SARATHI Photograph: (OTV)
ତୁଟୁନି ସାରଥି ମୋହ। ପାରାଦୀପ ପରେ ଭଦ୍ରକରୁ ଆସିଲା ସାରଥି ଅନୁଗାମୀଙ୍କ ନୂଆବର୍ଷ ସେଲିବ୍ରେସନ୍। ସାରଥିଙ୍କ ଫଟୋକୁ ପୂଜା କରି ସଂକୀର୍ତ୍ତନ ସହିତ ନାଚିନାଚି ଭାବବିହ୍ବଳ ହୋଇପଡ଼ିଲେ ସାରଥି ଅନୁଗାମୀ ।
ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ଗାଁରେ ଶହଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ । ସାରଥିଙ୍କ ଫଟୋ ଚିତ୍ରରେ ଫୁଲମାଳ ଦେବା ସହିତ ମଥାରେ ମୟୂର ଚୁଳ ଲଗାଇ ପୂଜାର୍ଚ୍ଚନା କରିଥିଲେ। ସମସ୍ତେ ଏକାଠି ହୋଇ ସାରଥିଙ୍କ ଫଟୋ ଆଗରେ ଭଜନ କୀର୍ତ୍ତନ କରିଥିଲେ ।
ଏହି ଅବସରରେ ପ୍ରସାଦ ସେବନ ସହିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ଗତକାଲି ପାରାଦୀପର ମଧ୍ୟ ସମାନ ଢଙ୍ଗରେ ସାରଥିଙ୍କ ଅନୁଗାମୀମାନେ ନୂଆବର୍ଷ ପାଳନ କରିଥିଲେ । ପାରାଦୀପରେ ଏକାଠି ହୋଇଥିଲେ ଶତାଧିକ ସାରଥୀ ଭକ୍ତ। ନୂଆବର୍ଷକୁ ସ୍ଵାଗତ ଜଣାଇ କରିଥିଲେ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ। ଜରାଶ୍ରମରେ ବାଣ୍ଟିଥିଲେ ଖାଦ୍ୟ ଓ ବସ୍ତ୍ର। ସାରଥୀଙ୍କ ଫଟୋ ରଖି ପୂଜା କରିଥିଲେ।
ଭାବବିହ୍ଵଳ ହୋଇ ନାଚିଥିଲେ। ପାରାଦୀପ ଜର୍ଦ୍ଦାରିପଡାରେ ଥିବା ଏକ ଜରାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ପେଟ ଭରି ଖୁଆଇବା ସହ ଶାଢ଼ୀ ଓ କମ୍ବଳ ବଣ୍ଟନ କରିଥିଲେ। ସକାଳୁ ଜରାଶ୍ରମ ପରିସରରେ ଭଜନ କୀର୍ତ୍ତନ କରି ଭାବଭକ୍ତିରେ ଝୁମିଥିଲେ । ପାରାଦୀପ ଓ କୁଜଙ୍ଗର ବିଭିନ୍ନ ଗ୍ରାମରୁ ଶତାଧିକ ସାରଥୀ ଅନୁଗାମୀ ଏକାଠି ହୋଇଥିଲେ।
ତୁଟୁନି ସାରଥି ମୋହ
ସାରଥିଙ୍କୁ ପୂଜାର୍ଚ୍ଚନା କଲେ, ନୂଆବର୍ଷ ପାଳିଲେ
ଶହଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ
ଗତକାଲି ପାରାଦୀପରେ ଏକାଠି ହୋଇଥିଲା ସାରଥି ଅନୁଗାମୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/sarathi-2026-01-02-10-44-08.jpg)