Kodanda Photograph: (OTV)
ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଦିବସରେ ଓଡିଶାରୁ ଅଯୋଧ୍ୟା ଯିବ ୨୩୫ କିଲୋଗ୍ରାମର କୋଦଣ୍ଡ ଧନୁଷ | ଧନୁଷରେ ରହିବ କାର୍ଗିଲ ଯୁଦ୍ଧଠୁ ଆରମ୍ଭ କରି ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୧୭୫୦ ସହିଦଙ୍କ ନାମ।
ଆଲୁମିନିୟମ, ଜିଙ୍କ, ସିଲଭର୍ ଗୋଲ୍ଡ ଓ ଆଇରନ୍ ପାଞ୍ଚ ପ୍ରକାରର ଧାତୁରେ ପ୍ରସ୍ତୁତ ହୋଉଛି ଏହି ଧନୁଷ | ତାମିଲନାଡୁର କାଞ୍ଚିପୁରମରେ ଏହାର ଏଯାବତ ୧ କେଜି ସୁନାର ବ୍ୟବହାର କରାଯାଇ ପ୍ରସ୍ତୁତି ଚାଲିଥିବା ବେଳେ ୬ କେଜି ସୁନା ଏଥିରେ ବ୍ୟବହାର ହେବାର ଲକ୍ଷ୍ୟ ରଖା ଯାଇଛି |
ସନାତନ ଜାଗରଣ ମଂଚ ପକ୍ଷରୁ ଏହି ଧନୁଷ ତିଆରି ହେଉଥିବା ବେଳେ ଅନେକ ସନାତନୀଙ୍କର ସହଯୋଗ ରହିଛି | ଏହାସହ ଜଗନ୍ନାଥ ଧାମରୁ ଏହି ଉପହାର ଶ୍ରୀରାମଙ୍କ ପାଇଁ ଯାଉଥିବାରୁ ଧନୁଷ ସହ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବି ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । କୋଦଣ୍ଡର ମହତ୍ତ୍ୱ ଲୋକଙ୍କୁ ବୁଝାଇବା ସହ ଦିବ୍ୟ ଧନୁଷର ଦର୍ଶନ ପାଇଁ ଓଡିଶାରୁ ଆରମ୍ଭ ହେଵ ଧନୁଷ ଯାତ୍ରା |
ପଞ୍ଚ ଧାତୁରେ ପ୍ରସ୍ତୁତ ହେଉଛି କୋଦଣ୍ଡ ଧନୁଷ
ଜାନୁଆରୀ ୩ରୁ ଆରମ୍ଭ ହେବ ଧନୁଷ ଯାତ୍ରା
ରାଉରକେଲାରୁ ବାହାରି ରାଜ୍ୟର ୩୦ ଜିଲ୍ଲା ବୁଲିବ
ସନାତନ ଜାଗରଣ ମଞ୍ଚ ପକ୍ଷରୁ ଧନୁଷର ତିଆରି କରାଯାଇଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/kodanda-2026-01-02-10-25-35.jpg)