୁରକ୍ଷା ଦାୟିତ୍ବରେ ରହିବେ, ୨୯ଟି ଛକରେ Watch team ଜଗିବେ। ରାତି ୧୨ଟାରୁ ବୁଲିବ କ୍ବିକ୍ ରିଆକ୍ସନ ଟିମ୍। ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ବ।...

ସଞ୍ଜ ନଉଁ ନଉଁ ସବୁଠି ବାରି ହେଲାଣି ଜିରୋ ନାଇଟ୍ ଫିଭର, ଶୁଭିଲାଣି ସେଲିବ୍ରେସନ କାଉଣ୍ଟଡାଉନ୍। ସିଲକ ସିଟି ବ୍ରହ୍ମପୁର ହେଉ କି ଷ୍ଟିଲ ସିଟି ରାଉରକେଲା, ସେଠି ବି ନୂଆବର୍ଷକୁ ସ୍ବାଗତ ପାଇଁ ହୋଇଛି ଜୋରଦାର ପ୍ରିପାରେସନ। ଭୋଜି ଭାତ ପାଇଁ ଲୋକେ ହେଲେଣି ପିକନିକ୍ ସ୍ପଟ୍ ମୁହାଁ।...

New Year Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ