Advertisment

Rath Timber Dispatched: ଦଶପଲ୍ଲାରୁ ପୁରୀ, ୩ଟି ଟ୍ରକରେ ଗଲା ୮୩ ଖଣ୍ଡ ରଥ କାଠ

ଦଶପଲ୍ଲାରୁ ପୁରୀ ଅଭିମୁଖେ ରଥକାଠ। ମହାବୀର କ୍ଷେତ୍ରରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୮୩ ଖଣ୍ଡ ରଥ କାଠ ପଠାଯାଇଛି। ବଳକା କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ପଠାଯିବ। ଚଳିତ ବର୍ଷ ରଥ ନିର୍ମାଣ ପାଇଁ  ୮୬୫ ଖଣ୍ଡ କାଠର ଆବଶ୍ୟକ ରହିଛି।

RATHA KATHA

RATHA KATHA Photograph: (OTV)

Advertisment

ଦଶପଲ୍ଲାରୁ ପୁରୀ ଅଭିମୁଖେ ରଥକାଠ। ମହାବୀର କ୍ଷେତ୍ରରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୮୩ ଖଣ୍ଡ ରଥ କାଠ ପଠାଯାଇଛି। ବଳକା କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ପଠାଯିବ।

Advertisment

ମହାବୀରଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଦଶପଲ୍ଲା ରେଞ୍ଜର, ନୟାଗଡ଼ A.C.F ଏବଂ ସମସ୍ତ ବନ କର୍ମଚାରୀଙ୍କ ଉପସ୍ଥିତିରେ ରଥକାଠ ପଠାଯାଇଛି। ଡ଼ିସେମ୍ବର ୩୦ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ରଥକାଠ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଧରି ମା' ବଡ଼ରାଉଳଙ୍କ ମନ୍ଦିର ଯାଇଥିଲେ।

ଚଳିତ ବର୍ଷ ରଥ ନିର୍ମାଣ ପାଇଁ  ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବାବେଳେ ଗତ ବର୍ଷର ୪୭ ଖଣ୍ଡ କାଠ ବଳକା ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି।

Advertisment

ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳରୁ ୮୩ ଖଣ୍ଡ ରଥ କାଠ ଆସିଛି। ଆଉ ବଳକା କାଠ ପର୍ଯ୍ୟାୟ କ୍ରମେ ପଠା ଯିବ ବୋଲି ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାସ କହିଛନ୍ତି।। ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। 

ଦଶପଲ୍ଲାରୁ ପୁରୀ ଅଭିମୁଖେ ରଥକାଠ
ମହାବୀର କ୍ଷେତ୍ରରୁ ପୁରୀ ଅଭିମୁଖେ ବାହାରିଲା ରଥକାଠ
ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ପଠାଗଲା ୮୩ ଖଣ୍ଡ ରଥ କାଠ
ବଳକା କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ପଠାଯିବ
ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ

Advertisment
Puri Ratha Yatra Puri Ratha Katha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ